ଦେଶ ବିଦେଶ

ଭାରତୀୟ ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ପ୍ରତ୍ୟର୍ପଣ ମାମଲାରେ ଥମୁନି ରାଜନୀତି

ଭାରତୀୟ ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ପ୍ରତ୍ୟର୍ପଣ ମାମଲାରେ ଥମୁନି ରାଜନୀତି। ହାତରେ କଡ଼ି ଓ ଗୋଡ଼ରେ ବେଡ଼ି। ସଡ଼କରୁ ସଂସଦ ଯାଏ ହଙ୍ଗାମା କରିଛନ୍ତି ବିରୋଧୀ। ବୁଧବାର ଆମେରିକାର ଏକ ସାମରିକ ବିମାନରେ ଅମୃତସରରେ ପହଞ୍ଚିଥିବା ପ୍ରବାସୀ ଦାବି କରିଥିଲେ ଯେ, ଯାତ୍ରା ସମୟରେ ସେମାନଙ୍କ ହାତରେ ହାତକଡ଼ି ପିନ୍ଧାଯିବା ସହ ଗୋଡ଼କୁ ବି ଚେନ୍‌ରେ ବନ୍ଧାଯାଇଥିଲା।

ଏଭଳି ପ୍ରତ୍ୟର୍ପଣ ଅମାନବୀୟ ଦର୍ଶାଇ ହାତକଡ଼ି ପିନ୍ଧି ଅଭିନବ ପ୍ରତିବାଦ କରିଥିଲେ ବିରୋଧୀ। ଭାରତୀୟଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର ରୋକିବାକୁ ଆମେରିକା ସହ ଭାରତର କୂଟନୈତିକ ସମ୍ପର୍କକୁ କାହିଁକି ଉପଯୋଗ କରାଗଲାନି ବୋଲି ପଚାରିଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦିଙ୍କ ଉତ୍ତମ ସମ୍ପର୍କ କୁହାଯାଉଥିଲେ ସୁଦ୍ଧା ମୋଦି କାହିଁକି ସମ୍ମାନଜନକ ପ୍ରତ୍ୟର୍ପଣ ପ୍ରକ୍ରିୟା ସୁନିଶ୍ଚିତ କଲେନି। ଆପ୍ କହିଛି, ଏହାଠୁ ଅଧିକ ଲଜ୍ଜାଜନକ ସ୍ଥିତି ନାହିଁ। ଭାରତ ସରକାର ଚାହିଁଥିଲେ, ନିଜ ଖର୍ଚ୍ଚରେ ବିମାନ ପଠାଇଥାଆନ୍ତେ। ଏଥିରେ ସର୍ବାଧିକ ଲୋକ ଗୁଜରାଟର ଥିଲେ। ଗଲା ବର୍ଷ ବାଇଡେନ୍ ସରକାର ୧୧ଶହରୁ ଅଧିକ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରିଥିଲେ ସୁଦ୍ଧା ଏଭଳି ଅପମାନଜନକ ପ୍ରକ୍ରିୟା ଅବଲମ୍ୱନ କରିନଥିଲେ। ଏଭଳି ଅମାନବୀୟ ଆଚରଣ ଲାଗି ଆମେରିକା କ୍ଷମା ମାଗୁ। ବୈଦେଶିକ ମନ୍ତ୍ରୀ କହିଥିଲେ, ପ୍ରତ୍ୟର୍ପଣ ବେଳେ ହାତକଡ଼ି ଓ ବେଡ଼ି ପକାଇବାର ଆମେରିକାର ନିୟମ ରହିଛି। ଏହା ଆମେରିକା ସରକାରଙ୍କ ନିର୍ବାସନ ଏସଓପିର ଏକ ଅଂଶ। ସ୍ୱଦେଶ ପଠାଇବାକୁ ଯୁଦ୍ଧ ବିମାନ ବ୍ୟବହାର ହୁଏ। କେବଳ ଭାରତ ନୁହେଁ, ପ୍ରତି ଦେଶର ଦେଶାଟନକାରୀଙ୍କ କ୍ଷେତ୍ରରେ ଆମେରିକା ପ୍ରଶାସନ ପକ୍ଷରୁ ଏହି ଏସଓପି କାର୍ଯ୍ୟକାରୀ ହୋଇଥାଏ।

ଶୁକ୍ରବାର ସଂସଦ ଆରମ୍ଭରୁ ବି ଏ ବିବାଦ ପୁଣି ତେଜିଥିଲା। ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ ବିରୋଧୀ। ବୈଦେଶିକ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ଆମେରିକାର ଅମାନବୀୟ ଆଚରଣ ବିରୁଦ୍ଧରେ ମୋଦିଙ୍କ ବିବୃତ୍ତି ଦାବି କରି କଂଗ୍ରେସ ଦେଇଥିଲା ମୁଲତବୀ ନୋଟିସ୍। ହେଲେ ଏହାକୁ ଲୋକସଭା ବାଚସ୍ପତି ଅଗ୍ରାହ୍ୟ କରିଦେବାରୁ କ୍ଷୁବ୍ଧ ବିରୋଧୀ ହଙ୍ଗାମା କରିଥିଲେ। ରାଜ୍ୟସଭାରେ ବି ଏ ସମ୍ପର୍କିତ ଆଲୋଚନାକୁ ଅନୁମତି ମିଳିନଥିଲା। ଶୁକ୍ରବାର ଏହି ପ୍ରସଙ୍ଗରେ ଦେଶତମାମ ବିରୋଧ କରିଥିଲା କଂଗ୍ରେସ। ଏଭଳି ଅନୁଚିତ ମନ୍ତବ୍ୟ କୌଣସି ବିଦେଶ ମନ୍ତ୍ରୀ ଭାରତ ଇତିହାସରେ ଦେଇନଥିବେ କହି ସମାଲୋଚନା କରିଛି ସପା।

ଯେଭଳି ହାତକଡ଼ି ପିନ୍ଧାଇ ସାମରିକ ବିମାନରେ ଭାରତକୁ ୧୦୪ ବେଆଇନ ପ୍ରବାସୀଙ୍କୁ ଆମେରିକା ଆଣିଲା, ତାକୁ ନେଇ ଥମୁନି ବିବାଦ କି କମୁନି ରାଜନୀତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button