ଦେଶ ବିଦେଶ

ତୀର୍ଥଯାତ୍ରାରେ ଯାଇ ଇସ୍ରାଏଲରେ ଫସିଯାଇଛନ୍ତି ରାଜ୍ୟସଭା ସାଂସଦ – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲର ଅନେକ ସହରରେ ଆତଙ୍କବାଦୀ ସଂଗଠନ ହାମାସ ପକ୍ଷରୁ ଆକ୍ରମଣ କରାଯାଇଛି | ଇସ୍ରାଏଲ ସେନା ବି ଏହି ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଉଛି | ଇସ୍ରାଏଲ ସେନା ଏବଂ ହାମାସ୍ ଯୋଦ୍ଧାମାନେ ମୁହାଁମୁହିଁ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଇସ୍ରାଏଲରେ ଫସି ରହିଥିବା ବହୁ ଭାରତୀୟଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଡ଼. ୱାନୱେରୋଇ ଖରଲୁଖୀ, ତାଙ୍କ ପତ୍ନୀ ଏବଂ ଝିଅ ଅଛନ୍ତି। ମେଘାଳୟର ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ବରିଷ୍ଠ ସଦସ୍ୟ ଡ଼. ଖରଲୁଖୀ ଏବଂ ଉତ୍ତର ପୂର୍ବ ରାଜ୍ୟର ଆଉ ୨୪ ଜଣ ମିଶି ତୀର୍ଥଯାତ୍ରା ପାଇଁ ଜେରୁସେଲମକୁ ଯାଇଥିବା ବେଳେ ହାମାସ ଆକ୍ରମଣ ପରେ ବେଥଲେହମରେ ଅଟକି ରହିଛନ୍ତି। ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କନରାଡ ସାଙ୍ଗମା କହିଛନ୍ତି ଯେ ଖରଲୁଖୀ କିଭଳି ନିରାପଦରେ ଘରକୁ ଫେରିବେ ଏନେଇ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଅଛନ୍ତି।

ସୂଚନାନୁସାରେ, ତାଙ୍କୁ ରବିବାର ଦିନ ଇଜିପ୍ଟରେ ଥିବା ଭାରତୀୟ ମିଶନ ଦ୍ୱାରା ସ୍ଥାନାନ୍ତର କରାଯାଇପାରେ। ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ଥିବା ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ ଯଦି କୌଣସି ସମସ୍ୟା ଉପୁଜେ ତେବେ ତୁରନ୍ତ ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ। ଇସ୍ରାଏଲର ଅନେକ ସହରରେ ହାମାସ ଯୋଦ୍ଧାମାନେ ଆକ୍ରମଣ କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଉଲ୍ଲେଖ ଥାଉ କି ଇସ୍ରାଏଲରେ ୧୮୦୦୦ରୁ ଅଧିକ ଭାରତୀୟ ନାଗରିକ ଅଛନ୍ତି | ଏମାନଙ୍କ ମଧ୍ୟରେ ଅଧିକାଂଶ ଆଇଟି ପ୍ରଫେସନାଲ ଏବଂ ଛାତ୍ର ଥିବାବେଳେ ଇସ୍ରାଏଲରେ ପ୍ରାୟ ୮୫୦୦୦ ଭାରତୀୟ ମୂଳ ଇହୁଦୀ ଅଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button