କ୍ରାଇମ

ଚନ୍ଦନପୁରରେ ୨୦ କେଜି ସୁନା ଜବତ ଘଟଣା: ମହିଳାଙ୍କଠୁ କୌଣସି ସୁନା କି ଟଙ୍କା ମିଳିନଥିବା କହିଲା ପୋଲିସ

ପୁରୀ : ପୁରୀ ଚନ୍ଦନପୁରରେ ମହିଳାଙ୍କ ଠାରୁ ୨୦ କେଜିର ସୁନା ଜବତ ଘଟଣାରେ ଆସିଲା ବଡ଼ ଖବର । ମହିଳାଙ୍କ ଠାରୁ ଜବତ ହୋଇ ନାହିଁ ସୁନା କି ଟଙ୍କା ।  ଏନେଇ ସୂଚନା ଦେଇଛନ୍ତି ଚନ୍ଦନପୁର ଥାନା ଆଇଆଇସି ଭୁବନମୋହନ ସାମନ୍ତରାୟ । କେବଳ SBIର ୬ ଟି ଚେକ୍ ଜବତ ହୋଇଥିବା ସେ କହିଛନ୍ତି । ଠକେଇ ଅଭିଯୋଗରେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୁହାଯାଉଛି ।

ସୂଚନା ଅନୁସାରେ ଗତକାଲି ଠକେଇ ଅଭିଯୋଗରେ ଚଢ଼ାଉ ବେଳେ ମହିଳାଙ୍କୁ ଘରୁ ବିପୁଳ ଟଙ୍କା ସହ ସୁନା ଅଳଙ୍କାରକୁ ନେଇ ଚର୍ଚ୍ଚା ହୋଇଥିଲା । ଏଥିସହିତ ତଦନ୍ତ କରୁ କରୁ ଟ୍ରଲି ଭର୍ତ୍ତି ୫ ଶହ ଟଙ୍କିଆ ନୋଟ୍ ମିଳିଥିବା ନେଇ ସୂଚନା ମିଳିଥିଲା । ଯାହା ପରବର୍ତ୍ତୀ ସମୟରେ ଖବରଟି ମିଥ୍ୟା ବୋଲି ଜଣାପଡିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button