ସ୍ୱାସ୍ଥ୍ୟ

ଭିଟାମିନ-E ବ୍ୟବହାର ଦ୍ଵାରା ଶରୀରରେ ହେଉଥିବା ଚମତ୍କାରୀ ସ୍ଵାସ୍ଥଗତ ଫାଇଦା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ପ୍ରକାର ଭିଟାମିନ ମଧ୍ୟରୁ ଭିଟାମିନ-E ହେଉଛି ଅନ୍ୟତମ । ଭିଟାମିନ-E ରେ ଏପରି ସ୍ଵାସ୍ଥଗତ ଫାଇଦା ଭରି ହୋଇ ରହିଛି । ଯଦି ଭିଟାମିନ-E ମିଳୁଥିବା ପଦାର୍ଥ ଖାଇଥାନ୍ତି । ବା ଭିଟାମିନର-E ର କୌଣସି ସପ୍ଲିମେଣ୍ଟର ବ୍ୟବହାର କରିଥାନ୍ତି । ତେବେ ଏହା ଆପଣଙ୍କ ଶରୀରକୁ ଅନେକ ପ୍ରକାର ଫାଇଦା ଦେଇଥାଏ । ମନୁଷ୍ୟ ଶରୀରରେ ରହିଥିବା ଅକ୍ଷିଡେଟିଭ ବୟସ ବୃଦ୍ଧି ହେବା ସାଙ୍ଗକୁ ଧୀରେ ଧୀରେ କମିଯିବାକୁ ଆରମ୍ଭ କରିଥାଏ ।

ଯାହା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ଯା ଆସିଥାଏ । ଯଦି ଭିଟାମିନ-E ଆପଣ ବ୍ୟବହାର କରୁଥାନ୍ତି । ତେବେ ଅକ୍ଷିଡେଟିଭ କ୍ଷୟକୁ ଏହାକୁ ରୋକିଥାଏ । ଭିଟାମିନ-E ର ବ୍ୟବହାର ଦ୍ଵାରା ହାର୍ଟ ସୁସ୍ଥ ରହିଥାଏ । ଯେଉଁ ବ୍ୟକ୍ତି ନିଶାଦ୍ରବ୍ୟ ସେବନ ନକରିକି ମଧ୍ୟ ତାଙ୍କ ଶରୀରରେ ଥିବା ଲିଭରରେ ଫ୍ୟାଟ ଜମା ହୋଇଥାଏ । ବା ତାଙ୍କୁ ଫ୍ୟାଟି ଲିଭର ସମସ୍ଯା ରହିଥାଏ । ଭିଟାମିନ-E ବ୍ୟବହାର କରିବା ଦ୍ଵାରା ଏହା ତାଙ୍କ ସ୍ଵାସ୍ଥ ପକ୍ଷେ ଭଲ ରହିଥାଏ ।

ଭିଟାମିନ-E ବ୍ୟବହାର କରିବା ଦ୍ଵାରା ଏହା ମହିଳା ମାନଙ୍କ ଠାରେ ହେଉଥିବା ପିରିଅଡ୍ ପେନ୍ କୁ ମଧ୍ୟ କମ୍ କରିଥାଏ । ଭିଟାମିନ-E ର ବ୍ୟବହାର ଦ୍ଵାରା ସ୍କିନ ଓ ହେୟାର ଉଭୟ ସୁନ୍ଦର ଓ ସୁସ୍ଥ ରହିଥାଏ । ଏହା ସ୍କିନକୁ ଟାଇଟ ରଖିବା ସହ ତାହାର ଚମକ ବଢାଇଥାଏ । ଭିଟାମିନ-E ର ବ୍ୟବହାର ଦ୍ଵାରା ଆପଣଙ୍କ ବ୍ରେନ ପାୱାର ବଢିଥାଏ । ଏହା ସହ ବହୁତ ଶୀଘ୍ର ଆପଣ କୌଣସି କଥାକୁ ଦେଖି କିମ୍ବା ଶୁଣିକି ଏହାକୁ ମନେ ରଖି ଦେଇ ପାରନ୍ତି ।

ଏହା ସହ ହାଡ, ଗଣ୍ଠିକୁ ମଜଭୁତ କରିବା ସହ ଏଥିରୁ ସୃଷ୍ଟ ଯନ୍ତ୍ରଣା ମଧ୍ୟ ବହୁ ମାତ୍ରାରେ କମାଇ ରଖି ଥାଏ । ଭିଟାମିନ-E ର ବ୍ୟବହାର ଦ୍ଵାରା ଶରୀର ମଧ୍ୟରେ ରହିଥିବା ଫୁସଫୁସ ପରିଷ୍କାର ରହିଥାଏ । ଏହା ସହ ସୁସ୍ଥ ରହି ତାହାର କାର୍ଯ୍ୟକାରୀତା ଶକ୍ତି ଆହୁରି ବୃଦ୍ଧି ପାଇଥାଏ । ଭିଟାମିନ-E ର ବ୍ୟବହାର ଦ୍ଵାରା ପୁରୁଷ ମାନଙ୍କ ଠାରେ ସ୍ପମକାଉଣ୍ଟ ମଧ୍ୟ ଭଲ ରହିଥାଏ । ତେବେ ଭିଟାମିନ-E କୁ ଆପଣ କାହା ମାଧ୍ୟମରେ ପାଇପାରିବେ ତାହାକୁ ଆଲୋଚନା କରିବା ।

ଯଦି ଆପଣ  Wheat Germ Oilର ୧ ଚାମଚ ସେବନ କରିବା ଦ୍ଵାରା ଏହା ପୁରା ଦିନର ଭିଟାମିନ-Eର ଆବଶ୍ୟକତା ପୂରଣ କରିଥାଏ । ସୂର୍ଯ୍ୟମୁଖୀ ଦାନାରୁ ଯଦି ଏକ ଚାମଚ ତାୱାରେ ଅଳ୍ପ ଭାଜିକି ଏହାକୁ ସେବନ କରନ୍ତି । ବାଦାମ ଓ ଆଲମଣ୍ଡ ଖାଇବା ଦ୍ଵାରା ମଧ୍ୟ ଭିଟାମିନ-E ମିଳିଥାଏ । ପରିବା ମଧ୍ୟରେ ବ୍ରୋକଲି, ବିଲାତି ଓ ପାଳଙ୍ଗର ସେବନ ଦ୍ଵାରା ମଧ୍ୟ ଭିଟାମିନ-E ମିଳିଥାଏ ।

ଏହା ବ୍ଯତୀତ ଆପଣ କୌଣସି ପ୍ରକାର ଭଲ କମ୍ପାନୀ ପ୍ରସ୍ତୁତ କରୁଥିବା ଭିଟାମିନ-E କ୍ୟାପସୁଲ ମଧ୍ୟ ସପ୍ଲିମେଣ୍ଟ ରୂପେ ୩ ରୁ ୪ ମାସ ବ୍ୟବହାର କରିପାରିବେ । ରକ୍ତକୁ ପତଳା କରିବା ପାଇଁ ଖାଉଥିବା ମେଡ଼ିସିନ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଛୋଟ ପିଲା ଭିଟାମିନ-E ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିନେବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button