ଓଡିଶା

ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ସମ୍ବଲପୁର ପୁଲିସ

ସମ୍ବଲପୁର: ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ସମ୍ବଲପୁର ପୁଲିସ। ଏଥିଲାଗି ବିହାର ଅଭିମୁଖେ ସମ୍ବଲପୁର ପୁଲିସ। ତାକୁ ୧୦ ଦିନଆ ରିମାଣ୍ଡରେ ଆଣି ତଦନ୍ତ କରିବ।

ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଡକାୟତି ସହିତ ବେଆଇନ ଅସ୍ତ୍ର କାରବାର ମାମଲା ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି।
ସୂଚନାଯୋଗ୍ୟ, ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଡକାୟତି ସହିତ ବେଆଇନ ଅସ୍ତ୍ର କାରବାର ମାମଲା ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି। ବିଭିନ୍ନ ଭାଗରେ ବିଭକ୍ତ ହୋଇଥିବା ସମ୍ବଲପୁର ପୁଲିସର ଟିମ୍‌ ବର୍ତ୍ତମାନ ବାହାର ରାଜ୍ୟରେ ରହି ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button