ଧର୍ମ

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଅର୍ଥ ଏବଂ ଜପ କରିବାର ଫାଇଦା…

ମହାମୃତ୍ୟୁଞ୍ଜୟ ମନ୍ତ୍ର ପୌରାଣିକ କଥାରେ ସବୁଠାରୁ ମହତ୍ୱପୂର୍ଣ୍ଣ ମନ୍ତ୍ର ମଧ୍ୟରୁ ଏକ ଅଟେ। ଏହି ମନ୍ତ୍ର ରୁକବେଦ ( ମଣ୍ଡଳ ୭, ହିମ ୫୯ ) ରେ ମିଳିଥାଏ। ଏହି ମନ୍ତ୍ର ଋଷି ବଶିଷ୍ଠଙ୍କୁ ସମର୍ପିତ ଅଟେ, ଯିଏ ଉର୍ବଶୀ ଏବଂ ମିତ୍ରବରୁଣଙ୍କ ପୁତ୍ର ଥିଲେ।

ମହାମୃତ୍ୟୁଞ୍ଜୟ ଜପର ଉତ୍ପତ୍ତି :-

ଏଭଳି କୁହାଯାଏ କି ଥରେ ଋଷି ମୃକଣ୍ଡ ଏବଂ ତାଙ୍କ ପତ୍ନୀ ମୁରୁଦ୍ୟତି ପୁତ୍ର ପ୍ରାପ୍ତ କରିବା ପାଇଁ ନିଷ୍ପତ୍ତି କଲେ। ଭଗବାନ ଶିବ ସେମାନଙ୍କ ଭକ୍ତି ରେ ପ୍ରଭାବିତ ଥିଲେ ଏବଂ ସେମାନଙ୍କୁ ଦୁଇଟି ବିକଳ୍ପ ଦେଲେ। ଏହି ବିକଳ୍ପ ମଧ୍ୟରୁ ଗୋଟେ ବିକଳ୍ପ ହେଉଛି ଅଳ୍ପ ଜୀବନ ସହିତ ଏକ ବୁଦ୍ଧିମାନ ପୁତ୍ର ଏବଂ ଦ୍ଵିତୀୟ ବିକଳ୍ପ ହେଉଛି ଅଳ୍ପ ବୁଦ୍ଧି କିନ୍ତୁ ଲମ୍ବା ଆୟୁଷ ସହିତ ପୁତ୍ର । ମୃକଣ୍ଡ ପ୍ରଥମ ବିକଳ୍ପକୁ ଚୟନ କଲେ ଏବଂ ତାଙ୍କୁ ମାର୍କଣ୍ଡେୟ ନାମକ ପୁତ୍ର ପ୍ରାପ୍ତି ହେଲା। ଯାହାର ଜୀବନକାଳ ମାତ୍ର ୧୬ ବର୍ଷ ଥିଲା। ଯେତେବେଳେ ମାର୍କଣ୍ଡେୟଙ୍କ ଜୀବନକାଳ ସମାପ୍ତ ହେବାକୁ ଆସିଲା ସେତେବେଳେ ତାଙ୍କ ପିତାମାତାଙ୍କୁ ଚିନ୍ତା ହେବାକୁ ଲାଗିଲା। ଯେତେବେଳେ ମାର୍କଣ୍ଡେୟଙ୍କୁ ନିଜ ଭାଗ୍ୟ ବିଷୟରେ ଜଣା ପଡିଲା ସେତେବେଳେ ଶିବଲିଙ୍ଗ ସାମ୍ନାରେ ତପସ୍ୟା କରିବାକୁ ଲାଗିଲେ। ତାଙ୍କର ଜୀବନକାଳ ସମାପ୍ତ ହେବାପରେ ଯେତେବେଳେ ଯମ ଦୂତ ତାଙ୍କୁ ନେବାକୁ ଆସିଲେ ତାଙ୍କୁ ନେବା ବଦଳରେ ତାଙ୍କ ସହିତ ସେହି ତପସ୍ୟାରେ ସାମିଲ ହୋଇଗଲେ। ଏହାଦେଖି ଯମରାଜ ନିଜେ ତାଙ୍କ ପ୍ରା-ଣ ହରଣ କରି ନେବା ପାଇଁ ନିଷ୍ପତ୍ତି କଲେ। ମାର୍କଣ୍ଡେୟ ନିଜର ବାହୁକୁ ଶିବଲିଙ୍ଗ ଚାରିପଟେ ଘୋଡେ଼ଇ ଶିବଙ୍କୁ ଦୟା ର ଗୁହାରି କଲେ। ଯମରାଜ ତାଙ୍କୁ ଶିବଲିଙ୍ଗ ରୁ ଦୂରକୁ କରିବା ପାଇଁ ପ୍ରୟାସ କଲେ କିନ୍ତୁ ନିଜେ ଶିବଲିଙ୍ଗ ଉପରେ ପଡିଗଲେ। ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହୋଇ ପ୍ରକଟ ହେଲେ ଏବଂ ଦଣ୍ଡ ସ୍ୱରୂପ ଯମଙ୍କୁ ମୃ-ତ୍ୟୁ-ଦ-ଣ୍ଡ ଦେଲେ। ଯମଙ୍କ ମୃ-ତ୍ୟୁ ଦ୍ଵାରା ବ୍ରହ୍ମାଣ୍ଡରେ ଗଭୀର ଅବରୋଧ ଉତ୍ପନ୍ନ ହେଲା। ଏଥିପାଇଁ ଭଗବାନ ଶିବ ଏହି ସର୍ତ୍ତରେ ଯମରାଜଙ୍କୁ ପୁନର୍ଜୀବିତ କଲେ କି ଏ ପିଲା ସବୁଦିନ ଜୀବିତ ରହିବ। ସେବେଠାରୁ ଏହି ମନ୍ତ୍ରର ଉତ୍ପତ୍ତି ହେଲା। ଏହି କାରଣ ଅଟେ କି ଭଗବାନ ଶିବଙ୍କୁ କାଳାନ୍ତକ କୁହାଯାଏ। ଏହି ମନ୍ତ୍ରକୁ କେବଳ ଋଷି ମାର୍କଣ୍ଡେୟଙ୍କୁ ଜ୍ଞାତ ଗୁପ୍ତ ମନ୍ତ୍ର ମାନା ଯାଇଥାଏ। ମହାମୃତ୍ୟୁଞ୍ଜୟ ମନ୍ତ୍ରର ଅର୍ଥ :- ଓଁ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍, ଉର୍ବାରୁକମିବ ବନ୍ଧନାମୃତ୍ୟୋର୍ମୁକ୍ଷୀୟ ମାମ୍ମୃତାତ । ଅର୍ଥ – ଆମେ ନିଜର ତୃତୀୟ ଆଖିରେ ଧ୍ୟାନ କେନ୍ଦ୍ରିତ କରୁ ଯାହା ଦୁଇଟି ଆଖି ପଛରେ ରହିଛି। ଏହା ଆମକୁ ଅନୁଭବ କରିବାର ଶକ୍ତି ଦେଇ ଥାଏ। ଏହାଦ୍ବାରା ଆମେ ଜୀବନରେ ଖୁସି , ସନ୍ତୁଷ୍ଟ, ଶାନ୍ତି ଅନୁଭବ କରି ଥାଉ। ଆମେ ଜାଣୁ କି ଅମରତା ପ୍ରାପ୍ତ କରିବା ସମ୍ଭବ ନୁହେଁ। କିନ୍ତୁ ଭଗବାନ ଶିବ ନିଜ ଶକ୍ତି ବଳରେ ଆମର ମୃତ୍ୟୁର ସମୟକୁ କିଛି ସମୟ ବଢେଇ ଦେଇଥାନ୍ତି।

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଲାଭ:-

ଏହି ମନ୍ତ୍ରକୁ ବେମାରୀ, ଅଚାନକ ମୃତ୍ୟୁର ଭୟକୁ ଦୂର କରିବା ପାଇଁ ପ୍ରଭାବୀ ମାନା ଯାଇଥାଏ। ଏହା ଗାୟତ୍ରୀ ମନ୍ତ୍ରକୁ ଦର୍ଶାଇ ଥାଏ ଏବଂ ଏହାକୁ ଜପ କରିବା ଦ୍ୱାରା ଶରୀରରେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ “ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button