ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତେ ଏପରି ସର୍ତ୍ତ ରଖିଲେ ଅରବିନ୍ଦ କେଜରିୱାଲ, କହିଲେ-କରିଦେଲେ ବିଜେପି ଲାଗି ପ୍ରଚାର କରିବି ମୁଁ

ନୂଆଦିଲ୍ଲୀ ୬।୧୦: ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’କୁ ସମ୍ବୋଧିତ କରି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟଙ୍ଗ କରିଛନ୍ତି। କେଜରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ‘ଆଜି ମୁଁ ମୋଦିଙ୍କୁ କହୁଛି ଗୋଟିଏ କାମ କରିଦିଅନ୍ତୁ ଫେବୃଆରୀରେ ଦିଲ୍ଲୀ ନିର୍ବାଚନ।

ଏହି ନିର୍ବାଚନ ପୂର୍ବରୁ ୨୨ ରାଜ୍ୟର ବିଦ୍ୟୁତ ବିଲ୍ ଫ୍ରି କରି ଦିଅନ୍ତୁ, ଦିଲ୍ଲୀ ନିର୍ବାଚନରେ ମୁଁ ମୋଦିଙ୍କ ଲାଗି ପ୍ରଚାର କରିବି’।

ସେହିପରି ରାଜଧାନୀ ଦିଲ୍ଲୀର ଅପରାଧିକ ତଥ୍ୟ ଉପସ୍ଥାପନ କରି କେଜରିୱାଲ ବିଜେପିକୁ ଘେରିଛନ୍ତି। କହିଛନ୍ତି ଆଜି ଦିଲ୍ଲୀକୁ ଗ୍ୟାଙ୍ଗଷ୍ଟର ତାଙ୍କର ଠିକଣା କରିଦେଲେଣି। ଜାତୀୟ ରାଜଧାନୀରେ ସବୁଦିନ ଗୁଳି ଫୁଟୁଛି। ଅପରାଧୀମାନେ ସବୁ ସୀମା ପାର କରିଛନ୍ତି। ୯୦ ଦଶନ୍ଧୀରେ ମୁମ୍ବାଇରେ ଯେଉଁ ପରିସ୍ଥିତି ଥିଲା ଆଜି ଦିଲ୍ଲୀର ପରିସ୍ଥିତି ସେପରି ହୋଇଯାଇଛି। ଏପରି ଅନେକ ଘଟଣା ଘଟୁଛି ଯାହା ଦିଲ୍ଲୀ ପୋଲିସକୁ ବି ପହଞ୍ଚି ପାରୁନି। ଏପରି ଅନେକ ଘଟଣାରେ ଦିଲ୍ଲୀ ପୋଲିସ ଏଫଆଇଆର ମଧ୍ୟ କରୁନି। ଜାତୀୟ ରାଜଧାନୀରେ ସାଧାରଣ ଲୋକଙ୍କ ଜୀବନ ଏବେ ବିପଦପୂର୍ଣ୍ଣ ହୋଇପଡିଛି। ଦିଲ୍ଲୀ ପୋଲିସ ଏବେ ବିଜେପି ପାଖରେ ବନ୍ଧା ପଡିଛି।

ବସ୍ ମାର୍ସଲ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ‘ମୁଁ ରାଜନୀତିକୁ ଆସିବା ପୂର୍ବରୁ ୧୦ ବର୍ଷ ବସ୍ତିରେ କାମ କରିଥିଲି। ଏହି ୧୦ ବର୍ଷ ବସ୍ ରେ ଯାତ୍ରା କରିଛି, ମୁଁ ଜାଣିଛି ଏଠାରେ ବ୍ୟବସ୍ଥା କ’ଣ, ଜଣେ ମହିଳା ବସକୁ ଉଠିଲେ ତାଙ୍କୁ ଯଦି ସିଟ୍ ନ ମିଳିଲା ତାଙ୍କ ସହ କିପରି ବ୍ୟବହାର ହୁଏ’। ମୁଁ ୩-୪ଥର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ଗଲି ତାଙ୍କ ହାତଗୋଡ ଧରିଲି ବସ୍ ମାର୍ସଲ ବ୍ୟବସ୍ଥା ବନ୍ଦ କରନ୍ତୁନି ବୋଲି କହିଲି, ଯେତେବଳେ ମହିଳା ଅସୁରକ୍ଷିତ ହୋଇପଡିଲେଣି ସେତେବେଳେ ବସ୍ ମାର୍ସଲଙ୍କ ଅବସ୍ଥା କହିବା କ’ଣ? ବସ୍ ମାର୍ସଲଙ୍କୁ ମାସିକ ୧୫ ହଜାର ଟଙ୍କା ବେତନ ମିଳେ, ବିଜେପି ଗରିବ ବିରୋଧୀ।

ଜନତା କି ଅଦାଲତରେ ଦିଲ୍ଲୀ ବାସୀଙ୍କୁ ପ୍ରତିଶ୍ରୁତି ଦେଇ କେଜରିୱାଲ କହିଛନ୍ତି ଯେ ‘ଏବେ ମୁଁ ଆସିଗଲାଣି, ଆପଣମାନଙ୍କ ସବୁ କାମ କରିଦେବି, ସମସ୍ତଙ୍କ ଚାକିରୀ ଫେରାଇ ଆଣିବି, ସମସ୍ତଙ୍କୁ ବେତନ ମିଳିବ’। ସେହିପରି ପୂର୍ବତନ ବସ୍ ମାର୍ସଲମାନଙ୍କୁ କେଜରିୱାଲ କହିଛନ୍ତି ଯେ ଆପଣମାନଙ୍କ ବଡ଼ଭାଇ ଆସି ଯାଇଛନ୍ତି, ଆମେ ମିଶିକି ଲଢିବା।

Related Articles

Leave a Reply

Your email address will not be published. Required fields are marked *

Back to top button