ଓଡିଶା

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା, ୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମୃତଦେହ ଠାବ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାର ୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମୃତଦେହ ଠାବ। ମୃତକ ହେଲେ ଦଶରଥ ପାତ୍ର, ରଂଜିତ ଭୋଳ ଓ ସୁଶାନ୍ତ ରାଉତ। ଶବ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ଏଣେ ଘଟଣାସ୍ଥଳରେ ମହାପ୍ରୟାଣ ଗାଡ଼ି ପହଞ୍ଚିଛି।

ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ତାପଜ ବିଦ୍ୟୁତ ପ୍ରକଳ୍ପ (ପାୱାର ପ୍ଲାଣ୍ଟ)ର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍ ଟନ୍ କୋଇଲା ତଳେ ଶ୍ରମିକ ପୋତି ହୋଇଯାଇଥିଲେ। କାରଖାନାର ବୈଷୟିକ ଦଳ ସହ ଜିଲ୍ଲାର ୭ଟି ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲାପାଳ ମନୋଜ ମହାଜନ, ଡିଆଇଜି ବ୍ରିଜେଶ ରାୟ, ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁଯାୟୀ, ଲାଇନ୍‌-୨ରେ ଥିବା ୨୭ ମେଗାୱାଟ୍‌ ପ୍ଲାଣ୍ଟର ୧୨୫ ଟିପିଏଚ୍‌ ସିଏଫ୍‌ବିସି ବଏଲରର ଦୁଇଟି ଯାକ କୋଇଲା ବଙ୍କର୍‌ ଭାଙ୍ଗି ଯାଇଥିଲା। ଫଳରେ ପ୍ରାୟ ୮୦୦ ଟନ୍‌ କୋଇଲା ଗୁଣ୍ଡର କୃତ୍ରିମ ପାହାଡ଼ ସୃଷ୍ଟି ହୋଇଥିଲା। ଏହାରି ତଳେ ଶ୍ରମିକମାନେ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ କ୍ରେନ୍‌, ଆମ୍ବୁଲାନ୍ସ, ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଉଦ୍ଧାର କାର୍ଯ୍ୟରେ କମ୍ପାନିର ଯନ୍ତ୍ରପାତି ବ୍ୟବହୃତ ହେଉଥିଲା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ସରକାରୀ ଆମ୍ବୁଲାନ୍ସ ଓ ଦମକଳ ବହୁ ସମୟ ଅଟକି ରହିଥିଲା। ବହୁ ବିଳମ୍ବରେ ବାହାର ଆମ୍ବୁଲାନ୍ସ ଓ ଦମକଳ ଭିତରକୁ ଛଡ଼ାଯାଇଥିଲା। ମୁଖ୍ୟ ଫାଟକ ବନ୍ଦ ଥିବାବେଳେ ପ୍ରଥମେ ଏସ୍‌ଡିପିଓ, ତହସିଲଦାର ଓ ପରେ ପହଞ୍ଚିଥିବା ସୁନ୍ଦରଗଡ଼ ଏସ୍‌ପି ଭିତରକୁ ଯାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button