ରାଜନୀତି

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ ! – Utkal Mail


ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି।

ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ କଂଗ୍ରେସର ବଡ଼ ପ୍ରଭାବ ରହିଛି। ତେଣୁ କୋରାପୁଟର ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଭିନ୍ନ ଭିନ୍ନ ଅଙ୍କକଷା ଆରମ୍ଭ ହୋଇଛି।

ସେ ଭିତରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ଲକ୍ଷ୍ମୀପୁରରେ କଂଗ୍ରେସର ଭଲ ପ୍ରଭାବ ରହିଥାଏ। ସେଠାରେ ଶାସକ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳୁଥିବା ବେଳେ କେତେବେଳେ ବିଜେଡି ତ କେତେବେଳେ କଂଗ୍ରେସ ବାଜି ମାରିନିଏ।

୨୦୧୯ ରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଏକ ଜୋରଦାର ଫାଇଟ ଦେଖିବାକୁ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ କୈଳାଶ କୁଲେସିକା ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କ ଠାରୁ ମାତ୍ର ୨୨୯ ଖଣ୍ଡ ଭୋଟରେ ହାରିଯାଇଥିଲେ। ବିଜେପିର କୁମୁଦ ଚନ୍ଦ୍ର ସାଉଁଟା ୧୮ ହଜାର ୯୪୫ ଖଣ୍ଡ ଭୋଟ ପାଇଥିଲେ।

୨୦୧୪ ରେ କଂଗ୍ରେସରୁ ଯାଇ ବିଜେଡି ପ୍ରାର୍ଥୀ ହୋଇଥିବା ହେମା ଗମାଙ୍ଗଙ୍କୁ କଂଗ୍ରେସ ପ୍ରାର୍ଥୀ କୈଳାଶ କୁଲେସିକା ହରାଇ ବିଧାୟକ ହୋଇଥିଲେ। ୨୦୦୯ ରେ ଝିନ୍ନ ହିକକା ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ହେମା ଗମାଙ୍ଗ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଝିନ୍ନଙ୍କ ଠାରୁ ସେ ୩୪୦୬ ଖଣ୍ଡ ଭୋଟରେ ହାରିଥିଲେ।

କୈଳାଶ କୁଲେସିକା ସ୍ୱାଧୀନ ପ୍ରାର୍ଥୀ ହୋଇ ସାତ ହଜାର ୫୦୦ ଭୋଟ ପାଇଥିଲେ। ତେଣୁ ଏହି ସିଟରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳେ। ତେଣୁ ୨୦୨୪ ରେ କଣ ହେବ ତାକୁ ନେଇ ଏବେଠୁ ଆକଳନ ଆରମ୍ଭ ହୋଇଛି।

ଏଥର କିନ୍ତୁ ବିଜେଡି ପ୍ରାର୍ଥୀ ବଦଳାଇ ପାରେ। ବିଜେଡି ପ୍ରାର୍ଥୀ ଦୌଡ଼ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଓ ପୂର୍ବତନ ବିଧାୟକ ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା ହିକକାଙ୍କ ନାଁ ଚର୍ଚ୍ଚାରେ ରହିଛି। ପୂର୍ବ ନିର୍ବାଚନରେ କୌଶଲ୍ୟାଙ୍କୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ କରାଯାଇଥିବାବେଳେ ସେ ହାରିଯାଇଥିଲେ।

ସେହିପରି କଂଗ୍ରେସ ମଧ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ସେଥିରେ ବନ୍ଧୁଗାଁ ବ୍ଳକ ଉପାଧ୍ୟକ୍ଷା ଗୀତାଞ୍ଜଳିଙ୍କ ନାଁ ଚର୍ଚ୍ଚା ହେଉଛି। କଂଗ୍ରେସର ଅନ୍ୟ କିଛି ଦାବିଦାର ମଧ୍ୟ ରହିଛନ୍ତି।

ସେପଟେ ବିଜେପି ଏହି ସିଟରେ ସେତେ ଭଲ ପ୍ରଦର୍ଶନ କରି ପାରି ନ ଥିବା ବେଳେ ଦଳର ସେମିତି କେହି ବଡ଼ ଚେହେରା ଏହି କ୍ଷେତ୍ର ପାଇଁ ନ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ତା ଉପରେ ନଜର ରହିଛି।

କିନ୍ତୁ ଆଗାମୀ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button