ସ୍ତନରେ ବ୍ୟଥା ଓ ସଂକ୍ରମଣ ହୋଇଥିଲେ ଏହାର କିପରି ନେବେ ଯତ୍ନ
ଡେଲିଭରି ହୋଇ ସାରିବା ପରେ ମାଆ ମାନେ ଡିସକଭର କରିନ୍ତି କି ତାଙ୍କର ନିପୁଲ ଟି ଭିତରକୁ ପଶି ଯାଇଛି । ମା ପାଖରେ ଠିକ୍ ଭାବରେ କ୍ଷୀର ହେଉନାହିଁ ଏମିତି ଅନେକ ପ୍ରବ୍ଲେମ ଡକ୍ଟରଙ୍କୁ ଜଣେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ବେବି ଜନ୍ମ ହେବା ପରେ ବ୍ରେଷ୍ଟର କିପରି ଯତ୍ନ ନେବେ ।
ମହିଳାଙ୍କ ଠାରେ ନିପୁଲ ଜନିତ ସମସ୍ୟା :-
ପ୍ରଗନେନ୍ସି ସମୟରେ ବ୍ରେଷ୍ଟ ରେ ବେଳେ ବେଳେ ବ୍ରେଷ୍ଟରେ ଦରଜ ରହିବା , ବ୍ରେଷ୍ଟ ଲାର୍ଜ ହୋଇଯିବା , ବେଳେବେଳେ ମିଲ୍କ ସିକ୍ରେସନ ମଧ୍ୟ ହୋଇଥାଏ । ଏଥିପାଇଁ ଆପଣ ମାନେ ଅରିଡ୍ ହେବା ଦରକାର ନାହିଁ , କାରଣ ଏହା ନରମାଲ ସାଇନ୍ସ ସିମଟମ୍ସ ଅଫ୍ ପ୍ରଗନେନ୍ସି । ତଥାପି ଯଦି ଆପଣଙ୍କର ବେଶି ପେନ ରହୁଛୁ ତେବେ ଡକ୍ଟରଙ୍କୁ ଦେଖାଇବା ଉଚିତ୍ ।
ନିପୁଲର ଯତ୍ନ କିପରି ନେବେ :-
ପ୍ରେଗନେନ୍ସି ସମୟରେ ବ୍ରେଷ୍ଟ ବହୁ ଜଣଙ୍କର ଇଚିଙ୍ଗ ହୁଏ , ପ୍ରେଗନେଣ୍ଟ ସମୟରେ ହୋଲ ବଡିରେ ବେବିବମନ୍ସ ଗ୍ରୋଥ କରେ ସେତେବେଳେ ମଧ୍ୟ ବଡି ଇଚିଙ୍ଗ ହୁଏ । ସେହିପରି ବ୍ରେଷ୍ଟ ରେ ଯେତେବେଳେ ସାଇଜ ଇନକ୍ରିଜ କରିଯାଏ , ସେଥିପାଇଁ ଆମର ଇଚିଙ୍ଗ ହୁଏ । ତେଣୁ ଆପଣ ସିମ୍ପୁଲ ମସଚରାଇଜର ଏଲୋବିରା ଜେଲ 5 ମିନିଟ ମସାଜ କରିପାରିବେ । କିନ୍ତୁ ଧ୍ୟାନ ରଖିବେ ବେବି ଫିଡିଙ୍ଗ କରିବା ପୂର୍ବରୁ ନିପୁଲ କୁ ଭଲ ଭାବରେ ପରିଷ୍କାର କରିନେବେ ।
ସ୍ତନ ଢିଲା ହୋଇଗଲେ କଣ କରିବେ :-
ପ୍ରେଗନେନ୍ସି ସମୟରେ ବ୍ରେଷ୍ଟ ସାଇଜ ବଢିଯାଏ , ମାତ୍ର ଯେତେବେଳେ ବେବି କ୍ଷୀର ଖାଇବା ଛାଡିଦେଇଥାଏ ସେହି ଭିତରେ ବ୍ରେଷ୍ଟ ଟି ଝୁଲିଯାଏ । ତେଣୁ ଆପଣ ମାନେ ବେବି କ୍ଷୀର ଖାଇବା ସମୟ ବ୍ୟବଧାନରେ ଫିଟିଙ୍ଗ ବ୍ରେସିୟର ୟୁଜ କରନ୍ତୁ । ଏହା ବ୍ରେଷ୍ଟ କୁ ବହୁତ ସୋପଟ କରିଥାଏ , ବ୍ରେଷ୍ଟପେନ ମଧ୍ୟ ଦୂର କରିଥାଏ ।
କ୍ଷୀର ନହେଲେ କଣ କରିବେ :-
ବହୁ ଜଣଙ୍କର ଏହି କମ୍ପଲେନ ଥାଏ କି ବେବି ଜନ୍ମ ହେବା ପରେ କ୍ଷୀର ବହୁତ କମ ହେଉଛି । ପ୍ରପଲ୍ଲି ଜଣେ ମହିଳା ଠିକ୍ ଟେକ୍ନିକ୍ ରେ ଛୁଆ କୁ ଖୁଆଇବା ସହିତ ସେ ନିଜେ ପ୍ରପର କ୍ୟାଲେରି ଯୁୂକ୍ତ ଖାଦ୍ୟ ଖାଇବା ଉଚିତ୍ । ତା ସହିତ ପାଣି ଓ ଆଇରନ , କ୍ୟାଲସିୟମ ମଧ୍ୟ ଖାଇବା ଉଚିତ୍ । ଆଉ କେତେକ କେସ୍ ଦେଖାଯାଏ ଯେ ସବୁକିଛି କଲା ପରେ ମଧ୍ୟ କମ ମିଲ୍କ ସିକ୍ରେସନ ହେଉଛି ସେହି କେସରେ ଆପଣ ମାନେ ମେଡିସିନ ଖାଇବାକୁ ଦିଆଯାଇଥାଏ ।
ସ୍ତନରେ ସଂକ୍ରମଣ ହେଲେ କଣ କରିବେ :-
ବ୍ରେଷ୍ଟରେ ଯଦି ମିଲ୍କ ରହିଯାଏ ବା ବେବି କୁ ଠିକ୍ ଭାବରେ ଖୁଆଉ ନଥିବେ , ତେବେ ବ୍ରେଷ୍ଟରେ ମିଲ୍କ ଜମା ହୋଇ ଗେଟା ହେବା ଭଳି ଫିଲ ହୋଇଥାଏ । ବ୍ରେଷ୍ଟରେ ଗେଟା ରହିଲେ ସେଥିରେ ଇନଫେକ୍ସନ ହୋଇଯାଏ । ରେଡ ଦେଖାଯାଏ ଏବଂ ହଟ୍ ମଧ୍ୟ ଲାଗିଥାଏ , ପେନ ମଧ୍ୟ ହୁଏ ଏବଂ ଫେବର ମଧ୍ୟ ଆସିଥାଏ । ଏହି କେସେସ୍ ରେ ଆପଣ ମାନେ ଡକ୍ଟରଙ୍କ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ଅଟେ ।



