ଓଡିଶା

ବ୍ରାଉନ ସୁଗାର ଜବତ,୨ ଗିରଫ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ପକ୍ଷରୁ ଚଢଉ କରାଯାଇ ୨ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ଏନେଇ ଭୋଗରାଇ ଥାନାରେ ୩୩/୨୫ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଭୋଗରାଇ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ ବିଶେଷ ସୂତ୍ରରୁ ଖବର ପାଇ ସୋମବାର ପୂର୍ବାହ୍ନ ୯ଟା ୩୦ ସମୟରେ ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥ ବାଟଗ୍ରାମଠାରେ ୨ ଜଣଙ୍କଠାରୁ ୨୪ ଗ୍ରାମ୍ ୭୫ ମିଲିଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛନ୍ତି।

ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ଦେହୁଡଦା ଗ୍ରାମର ରାଜକିଶୋର ସାହୁ (୨୮) ଓ ମହେଶପୁର ଗ୍ରାମର ପବିତ୍ର ନାୟକ (୧୯)ଙ୍କୁ ଗିରଫ କରାଯାଇଥିଲା ବେଳେ ବୁଲେଟ ମୋଟର ସାଇକେଲ ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ: କଳିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ ତ୍ରିପାଠୀଙ୍କ ଅକାଳ ବିୟୋଗ

ଏନେଇ ଭୋଗରାଇ ଥାନାରେ ୩୩/୨୪ରେ ମାମଲା ରୁଜୁ ହୋଇଥିଲା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏନେଇ ଜଳେଶ୍ଵର ଏସଡିଓ ଦିଲ୍ଲୀପ କୁମାର ସାହୁ ସୂଚନା ଦେବା ସହିତ ଆଗାମୀ ଦିନରେ ବ୍ରାଉନ ସୁଗାର ବେପାରୀ କିଙ୍ଗପିନ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button