ଓଡିଶା

ଅପୂର୍ବ ସଂଯୋଗ ! ବାପ ପରେ ପୁଅ ଖୋଲିଲେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ..

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର।   ବହୁ ବିଚାରବିମର୍ଶ, ବୈଠକ, ପ୍ରସ୍ତୁତି ପରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ସମୟ ରେ ଖୋଲିଥିଲା  ‘ରତ୍ନଭଣ୍ଡାର’ । ରତ୍ନଭଣ୍ଡାର ଖୋଲିବା ପରେ ମହାପ୍ରଭୁଙ୍କ ମହଣ ମହଣ ରତ୍ନର ଗଣତି ମଣତି ହେବ । ଅଳଙ୍କାରର ହିସାବ କରାଯିବ । ତେବେ ଏହି ରତ୍ନଭଣ୍ଡାର  ଖୋଲିବାରେ ରହିଛି ଅପୂର୍ବ ସଂଯୋଗ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ସମସ୍ତେ କହୁଛି 46 ବର୍ଷ ପୂର୍ବରୁ ବାପା ଯାହା କରିଥିଲେ ପୁଣିଥରେ ପୁଅ ଆଇନ ମନ୍ତ୍ରୀ ହେବା ପରେ ପୁଣି ସେହି କାର୍ଯ୍ୟ କରିଛନ୍ତି । ଶେଷ ଥର ଲାଗି 1977 ମସିହାରେ ଖୋଲାଯାଇଥିଲା ରତ୍ନ ଭଣ୍ଡାର । 1977ମସିହାରେ ନୀଳମଣି ରାଉତରାୟଙ୍କ ସରକାରରେ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ ।

ସେତେବେଳେ ଭିତର ରତ୍ନ ଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନଭେଣ୍ଟୋରୀ ପ୍ରସ୍ତୁତ କରାଯାଇଥିଲା । ସେହିବର୍ଷ ମେ’ 13 ତାରିଖରୁ ଜୁଲାଇ 23 ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି ହୋଇଥିଲା । ଏହି ତଥ୍ୟ ଆଧାରରେ 454 ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ରହିଥିବା ଉଲ୍ଲେଖ ରହିଛି । ଏହାର ପରିମାଣ ପ୍ରାୟ 12,883 ଭରି । ସେହିପରି ମୋଟ 22,153 ଭରିର ରୂପା ଅଳଙ୍କାର ରହିଥିବା ମଧ୍ୟ ଜଣାପଡିଥିଲା । ଏବେ ଭେଟେରାନ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଏବେ  ଆଇନ ମନ୍ତ୍ରୀ ଅଛନ୍ତି । ତାଙ୍କ ସମୟରେ ମଧ୍ୟ ଏହି ଶୁଭକାର୍ଯ୍ୟ ହେଉଛି । ଖୋଲାଯାଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ତାଙ୍କ ବାପାଙ୍କ ସମୟରେ ରତ୍ନ ଭଣ୍ଡାର ଖୋଲିଥିବା ବେଳେ ସେ ଆଇନ ମନ୍ତ୍ରୀ ଥିଲା ସମୟରେ ରତ୍ନ ଭଣ୍ଡାର ଖୋଲିଛି । ଯାହାକି ଏକ ଅପୂର୍ବ ସଂଯୋଗ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button