ଓଡିଶା

ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା; ଜାଣନ୍ତୁ, କ’ଣ କରିବେ ଓ କ’ଣ ନ କରିବେ

ବାତ୍ୟାରେ ପରିଣତ ହେବ। କାଲି ଭୀଷଣ ରୂପ ନେଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ବିଭିନ୍ନ ଜିଲ୍ଲାରେ ଭୀଷଣ ବର୍ଷା ସହ ପବନ ହେବ । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଏହି ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟର ସୁରକ୍ଷା ପ୍ରତି ବି ଧ୍ୟାନ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ବାତ୍ୟା ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ।

ଆସନ୍ତୁ ଜାଣିବା, ବାତ୍ୟା ସମୟରେ କ’ଣ କରିବେ

• କଚ୍ଚା ଘର ଥିଲେ ତାକୁ ସୁରକ୍ଷିତ କରନ୍ତୁ, ଜରି ପାଲ ଘୋଡ଼ାଇ ରଖନ୍ତୁ ।

• ଘର ବିପଦସଙ୍କୁଳ ଥିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ।

• ବଡ଼ ଗଛର ଡାଳ ବିପଦ ସଙ୍କୁଳ ଥିଲେ ବାତ୍ୟା ପୂର୍ବରୁ କାଟି ନିଅନ୍ତୁ।

• ବିଦ୍ୟୁତ ଖୁଣ୍ଟ କିମ୍ବା ଘରକୁ ଲାଗି ଅନ୍ୟ କୌଣସି ବିପଦପୂର୍ଣ୍ଣ ସାମଗ୍ରୀ ଥିଲେ ହଟାଇ ନିଅନ୍ତୁ।

• ପାଖରେ ମହମବତୀ, ଚୁଡ଼ା ସମେତ ମହଜୁତ ରଖନ୍ତୁ ଶୁଖିଲା ଖାଦ୍ୟ।

• ବାତ୍ୟା ଲ୍ୟାଣ୍ଡଫଲ ପୁର୍ବରୁ ସୁରକ୍ଷିତ ସ୍ଥାନ ବାଛନ୍ତୁ।

• ଛୋଟ ଛୁଆ, ବୟସ୍କ ଓ ରୋଗୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ।

• ଆବଶ୍ୟକ ମେଡିସିନ୍ ପାଖରେ ରଖନ୍ତୁ ।

• ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବା ବ୍ୟବସ୍ଥା ସମୟ ପୂର୍ବରୁ କରି ନିଅନ୍ତୁ।

• ନିଜ ଫୋନକୁ ଆବଶ୍ୟକ ମୁତାବକ ଚାର୍ଜ କରି ରଖନ୍ତୁ ।

• ବାତ୍ୟା ସ୍ଥିତି ସମ୍ପର୍କରେ ଜାଣିବାକୁ ରେଡ଼ିଓ ଶୁଣନ୍ତୁ।

• ଘରର ବିଜୁଳି ଓ ଗ୍ୟାସ୍ ସଂଯୋଗ କାଟି ଦିଅନ୍ତୁ ।

• ଫୁଟା ଓ ବିଶୁଦ୍ଧ ପାଣି ପିଅନ୍ତୁ।

• ନିଜେ ସୁରକ୍ଷିତ ରହି ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।

ଜାଣନ୍ତୁ, ଏହି ସମୟରେ କଣ କରିବେ ନାହିଁ

• ବାତ୍ୟା ବେଳେ ଅଥବା ଲ୍ୟାଣ୍ଡଫଲ୍ ବେଳେ ଘରୁ ବାହାରକୁ ବାହାରନ୍ତୁ ନାହିଁ

• ଅସୁରକ୍ଷିତ ଘର କିମ୍ବା କୋଠାକୁ ଯାଆନ୍ତୁ ନାହିଁ

• ସମୁଦ୍ର କୂଳକୁ ଯାଆନ୍ତୁ ନାହିଁ

• କୌତୁହଳ ଅପେକ୍ଷା ନିଜ ଜୀବନ ବେଶ ଗୁରୁତ୍ୱପୂର୍ଣ୍ଣ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ

• ଅଯଥାରେ ବଜାରରୁ ଅଧିକ ଖାଦ୍ୟ ସାମଗ୍ରୀ କିଣନ୍ତୁନି

• ଗୁଜବକୁ ବିଶ୍ୱାସ ନ କରି ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button