ଧର୍ମ

କାହିଁକି ହନୁମାନ କରିଥିଲେ ପଞ୍ଚମୁଖୀ ରୂପର ଧାରଣ? ଜାଣନ୍ତୁ ଏହା ପଛର କାହାଣୀ

ସଂକଟ ତେ ହନୁମାନ ଛୁଡାୱେଂ ମନ କ୍ରମ ବଚନ ଧ୍ଯାନ ଜୋ ଲାୱେ॥ ଏହି କଥାର ଅର୍ଥ ଏହା ଅଟେ କି ଯେତେବେଳେ କୌଣସି ସଙ୍କଟ ଆସିଥାଏ ସେହି ସମୟରେ ଯେଉଁ ଭକ୍ତ ନିଜ ମନରେ ହନୁମାନଙ୍କୁ ମନେ ପକାଇଥାଏ ହନୁମାନ ତାହାକୁ ସବୁ ସଙ୍କଟରୁ ଦୂର କରିଥାନ୍ତି । ହନୁମାନଙ୍କୁ ସଂକଟମୋଚନ ଏଥିପାଇଁ କୁହାଯାଏ କାରଣ ସେ ନିଜର ଭକ୍ତମାନଙ୍କର ସବୁ ଦୁଃଖ ଏବଂ ଯନ୍ତ୍ରଣାକୁ ଦୂର କରି ଦେଇଥାନ୍ତି । ହନୁମାନ ଜଣେ ହିଁ ଯିଏକି ଏହି କଳି ଯୁଗରେ ଅଛନ୍ତି ଏବଂ ନିଜର ଭକ୍ତ ମାନଙ୍କୁ ରକ୍ଷା କରୁଛନ୍ତି ।

ହନୁମାନଙ୍କର ବିଭିନ୍ନ ରୂପ ଅଛି ସେଥିମଧ୍ୟରୁ ଗୋଟିଏ ହେଉଛି ପଞ୍ଚମୁଖୀ ହନୁମାନ । ଆମେ ଆଜି ଆପଣଙ୍କୁ କହିବୁ କି ହନୁମାନ କାହିଁକି ପଞ୍ଚମୁଖୀ ହନୁମାନର ରୂପ ଧାରଣ କରିଥିଲେ ।

କାହିଁକି ହନୁମାନ ହୋଇଥିଲେ ପଞ୍ଚମୁଖୀ ହନୁମାନ

ରାବଣ ଯେତେବେଳେ ମାତା ସିତାଙ୍କୁ ଅପହରଣ କରି ଲଙ୍କା ନେଇଯାଇଥିଲେ ସେତେବେଳେ ଭଗବାନ ଶ୍ରୀରାମ ହନୁମାନଙ୍କ ସହ ବାନର ସେନାଙ୍କ ସାହାର୍ଯ୍ୟରେ ଲଙ୍କା ଉପରେ ଆକ୍ରମଣ କରିଥିଲେ । ଶ୍ରୀରାମ ନିଜର ବାନର ସେନା ସହିତ ରାବଣ ସହିତ ଯୁଧ୍ୟ କରିଥିଲେ ଏବଂ ଯୁଧ୍ୟ ସମୟରେ ମେଘନାଦଙ୍କର ମୁର୍ତ୍ୟୁ ହୋଇଯାଇଥିଲା । ଏବଂ ରାବଣଙ୍କୁ ହାରିବାର ଚିନ୍ତା ହେବାକୁ ଲାଗିଲା ।

ସେହି ସମୟରେ ରାବଣ ନିଜର ଦୁଇ ଭାଇ ଅହିରାବଣ ଏବଂ ମହିରାବଣଙ୍କୁ ଡ଼ାକିଥିଲେ । ସେମାନେ ତନ୍ତ୍ର ମନ୍ତ୍ର ଏବଂ ଜାଦୁ ଭଳି ବିଦ୍ୟାର ଜ୍ଞାନୀ ଥିଲେ । ରାବଣ ତାଙ୍କୁ କହିଲେ କି ସେ ରାମ ଏବଂ ଲକ୍ଷ୍ମଣଙ୍କୁ ତାଙ୍କ ରାସ୍ତାରୁ ହଟାଇ ଦିଅନ୍ତୁ । ବିଭୀଷଣ ଏହି ସମାଚାର ବିଷୟରେ ଜାଣିବା ମାତ୍ରେ ହିଁ ସେ ହନୁମାନଙ୍କୁ ସବୁ କଥା କହିଦେଲେ ।

ଭଗବାନ ରାମ ଲକ୍ଷ୍ମଣଙ୍କର ରକ୍ଷା ପାଇଁ ହନୁମାନ କୂଟିଆ ସାମନାରେ ଏକ ରେଖା ଟାଣି ଦେଲେ । ଯେଉଁଥିରେ କୌଣସି ମାୟାବି ଜାଦୁ କାମ କରିବ ନାହିଁ । ଏହା ପରେ ଅହିରାବଣ ଏବଂ ମହିରାବଣ ସେହି କୂଟିଆ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କଲେ । କିନ୍ତୁ ପ୍ରବେଶ କରି ପାରିଲେ ନାହିଁ । ଏହା ପରେ ମହିରାବଣ ବିଭୀଷଣଙ୍କର ରୂପ ଧାରଣ କରି କୂଟିଆ ଭିତରେ ପଶି ରାମ ଲକ୍ଷ୍ମଣଙ୍କୁ ଉଠାଇ ନେଇ ଯାଇଥିଲେ ।

