ଓଡିଶା

ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: ମୃତକଙ୍କ ଲାଗି କ୍ଷତିପୂରଣ ଘୋଷଣା କଲେ ଉପଜିଲ୍ଲାପାଳ

ସୁନ୍ଦରଗଡ଼: ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାରେ ପ୍ରାଣହରାଇଥିବା  ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦଶରଥ ପାତ୍ରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଗଲା ଆଇଜିଏଚ୍।  ଅନ୍ୟ ଦୁଇ ମୃତଦେହ ପଠାଯିବାକୁ ପ୍ରକ୍ରିୟା ଚାଲିଛି।

ଏଣେ କମ୍ପାନୀ ଘୋଷଣା କରିଛି କ୍ଷତିପୂରଣ।  ଏନେଇ ପ୍ରତିକ୍ରିୟା ରଖିଛି ପ୍ରଶାସନ। ମୃତ ଦଶରଥଙ୍କ  ପରିବାରକୁ ୨୫ ଲକ୍ଷ ଟଙ୍କା , ୧୦ ଲକ୍ଷ ବୀମା ଟଙ୍କା , ତାଙ୍କ ପରିବାରରୁ ଜଣଙ୍କୁ ଡାଲମିଆ ସିମେଣ୍ଟରେ ଚାକିରି ,ରାଜଗାଙ୍ଗପୁରରେ ଗୋଟିଏ ଘର ଓ ଯୁକ୍ତଦୁଇ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା କମ୍ପାନୀ ବହନ କରିବ ବୋଲି ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଦାଶରଥୀ ସରାବୁ। ଅନ୍ୟ ଶ୍ରମିକମାନଙ୍କ ପାଇଁ ଅନ୍ୟ ଘୋଷଣା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଥିଲା ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button