ଓଡିଶା

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ , ୨୦୨୩-୨୪ ବଜେଟ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର – ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଦୁଇଟିଯାକ ବୈଠକରେ ଅଧ୍ୟକ୍ଷତା କରିବେ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯିବ । ଆସନ୍ତା ୨୪ ତାରିଖରେ ବିଧାନସଭାରେ ଆଗତ ହେବ ବଜେଟ । କୁହାଯାଉଛି ଯେ, ରାଜ୍ୟରେ ବିତ୍ତୀୟ ବ୍ୟବସ୍ଥା ଭଲ ରହିଛି । ଏଥିସହ ଆର୍ଥିକ ପରିଚାଳନା ମଧ୍ୟ ଶୃଙ୍ଖଳିତ ରହିଛି। ନିଜସ୍ଵ ଟିକସ ସଂଗ୍ରହ ସହ ଟିକସ ଓ ଅଣଟିକସ ରାଜସ୍ୱ ପରିମାଣ ବୃଦ୍ଧି ପାଇଛି । ତେଣୁ ଏଥର ବଜେଟରେ ରାଜ୍ୟ ସରକାର ଭିତ୍ତିଭୂମି ଓ ରୂପାନ୍ତରଣ ଉପରେ ଅଧିକ ଗୁରୁତ୍ବ ଦେବା ସମ୍ଭାବନା ରହିଛି। ଏଥରର ବଜେଟ ଗତ ଆର୍ଥିକ ବର୍ଷର ବଜେଟ ଅପେକ୍ଷା ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇପାରେ। ଆଜି ବସିବାକୁ ଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଉପରେ ମଧ୍ୟ ମୋହର ବାଜିବା ସମ୍ଭାବନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button