ହନୁମାନଙ୍କ ପୁତ୍ର ମକରଧ୍ଵଜର କାହାଣୀ

ଏହାର ଆଭାସ ବିଭୀଷଣଙ୍କୁ ଲାଗିବା ମାତ୍ରେ ହିଁ ସେ ହନୁମାନଙ୍କୁ ଏହା ବିଷୟରେ ସଚେତନ କରାଇଲେ । ହନୁମାନ ଏକ ପକ୍ଷୀ ରୂପ ଧାରଣ କରି ନିଂକୁଭଲା ନଗରୀ ପହଞ୍ଚିଲେ । ଏବଂ ସେ ସେଠୁ ଜାଣି ପାରିଲେ କି ମହିରାବଣ ରାମ ଏବଂ ଲକ୍ଷ୍ମଣଙ୍କୁ ବଳି ଦେବା ପାଇଁ କାମାକ୍ଷୀ ଦେବୀଙ୍କ ପାଖକୁ ନେଇଯାଇଛନ୍ତି ।

ଯେତେବେଳେ ହନୁମାନ ସେଠି ପହଞ୍ଚିଲେ ତେବେ ତାଙ୍କ ସାମନାରେ ବଳଶାଳୀ ଦ୍ଵାରପାଳ ଛିଡା ହୋଇଥିଲା । ଦ୍ଵାରପାଳ କହିଲେ କି ଆପଣ ମୋତେ ପରାସ୍ତ କରିଲେ ହିଁ ପାତଳକୁ ଯାଇ ପାରିବେ । ଦ୍ଵାରପାଳର ଅଧା ଶରୀର ବାନର ଏବଂ ଅଧା ମାଛ ପରି ଥିଲା । ଭୟଙ୍କର ଯୁଧ୍ୟ ହେଲା ଏବଂ ଶେଷରେ ହନୁମାନ ଜିତିଲେ ।

ମୁଁ ହନୁମାନଙ୍କର ପୁତ୍ର ଅଟେ । ମୋ ନାମ ମକରଧ୍ୱଜ ଅଟେ

ହନୁମାନ ତାଙ୍କର ନାମ ପଚାରିଲେ ଏବଂ ସେ କହିଲେ କି ମୁଁ ହନୁମାନଙ୍କ ପୁତ୍ର ମକରଧ୍ୱଜ ଅଟେ । ହନୁମାନ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ କି ହନୁମାନ ତ ବାଳ ବ୍ରହ୍ମଚାରୀ ଅଟନ୍ତି । ତାଙ୍କର ପୁତ୍ର କେମିତି ଜନ୍ମ ହେବ । ଦ୍ଵାରପାଳ ଜଣକ କହିଲେ କି ହନୁମାନ ସମୁଦ୍ରରେ ଅଗ୍ନି ଶାନ୍ତ କରିବା ସମୟରେ ତାଙ୍କର ଝାଳ ବୋହି ମୋ ମା ଯିଏକି ଜଣେ ମାଛ ଅଟନ୍ତି ତାଙ୍କ ପାଟି ମଧ୍ୟରେ ଚାଲି ଯାଇଥିଲା । ଏବଂ ସେ ଗର୍ଭବତୀ ହୋଇଯାଇଥିଲେ । ଏହା ପରେ ହନୁମାନ ନିଜର ପରିଚୟ ଦେଲେ ।

ଏହା ପରେ ମକରଧ୍ୱଜ ହନୁମାନଙ୍କର ଆଶୀର୍ବାଦ ନେଇ ତାଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦେଲେ । ହନୁମାନ ଭିତରକୁ ଯାଇ ମାତାଙ୍କୁ ପଚାରିଲେ କି ଆପଣ କଣ ସତରେ ରାମ ଏବଂ ଲକ୍ଷ୍ମଣଙ୍କର ବଳି ଚାହୁଁଛନ୍ତି । ମା କହିଲେ କି ମୁଁ ଅହିରାବଣ ଏବଂ ମହିରାବଣଙ୍କର ବଳି ଚାହୁଁଛି । ମୋତେ ପ୍ରସନ୍ନ କରିବା ପାଇଁ ସେମାନେ ପାଞ୍ଚୋଟି ଦୀପ ଲଗାଇଛନ୍ତି । ଯାହାକୁ ଏକ ସହିତ ଲିଭାଇଲେ ତାଙ୍କର ବିନାଶ ହେବ ।

ହନୁମାନ ପାଞ୍ଚୋଟି ଦୀପକୁ ଏକା ସଙ୍ଗେରେ ଲିଭାଇବା ପାଇଁ ପଞ୍ଚମୁଖୀ ରୂପ ଧାରଣ କରିଥିଲେ । ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣ ଦିଗରେ ନରସିଂହ ମୁଖ, ପଶ୍ଚିମରେ ଗରୁଡ ମୁଖ, ଆକାଶ ଦିଗକୁ ହୟଗ୍ରୀବ ମୁଖ ଏବଂ ପୂର୍ବ ଦିଗକୁ ହନୁମାନ ମୁଖ କରି ୫ ଟି ଦୀପକୁ ଏକା ସହିତ ଲିଭାଇ ଥିଲେ ଏବଂ ଏହା ପରେ ସେ ଅହିରାବଣ ଏବଂ ମହିରାବଣଙ୍କୁ ପରାସ୍ତ କରି ରାମ ଲକ୍ଷ୍ମଣଙ୍କୁ ଫେରାଇ ଆଣିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button