ଓଡିଶା

କିଛି ଲୋକଙ୍କ ଭୁଲ ପାଇଁ ବିଜେଡିକୁ ବହୁମତ ମିଳିନଥିଲା: ମନ୍ମଥ ରାଉତରାୟ

ଭୁବନେଶ୍ବର: ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନଙ୍କ ଗୁମର ଖୋଲିଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ। ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖାଦେଖି କରନ୍ତି। ସେ କାହାକୁ ଦେଖା ହେଉନାହାନ୍ତି। ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି। ଆଗରୁ ପାଣ୍ଡିଆନ ନବୀନଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି। ନବୀନଙ୍କ ମେଡିସିନ, ଯୋଗ, ହେଉଛି କି ନାହିଁ ବୁଝୁଛନ୍ତି।

ମନ୍ମଥ ରାଉତରାୟ କହିଛନ୍ତି, ପୁରା ଟିମର ଭୁଲ ନଥିଲା, କିଛି ଲୋକଙ୍କ ଭୁଲ ଥିଲା। କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ। ତାର ରେଜଲ୍ଟ ଆମକୁ ମିଳିଲା। ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅହଙ୍କାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ସୁଯୋଗ ଦେବେ ନ ଦେବେ ସମୀକ୍ଷା ହେଉଛି । ଭଲ ଦଳ ହେଇକି ବିଜେଡି ଉଠିବ। ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି। ଟିକେଟ୍ ବଣ୍ଟନକୁ ନେଇ ମନ୍ମଥ କହିଛନ୍ତି, ଟିକେଟ ବଣ୍ଟନରେ ଭୁଲ ଥିଲା । ପ୍ରାର୍ଥୀ ଚୟନରେ ଭୁଲ ଥିଲା । ଚୟନ କରିବା ସମୟ ଭୁଲ ଥିଲା । ଶେଷ ସମୟ ଯାଏଁ ଦ୍ଵନ୍ଦ୍ବ ରହିଲା । ୨୪ ବର୍ଷ ସରକାରରେ ବହୁତ ଅଧିକ ନେତୃତ୍ୱ ହେଇଯାଇଥିଲା। ଟିକେଟ୍ ନମିଳିବାରୁ ଅନେକ ନେତା ଅଭିମାନରେ ରହିଲେ । ବିଜେଡିର ଟିମ ୱାର୍କ ବି ଭୁଲ ଥିଲା।

ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ମନ୍ମଥ ରାଉତରାୟ କହିଛନ୍ତି, ପୁରା ଟିମର ଭୁଲ ନଥିଲା, କିଛି ଲୋକଙ୍କ ଭୁଲ ଥିଲା। କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ। ତାର ରେଜଲ୍ଟ ଆମକୁ ମିଳିଲା। ଆମକୁ ବହୁମତ ମିଳିଲାନି । ଯେଉଁମାନଙ୍କର ଅହଙ୍କାର ଅଛି, ଯେଉଁମାନେ ଭୁଲ କରିଥିଲେ ସେମାନେ ଭୁଲ ମାନୁଛନ୍ତି । ପଶ୍ଚାତାପ କରୁଛନ୍ତି । ସେମାନଙ୍କୁ ନବୀନ ସୁଯୋଗ ଦେବେ ନ ଦେବେ ସମୀକ୍ଷା ହେଉଛି । ଭଲ ଦଳ ହେଇକି ବିଜେଡି ଉଠିବ। ସମସ୍ତେ ଗ୍ରାସ ରୁଟରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି। ଟିକେଟ୍ ବଣ୍ଟନକୁ ନେଇ ମନ୍ମଥ କହିଛନ୍ତି, ଟିକେଟ ବଣ୍ଟନରେ ଭୁଲ ଥିଲା । ପ୍ରାର୍ଥୀ ଚୟନରେ ଭୁଲ ଥିଲା । ଚୟନ କରିବା ସମୟ ଭୁଲ ଥିଲା । ଶେଷ ସମୟ ଯାଏଁ ଦ୍ଵନ୍ଦ୍ବ ରହିଲା । ୨୪ ବର୍ଷ ସରକାରରେ ବହୁତ ଅଧିକ ନେତୃତ୍ୱ ହେଇଯାଇଥିଲା। ଟିକେଟ୍ ନମିଳିବାରୁ ଅନେକ ନେତା ଅଭିମାନରେ ରହିଲେ । ବିଜେଡିର ଟିମ ୱାର୍କ ବି ଭୁଲ ଥିଲା।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button