ବିଚାର

ଆପଣ ବି ପ୍ରତ୍ୟେକ ଦିନ ସ୍ମାର୍ଟୱାଚ୍ ପିନ୍ଧୁଛନ୍ତି କି ? ରୁହନ୍ତୁ ସାବଧାନ ଏହି ମାରାତ୍ମକ ରୋଗକୁ ଡାକୁଛନ୍ତି ଆପଣ

ଆପଣଙ୍କ ଫିଟନେସ୍ ଏବଂ ଓଜନ ହ୍ରାସ ଯାତ୍ରାର ତଦାରଖ ଏବଂ ପରିଚାଳନା ପାଇଁ ଏକ ସ୍ମାର୍ଟୱାଚ୍ ବ୍ୟବହାର କରିବା ଆଜିର ପରିବେଶରେ ବେଶ ଲାଭଦାୟକ ହୋଇପାରେ, ଯେଉଁଠାରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଅନେକ ଲୋକ ଏକ ସ୍ମାର୍ଟୱାଚ୍ ଫିଟନେସ୍ ଟ୍ରାକର୍କୁ ଏକ ବ୍ୟକ୍ତିଗତ ପ୍ରଶିକ୍ଷକ ଭାବରେ ବିବେଚନା କରନ୍ତି, ଯାହା ଉପଯୋଗୀ ଅନ୍ତର୍ଦୃଷ୍ଟି ଏବଂ ପ୍ରେରଣା ପ୍ରଦାନ କରେ।

ତେବେ ଦୈନନ୍ଦିନ ଜୀବନରେ ଲାଇଫ ଷ୍ଟାଇଲ ମେଣ୍ଟେନ୍ କରିବା ପାଇଁ ଆଧୁନିକତା ମଧ୍ୟରେ ବିଭିନ୍ନ ସୋଉକିନ ଜିନିଷ ବ୍ୟବହାର କରାଯାଉଛି। କିନ୍ତୁ ତାହା ପରେ ଏହା ଆତ୍ମଘାତୀ ପ୍ରମାଣିତ ହେଉଛି।

ଯୁବପିଢି ହୁଅନ୍ତୁ ବା ଛୋଟ ପିଲା ଷ୍ଟାଇଲିସ ଘଣ୍ଟା ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ କଥା ଯେତେବେଳେ ସ୍ମାର୍ଟ ୱାଚର ଥାଏ ସେତେବେଳେ ଟିକେ ବେଶୀ ଆଗ୍ରହ ପ୍ରକାଶ ହେଇଥାଏ।

 

ହେଲେ ସ୍ମାର୍ଟ ୱାଚ ଶରୀରର ଆଭ୍ୟନ୍ତରକୁ ନଗଲେ ବି ଖାଦ୍ୟରେ ତାହା ଉପଯୁକ୍ତ ହେଇନଥିଲେ ବି ଏହା କ୍ୟାନସର ପାଇଁ କାରକ। ସ୍ମାର୍ଟ୍ ୱାଚ ହେଉ ବା ଫିଟନେସ ପାଇଁ ଉଭୟ ଥିରେ ଭିନ୍ନ ଧରଣର ଶରୀରର ପାଇଁ ହାନିକାରକ ବ୍ୟାକ୍ଟେରିଆ ରହିଥାଏ।

ୱାଚର ବ୍ୟାଣ୍ଡରେ ରହୁଥିବା ଏକ ପ୍ରକାର ଏସିଡରେ ଉକ୍ତ ବ୍ୟାକ୍ଟେରିଆ ଥାଏ। ୧୨ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟ ୱାଚ ବ୍ୟବହାର କଲେ ତାହା ଭବିଷ୍ୟତରେ କ୍ଷତି ଘଟାଇବା ନିଶ୍ଚିନ୍ତ।

ଏହା ପିଏଫଏଚସଏ ଏସିଡ କୁହାଯାଏ। ଯାହାର ଝାଳର ସଂସ୍ପର୍ଶରେ ଆସିଲେ ପିଏଫଏଚସଏ ଲମୋ ଛିଦ୍ରକୁ ଚାଲିଯାଇଥାଏ। ପ୍ରାୟ ୫୦% ଏସିଡ ତ୍ଵଚା ଭିତରକୁ ଚାଲି ଯାଇଥାଏ। ଏକ ତୃତୀୟାଂଶ ରକ୍ତରେ ମିଶିଥାଏ। ଏହିଭଳି କ୍ଷତିକାରକ କେମିକାଲ ରକ୍ତରେ ମିଶିବା ଦ୍ଵାରା କ୍ୟାନସର ଭଳି ରୋଗ ଭବିଷ୍ୟତରେ ହେଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button