ଓଡିଶା

ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହଂସିତାଙ୍କ ନାମରେ ଯୁବତୀ ଚାଲାଣ ନେଇ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ବଣ୍ଟି-ବବଲି ନାମରେ ଚର୍ଚ୍ଚାରେ ଥିବା ଏହି ଦଂପତିଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟର ସେକ୍ସକନ ୫ ଲଗାଇ ଇନ୍‌ଫୋସିଟି ପୁଲିସ ମାମଲା ରୁଜୁ କରିଛି। ଗତ ୧୬ ତାରିଖରେ ଇନ୍ଫୋସିଟି ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଥନାରେ ‌ଅଭିଯୋଗ ନେଇ ଗଣମାଧ୍ୟମକୁ ଏହାର ନକଲ ଗଣମାଧ୍ୟମର ହସ୍ତଗତ ହୋଇଛି।

ଏହି ଖବର ପଢ଼ନ୍ତୁ: ସରକାର ମାଗିଲେ ରିପୋର୍ଟ, ୬୦ କୋଟିର ହିସାବ ମିଳୁନି

କେବଳ ସେତିକି ନୁହେଁ ଅପରାଧିକ ଷଡ଼ଯନ୍ତ୍ର ପାଇଁ ୧୨୦(ବି), ଆଇଟି ଆଇନ୍‌ ମଧ୍ୟ ପୁଲିସ ଲଗାଇଛି। କୌଣସି ଯୁବତୀଙ୍କ ନଗ୍ନ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରଲ କରିବା କିମ୍ବା ଇଲୋକ୍ଟ୍ରନିକ ଗ୍ୟାଜେଟ ମାଧ୍ୟମରେ ଦେଖାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତେବେ ଯୁବତୀ ଚାଲାଣ ଅଭିଯୋଗ ପରେ, ଏହି ଠକ ଦଂପତିଙ୍କ କାରନାମାକୁ ନେଇ ଖୋଳତାଡ଼ କରୁଛି ସ୍ପେଶାଲ କ୍ରାଇମ ୟୁନିଟ୍‌I

ଏହି ଖବର ପଢ଼ନ୍ତୁ: ପରଲୋକରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର

ଗତ ୧୬ ତାରିଖରେ ଇନ୍ଫୋସିଟି ଥାନାରେ ହଂସିତା ଓ ଅନୀଲ ବିରୋଧରେ ମାମଲା ରୁଜୁ ହୋଇଛି। ଥନାରେ ‌ଅଭିଯୋଗ ନେଇ ଗଣମାଧ୍ୟମକୁ ଏହାର ନକଲ ଗଣମାଧ୍ୟମର ହସ୍ତଗତ ହୋଇଛି।
ଠକ ଯୋଡ଼ି ହଂସିତା-ଅନୀଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଣ୍ଡ ପୂରାଇଛି। ଇଡି ଅଧିକାରୀମାନେ କମିସନରେଟ୍‌ ପୁଲିସ ଓ ଆୟକର ବିଭାଗରୁ ଏହି ମାମଲାର ତଦନ୍ତ ସଂକ୍ରାନ୍ତୀୟ କିଛି ତଥ୍ୟ ନେଇଛନ୍ତି। ଇଡି ଅଧିକାରୀମାନେ ପୁଲିସଠାରୁ ସେମାନଙ୍କ ବିରୋଧରେ ହୋଇଥିବା ଏତଲା କପି ସଂଗ୍ରହ କରିଛନ୍ତି ଏବଂ ଆୟକର ବିଭାଗରୁ ସେମାନଙ୍କ ବ୍ୟାବସାୟିକ ହିସାବପତ୍ରର ନଥିପତ୍ର କପି ନେଇଛନ୍ତି। ସେମାନଙ୍କ କଳାଧନ ଉପରେ ଇଡି ଛାନ୍‌ଭିନ୍‌ କରିବା ଆଭାସ ମିଳିବା ପରେ କିଛି ରାଜନେତା ଓ ବଡ଼ବଡ଼ ବ୍ୟବସାୟୀଙ୍କ ଭିତରେ ଛନକା ପଶିବା ଜଣାପଡ଼ିଛି। ବଡ଼ କଥା ହେଉଛି ଏହି ମାମଲାରେ କମିସନରେଟ୍‌ ପୁଲିସ ତଦନ୍ତ କେତେ ଦୂର ଯାଇଛି ଏବଂ କି କି ତଥ୍ୟ ମିଳିଛି, ସେସବୁର ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର।

 

Related Articles

Leave a Reply

Your email address will not be published. Required fields are marked *

Back to top button