ଦେଶ ବିଦେଶ

ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର ଅପମାନ: ରାହୁଲ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର ନିଗମବୋଧ ଘାଟରେ ସଂପନ୍ନ କରାଯାଇଛି। ତେବେ ଏହାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ଶିଖ୍ ସମ୍ପ୍ରଦାୟର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଭାରତର ମହାନ ସନ୍ତାନ ଡକ୍ଟର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କରାଯିବା ଉଚିତ ନଥିଲା ବୋଲି ଉଭୟ ନେତା କହିଛନ୍ତି।

କେଜ୍ରିୱାଲ ବି କେନ୍ଦ୍ରକୁ ଘେରିଲେ

ଆଜି ପର୍ଯ୍ୟନ୍ତ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମର୍ଯ୍ୟାଦାକୁ ସମ୍ମାନ ଜଣାଇ ସେମାନଙ୍କ ଅନ୍ତିମ ସଂସ୍କାର ଅନୁମୋଦିତ ସ୍ଥଳରେ କରାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ବିନା କୌଣସି ସମସ୍ୟାରେ ଶେଷ ଦର୍ଶନ କରିପାରିବେ। ମନମୋହନ ସିଂହ ଆମର ସର୍ବୋଚ୍ଚ ସମ୍ମାନ ଓ ସମାଧି ସ୍ଥାନ ପାଇବାକୁ ଯୋଗ୍ୟ। ଦେଶର ଏହି ମହାନ ସନ୍ତାନ ଏବଂ ତାଙ୍କ ଗର୍ବିତ ଦେଶ ପ୍ରତି ସରକାର ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ ଥିଲା ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ କେଜ୍ରିଵାଲ କହିଛନ୍ତି ଯେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଓ ସମାଧି ପାଇଁ ବିଜେପି ସରକାର ୧୦୦୦ ଗଜ ଜମି ମଧ୍ୟ ଯୋଗାଇ ନପାରିବା ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ବିଜେପି କହିଛି ଯେ କେବଳ ରାଜନୈତିକ ସ୍ବାର୍ଥ ପାଇଁ କଂଗ୍ରେସ ଓ ଅନ୍ୟ କେତେକ ବିରୋଧୀ ଦଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button