ଦେଶ ବିଦେଶ

ଆଣ୍ଟି ଡାକିଦେବାରୁ ତାତିଲେ ମହିଳା, ଏଟିଏମ ସୁରକ୍ଷାକର୍ମୀଙ୍କୁ ଚପଲରେ ପିଟିଲେ – Utkal Mail


ବେଙ୍ଗାଲୁରୁ: ମହିଳାଙ୍କୁ ଆଣ୍ଟି ଡାକିଦେବାରୁ ତାତିଲେ ମହିଳା | ଆଉ ମହିଳା ଜଣକ ରାଗିଯାଇ ଏଟିଏମ ସୁରକ୍ଷାକର୍ମୀଙ୍କୁ ମାଡ ମାରିବା ସହ ଚପଲରେ ପିଟିଥିଲେ | ର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମହିଳା ଜଣକ ଏଟିଏମକୁ ଯାଇଥିଲେ। ଯେତେବେଳେ ମହିଳା ଟଙ୍କା ଉଠାଇ ସେଠାରୁ ଆସୁଥିଲେ, ଏଟିଏମର ସୁରକ୍ଷାରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ତାଙ୍କୁ ଆଣ୍ଟି ଡାକିଦେଇଥିଲେ | ଆଣ୍ଟି ଡାକ ଶୁଣି ମହିଳାଙ୍କ ପିତ ଚଢ଼ିଯାଇଥିଲା | ମହିଳା ଜଣକ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଥମେ ସୁରକ୍ଷାକର୍ମୀଙ୍କୁ ଚାପୁଡ଼ା ମାରିବା ପରେ ଚପଲରେ ପିଟିଥିଲେ।

ପୁଲିସର ସୂଚନାନୁସାରେ, ମହିଳା ଜଣକ ଏଟିଏମରୁ ଟଙ୍କା ଉଠାଇ ଏଟିଏମ ଦ୍ୱାର ନିକଟରେ ଠିଆ ହୋଇଥିଲେ। ସିକ୍ୟୁରିଟି ଗାର୍ଡ ତାଙ୍କୁ ଦେଖି କହିଥିଲେ ଯେ ଆଣ୍ଟି ଟିକେ ସାଇଡ ହୋଇଯାଆନ୍ତୁ, ଅନ୍ୟ ଲୋକଙ୍କୁ ଏଟିଏମ ଯିବାକୁ ସୁଯୋଗ ଦିଅନ୍ତୁ | ବାସ ଏତିକି କଥାରେ ମହିଳା ଜଣକ ରାଗିଯାଇଥିଲେ | ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଣ୍ଟି ଡାକ ଶୁଣିବା ପରେ ମହିଳା ଜଣକ ରାଗିଯାଇ ସୁରକ୍ଷାକର୍ମୀଙ୍କୁ ଚପଲରେ ମାଡ଼ ମାରିଥିଲେ | ଏହି ଘଟଣା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ କହିଛି ଯେ ଘଟଣା ବାବଦରେ ଜଣାପଡିବା ପରେ ତୁରନ୍ତ ମହିଳାଙ୍କୁ ଗିରଫ କରାଯାଇଥିଲା | ଯଦିଓ କିଛି ସମୟ ପରେ ମହିଳାଙ୍କୁ ଜାମିନ ମିଳିଯାଇଥିଲା |




Related Articles

Leave a Reply

Your email address will not be published. Required fields are marked *

Back to top button