ଦେଶ ବିଦେଶ
ଦେଖନ୍ତୁ ଭିଡିଓ; କେମିତି ୪ ଫୁଟ୍ ଅଜଗର, ୭ ଫୁଟ୍ ନାଗସାପକୁ ଧୂଳି ଚଟାଇଲା..

ନୂଆଦିଲ୍ଲୀ : ଜଙ୍ଗଲରେ ଜୀବଜନ୍ତୁ ଶିକାର କରି ଥାଆନ୍ତି । ଅଧିକାଂଶ ସମୟରେ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ମାତ୍ର କିଛି ସମୟରେ ଶିକାର ଓ ଜୀବଜନ୍ତୁଙ୍କ ମଧ୍ୟରେ ଲଢେଇ ଖୁବ୍ ଭୟଙ୍କର ହୋଇଥାଏ । ନିକଟରେ ଏଭଳି ହିଁ ଭୟଭୀତ କରୁଥିବା ଏକ ଭିଡିଓ ଶେୟାର କରାଯାଇଛି ।
ଏହି ଭିଡିଓରେ ୨ଟି ସାପ ପରସ୍ପର ମଧ୍ୟରେ ଲଢେଇ କରୁଥିବା ଦେଖାଯାଉଛି । ଭିଡିଓରେ ଦେଖିପାରିବେ ନାଗ ଓ ଅଜଗର ସାପ ପରସ୍ପର ସହ ଲଢେଇ କରୁଛନ୍ତି । ଅଜଗର ସାପ ନାଗ ସାପକୁ କାବୁ କରିଥିବା ଦେଖିପାରିବେ।