ଧର୍ମ

ଋତୁସ୍ରାବ ବେଳେ ଗଙ୍ଗାରେ କେମିତି ଗାଧାନ୍ତି ମହିଳା ନାଗା ସାଧୁ, କାହିଁକି ପୁରୁଷ ସାଧୁଙ୍କୁ ଅପେକ୍ଷା କରନ୍ତି? ଜାଣନ୍ତୁ ରହସ୍ୟ

ପ୍ରୟାଗରାଜରେ ବୁଡ଼ ପକେଇବା ପାଇଁ ସହ ସହ ସାଧୁ ଏକାଠି ହେଇଛନ୍ତି। ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ନାଗା ସାଧୁ ମାନେ ଭିନ୍ନ ଭିନ୍ନ ରୂପ ଅବତାର କରି ଏବେ ଗଙ୍ଗା ନଦୀରେ ସ୍ନାନ କରୁଛନ୍ତି। ମହିଳା ନାଗା ସାଧୁ ମାନେ କେବଳ ସେହି ସାତଦିନ ଗଙ୍ଗାରେ ସ୍ନାନ କରନ୍ତି ନାହିଁ। ଯେଉଁ ସାତଦିନ ସେମାନଙ୍କର ଋତୁସ୍ରାବ ହେଇଥାଏ।

କୁମ୍ଭ ସମୟରେ ଯଦି ତାଙ୍କର ଋତୁସ୍ରାବ ହୁଏ ତେବେ ସେ ନିଜ ଉପରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତି। ଏଥିରୁ ଅନୁମାନ କରାଯାଏ ଯେ ମହିଳା ନାଗା ସାଧୁ ମାନେ ଗଙ୍ଗାରେ ସ୍ନାନ କରୁଛନ୍ତି। ବିଶେଷ କଥା ହେଉଛି ଯେ ପୁରୁଷ ନାଗା ସାଧୁ ମହାକୁମ୍ଭରେ ସ୍ନାନ କରିବା ପରେ ଏମାନେ ନଦୀରେ ସ୍ନାନ କରିବାକୁ ଯାଆନ୍ତି। ଆଖଡ଼ାର ମହିଳା ନାଗା ସାଧୁ ମାନଙ୍କୁ ମାଇଁ କିମ୍ବା ନାଗିନି ବୋଲି କୁହାଯାଏ। ନାଗା ସାଧୁ ହେବା ପୂର୍ବରୁ ସେମାନଙ୍କୁ ଜିବିତି ଥିବା ସମୟରେ ପିଣ୍ଡ ଦାନ କରିବାକୁ ପଡେ।

ଏବଂ ମୁଣ୍ଡ ମଧ୍ୟ ନଣ୍ଡା ହେବାକୁ ପଡ଼ିଥାଏ। ନାଗା ସାଧୁ ହେବା ପାଇଁ ସେମାନଙ୍କୁ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ କଠୋର ବ୍ରହ୍ମଚାର୍ଯ୍ୟ ପାଳନ କରିବାକୁ ପଡ଼ିଥାଏ। ତେବେ ମୁଣ୍ଡନ ପରେ ମହିଳାଙ୍କୁ ନଦୀରେ ସ୍ନାନ କରିବାକୁ ଦିଆଯାଏ। ଏବଂ ଏହାପରେ ମହିଳା ନାଗା ସାଧୁ ସାରା ଜୀବନ ଭଗବାନଙ୍କ ନାମ ଜପ କରନ୍ତି। ପୁରୁଷ ମାନଙ୍କ ଭଳି ମହିଳା ନାଗା ସାଧୁ ମାନେ ମଧ୍ୟ ଭଗବାନ ଶିବଙ୍କୁ ପୂଜା କରନ୍ତି।

ସକାଳେ ସେ ବ୍ରହ୍ମ ମୂହୁର୍ତ୍ତରେ ଉଠି ଭଗବାନ ଶିବଙ୍କ ନାମ ଜପ କରନ୍ତି ଏବଂ ସନ୍ଧ୍ୟାରେ ସେ ଭଗବାନ ଦତ୍ତାତ୍ରେୟଙ୍କୁ ପୂଜା କରନ୍ତି। ମଧ୍ୟାହ୍ନ ଭୋଜନ ପରେ ସେ ପୁଣିଥରେ ଭଗବାନ ଶିବଙ୍କ ନାମ ଜପ କରନ୍ତି। ନାଗା ସାଧୁ ମାନେ ମୂଳ, ଫଳ, ଔଷଧ ଏବଂ ଅନେକ ପ୍ରକାର ପତ୍ର ଖାଆନ୍ତି। ତେବେ ବିଶେଷକଥା ହେଉଛି ପୁରୁଷ ନାଗା ସାଧୁ ମହାକୁମ୍ଭରେ ସ୍ନାନ କରିବା ପରେ ମହିଳା ନାଗା ସାଧୁ ମାନେ ନଦୀକୁ ସ୍ନାନ କରିବାକୁ ଯାଆନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button