ଓଡିଶା

ହସ୍ପିଟାଲ ବସ୍ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ବାପଝିଅଙ୍କ ଜୀବନ

କାଲିମେଳା: ହସ୍ପିଟାଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଲିଗଲା ବାପଝିଅଙ୍କ ଜୀବନ। ବିଶାଖାପାଟଣା ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲକାନଗିରି ପଡିଆ ବ୍ଲକ ଏମଭି ୫୮ ଗାଁର ବାପ ଝିଅ ମୃତ। ମାଲକାନଗିରିରୁ ୩୦ରୁ ଅଧିକ ରୋଗୀଙ୍କୁ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ମାଲକାନଗିରିରୁ ୩୦ରୁ ଅଧିକ ରୋଗୀଙ୍କୁ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତକ ହେଲେ ସୁବ୍ରତ ରାୟ ଓ ତାଙ୍କ ୩ ବର୍ଷର ଝିଅ। ନିରୁକୋଣ୍ଡା ହସ୍ପିଟାଲ ପକ୍ଷରୁ ମାଲକାନଗିରିରୁ ରୋଗୀମାନଙ୍କୁ ବିଶାଖାପାଟଣା ନିଆ ଯାଇଥିଲା। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ମୃତକ ହେଲେ ସୁବ୍ରତ ରାୟ ଓ ତାଙ୍କ ୩ ବର୍ଷର ଝିଅ। ନିରୁକୋଣ୍ଡା ହସ୍ପିଟାଲ ପକ୍ଷରୁ ମାଲକାନଗିରିରୁ ରୋଗୀମାନଙ୍କୁ ବିଶାଖାପାଟଣା ନିଆ ଯାଇଥିଲା। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଆନ୍ଧ୍ର ପ୍ରଦେଶର ବିଜୟ ନଗରମ ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଏକ ଘରୋଇ ମେଡିକାଲ ବସ | ଘଟଣା ସ୍ଥଳ ରେ ଦୁଇ ମୃତ | ମୃତ ଦୁଇ ଜଣ ହେଲେ ବାପା ଝିଅ | ଘର ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମଭି୫୮ଗ୍ରାମରେ ବୋଲି ସୂଚନା ମିଳିଛି | ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଓ ତାଙ୍କ ପରିବାର ବିଶାଖାପାଟଣାର ଅନିଲ ହସ୍ପିଟାଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣାରେ ସୁବ୍ରତ ଓ ତାଙ୍କର ୩ ବର୍ଷର ଝିଅ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଏହି ବସରେ ଥିବା ଅନେକ ରୋଗୀ ଗୁରୁତର ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତି ହୋଇଥିବାର ସୂଚନା ମିଳିଛି |

ଗତକାଲି ଅପରାହ୍ନରୁ ଏହି ମେଡିକାଲ ବସଟି କାଲିମେଳା ଓ ପଡିଆ ବ୍ଲକରୁ ଅନେକ ରୋଗୀଙ୍କୁ ନେଇ ବିଶାଖାପାଟଣା ଅନିଲ ହସ୍ପିଟାଲକୁ ଯାଉଥିବା ବେଳେ ଘନ କୁହୁଡି ଯୋଗୁଁ ବିଜୟନଗରମ ନିକଟରେ ରାସ୍ତାରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରକର ପଛ ପଟୁ ଜୋରରେ ଧକ୍କା ଦେଇଥିଲା | ବସର ଆଗ ସିଟରେ ବସିଥିବା ବାପା ଓ ଝିଅଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନେକ ରୋଗୀ ଗୁରୁତର ଭାବରେ ଆହତ ହୋଇଥିବାର ସୂଚନା ମିଳିଛି | ଘଟଣାଟି ଆଜି ଭୋର ସମୟରେ ଘଟିଥିବାର ଅନୁମାନ କରାଯାଉଛି | ସୂଚନା ଯୋଗ୍ୟ ଯେ ପ୍ରତିଦିନ ଏହି ଘରୋଇ ହସ୍ପିଟାଲର ବସଟି ମାଲକାନଗିରି ଜିଲ୍ଲାର ରୋଗୀମାନଙ୍କୁ ମାଗଣାରେ ବିଶାଖାପାଟଣାର ଅନିଲ ନିରୁକୋଣ୍ଡା ହସ୍ପିଟାଲକୁ ନେବା ଆଣିବା କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button