ସ୍ୱାସ୍ଥ୍ୟ

ରାସ୍ତା‌ କଡ଼ର ମୋମୋ ସହିତ ନାଲି ଚଟଣୀ ଖାଉଥିଲେ ସାବଧାନ! ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା, ନିଶ୍ଚିତ ଜାଣି ରଖନ୍ତୁ

ଆଜିକାଲି ଲୋକେ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ଠାରୁ ବାହାରେ ପାଟି ସୁଆଦିଆ ଜଙ୍କ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। ମ୍ୟାଗି ନୁଡ଼ଲ୍ସ ପରି ମୋମୋ ଖାଇବା ପାଇଁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଖାସ୍ କରି ରାସ୍ତା କଡ଼ରେ ଅତି କମ୍ ମୂଲ୍ୟରେ ଏହା ମିଳି ଯାଉଥିବାରୁ ଏହା ସେମାନଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟି ଯାଇଛି।

କିନ୍ତୁ ମଇଦାରୁ ପ୍ରସ୍ତୁତ ଏହି ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହେଉଛି। ଏଥିରେ ଆଜୋଡିକାର୍ବୋନାମାଇଡ୍, ବେନୋଜୋଏଲ୍ ପେରକ୍ସାଇଡ୍ ପରି ଉପାଦାନଗୁଡିକ ସାମିଲ ଥାଏ ଏହା ବ୍ୟତୀତ ମୋମୋ କୁ ନରମ ରଖିବା ପାଇଁ ଆଲକ୍ସାନ୍ ନାମକ ଏକ ଉପାଦାନ ମଧ୍ୟ ମିଶ୍ରଣ କରାଯାଇଥାଏ। ଏହି ଉପାଦାନ ଶରୀରର ଅଗ୍ନାଶୟକୁ କ୍ଷତି ପହଞ୍ଚାଇପାରେ।

ଏହା ବ୍ୟତୀତ ମୋମୋକୁ ସାଧାରଣତଃ ଲାଲ ଚଟଣୀ ସହିତ ଖାଇବାକୁ ଦିଆଯାଇଥାଏ। ଏହି ଲାଲ ଚଟଣୀ ଶୁଖିଲା ଲଙ୍କା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏହା ଅଧିକ ମସଲା ଯୁକ୍ତ ହେବା ସହିତ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଗ୍ୟାସ୍ ଏବଂ ବଦହାଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button