ସ୍ୱାସ୍ଥ୍ୟ

ରୋଷେଇ ତେଲରୁ କ୍ୟାନ୍ସର, ବ୍ୟବହାର କରୁଛନ୍ତି କି ଏହି ତେଲ ? ଯଦି ହଁ ତେବେ ହୋଇପାରେ କ୍ୟାନ୍ସର

ରୋଷେଇ ତେଲ ସେହି ତେଲ ଅଟେ ଯେଉଁଥିରେ ରୋଷେଇ କାର୍ଯ୍ୟ କରାଯାଇଥାଏ। ଆମେ ବିଭିନ୍ନ ପ୍ରକାର ତେଲରେ ଖାଦ୍ୟ ପ୍ରସ୍ତୁତ କରିଥାଉ, ଏବଂ ତାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଉପାୟ ବଛା ଯାଇଥାଏ। କୁକିଙ୍ଗ ଅଏଲ ର ବ୍ୟବହାର ଵିଶେଷ ଭାବରେ ଖାଦ୍ୟକୁ ରୁଚି ମନ୍ତ କରିବା ପାଇଁ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କୁକିଙ୍ଗ ଅଏଲ ରୁ କ୍ୟାନ୍ସର ମଧ୍ୟ କାରଣ ହୋଇପାରେ। ଆମେରିକା ସରକାରଙ୍କ ଦ୍ୱାରା କରାଯାଇଥିବା ଗୋଟିଏ ଷ୍ଟଡି ରେ କୁହାଯାଇଛି ଯେ ଖାଇବା ତେଲ କ୍ୟାନ୍ସର ର କାରଣ ହୋଇପାରେ।

 

ଗବେଷଣାରୁ ଖୁଲାସା: କୋଲନ କ୍ୟାନ୍ସର ରୁ ପୀଡିତ ୮୦ ରୋଗୀଙ୍କ ଉପରେ ଯେତେବେଳେ ରିସର୍ଚ୍ଚ କରାଯାଇ ଥିଲା , ଦେଖିବାକୁ ମିଳିଥିଲା ସେଥିରେ ବାୟୋଆକ୍ଟିଭ ଲିପିଡ଼ ର ସ୍ତର ହାଇ ଥିଲା ଯାହାକି ,ମଞ୍ଜି କୁ ଭାଙ୍ଗିବା ପରେ ତେଲ ପ୍ରସ୍ତୁତ ହୋଇଥାଏ। ଏହି ରିସର୍ଚ୍ଚ ରେ ୩୦ ରୁ ୮୫ ବର୍ଷ ଆୟୁ ବର୍ଗଙ୍କ ଲୋକଙ୍କ ନିକଟରେ ଟ୍ୟୁମର ରେ ଲିପଇଡ଼ ର ସ୍ତର ହାଇ ଥିଲା।

ସିଡ୍ସ ଅଏଲ ଓ କ୍ୟାନ୍ସର ର ସମ୍ବନ୍ଧ: ପୂର୍ବର ରିସର୍ଚ୍ଚ ରେ ସ୍ୱାସ୍ଥ୍ୟ ଉପରେ ସିଡ୍ସ ଅଏଲ ର ହାନିକାରକ ପ୍ରଭାବ ଥିବାର ଜଣା ପଡିଥିଲା। ଏହା ଶରୀରକୁ ଅଧିକ ଫୁଲାଇ ଦେଇଥାଏ। ସିଡ୍ସ ଅଏଲ ବ୍ରେକ ଡାଉନ ହୋଇ ପ୍ରସ୍ତୁତ ହେବା ଦ୍ୱାରା କୋଲନ କ୍ୟାନ୍ସର ର କାରଣ ହୋଇଥାଏ। ଏବଂ ଶରୀରରେ ଟ୍ୟୁମର ବିକଶିତ ର ମଧ୍ୟ କାରଣ ହୋଇପାରେ। ସିଡ୍ସ ଅଏଲ ରେ ଓ଼ମେଗା 6 ଓ ପୋଲିଅନ ସେଚୁରେଟେଡ଼ ଫ୍ୟାଟି  ଏସିଡ ରହିଥାଏ। ରିସର୍ଚ୍ଚ ଅନୁସାରେ ସିଡ଼ସ  ଅଏଲ ଓ ଅତ୍ୟଧିକ ସେବନ ଦ୍ୱାରା ହେଉଥିବା କ୍ୟାନ୍ସର ଅଧିକ ବୃଦ୍ଧି ହୋଇଥାଏ।

କୁକିଙ୍ଗ ଅଏଲ ବାଛିବେ କିପରି: ସ୍ୱାସ୍ଥ୍ୟ ପାଇଁ  ଯଦି ଆପଣ ହେଲଦି ଡାଏଟ ପ୍ଲାନ ପାଳନ କରୁଛନ୍ତି, ତେବେ କୌଣସି ପତଳା ତେଲ ବ୍ୟବହାର କରନ୍ତୁ। ସେଥିପାଇଁ ସୂର୍ଯ୍ୟମୁଖୀ ତେଲ କିମ୍ବା ଅଲିଭ ଅଏଲ ବାଛିବା ଜରୁରୀ।

କିପରି ରୋଷେଇ କରିବେ: ଛଣା ଛାଣି ପାଇଁ ବାଦାମ ତେଲ କିମ୍ବା ସୋୟାବିନ ତେଲ ଖୁବ ଉତ୍ତମ ଅଟେ, ଏବଂ ଅନ୍ୟ ରୋଷେଇ ପାଇଁ ଅଲିଭ ଅଏଲ ଖୁବ ଉତ୍ତମ ଅଟେ।

ସ୍ୱାଦ ପାଇଁ: ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସ୍ୱାଦ କୁ ଦେଖିବେ ତେବେ ରାଶି ତେଲ କିମ୍ବା ନଡ଼ିଆ ତେଲ ରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ପ୍ରଭାବଶାଳୀ ଅଟେ l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button