ରାଜନୀତି

ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କଲେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ରାଜ୍ୟ ସରକାର ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ଗତ ବର୍ଷ ଅଗଷ୍ଟ ମାସରୁ କାର୍ଯ୍ୟକାଳ ଶେଷ ହୋଇଥିଲା। ରାଜ୍ୟ ସରକାର ନୂଆ କମିସନର ନିଯୁକ୍ତି ଦେବାରେ ବିଳମ୍ବ କରିବାରୁ ଶ୍ରୀ ପାଢ଼ୀ ପୂର୍ବଭଳି କାର୍ଯ୍ୟ ଜାରି ରଖିଥିଲେ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଦାୟିତ୍ଵ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ନୂଆ କରି ଦାୟିତ୍ୱ ନେଇଛି। ସୁଚାର ରୂପେ ଏହାର ପରିଚାଳନା ବଡ଼ ଆହ୍ବାନ ରହିବ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ବଡ଼ ଚ୍ୟାଲେଜିଂ ରହିବ।ପୂର୍ବରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନେଇଛି, ତେଣୁ ନିର୍ବାଚନ ପରିଚାଳନାରେ ପୂର୍ବ ଅନୁଭୂତି ସାହାଯ୍ୟ କରିବ। ନୂଆ ଭୋଟରମାନଙ୍କୁ ନିର୍ବାଚନ ପାଇଁ ଆକୃଷ୍ଟ କରିବା ବଡ଼ ଆହ୍ଵାନ ରହିବ। ବିଭିନ୍ନ ସ୍ଥାନରେ ଫାଙ୍କା ରହିଥିବା ସରପଞ୍ଚ ସମିତି ସଭ୍ୟ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ଉପ ନିର୍ବାଚନର ଆୟୋଜନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ଗତ ବର୍ଷ ଅଗଷ୍ଟ ମାସରୁ କାର୍ଯ୍ୟକାଳ ଶେଷ ହୋଇଥିଲା। ରାଜ୍ୟ ସରକାର ନୂଆ କମିସନର ନିଯୁକ୍ତି ଦେବାରେ ବିଳମ୍ବ କରିବାରୁ ଶ୍ରୀ ପାଢ଼ୀ ପୂର୍ବଭଳି କାର୍ଯ୍ୟ ଜାରି ରଖିଥିଲେ।

ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଦାୟିତ୍ଵ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ନୂଆ କରି ଦାୟିତ୍ୱ ନେଇଛି। ସୁଚାର ରୂପେ ଏହାର ପରିଚାଳନା ବଡ଼ ଆହ୍ବାନ ରହିବ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ବଡ଼ ଚ୍ୟାଲେଜିଂ ରହିବ।ପୂର୍ବରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନେଇଛି, ତେଣୁ ନିର୍ବାଚନ ପରିଚାଳନାରେ ପୂର୍ବ ଅନୁଭୂତି ସାହାଯ୍ୟ କରିବ। ନୂଆ ଭୋଟରମାନଙ୍କୁ ନିର୍ବାଚନ ପାଇଁ ଆକୃଷ୍ଟ କରିବା ବଡ଼ ଆହ୍ଵାନ ରହିବ। ବିଭିନ୍ନ ସ୍ଥାନରେ ଫାଙ୍କା ରହିଥିବା ସରପଞ୍ଚ ସମିତି ସଭ୍ୟ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ଉପ ନିର୍ବାଚନର ଆୟୋଜନ କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button