ଦେଶ ବିଦେଶ

ମୋଦୀଙ୍କ ଆମେରିକା ଗସ୍ତ ଉପରେ ସାରା ଦେଶର ନଜର

ନୂଆଦିଲ୍ଲୀ: ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ଆମେରିକା ଯିବେ। ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ମୋଦୀଙ୍କ ଏହା ପ୍ରଥମ ଗସ୍ତ ଯାହା ଉପରେ ସାରା ବିଶ୍ବର ନଜର ରହିଛି । ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ୪ଟରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା କାଯ୍ୟକ୍ରମ ରହିଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ପ୍ରବାସୀଙ୍କୁ ଭେଟିବେ। ତେବେ ମୋଦୀଙ୍କ ଏଥରକର ଆମେରିକା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ରନେତା ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହୋଇପାରେ । ଯେଉଁଥରେ ପ୍ରତିରକ୍ଷା,ଏଆଇ, ଟାରିଫ ବୃଦ୍ଧି, ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ ପ୍ରସଙ୍ଗ ଉଠାଇ ପାରେ ଭାରତ। ଭାରତ-ଆମେରିକା କୁଟନୀତି ସର୍ମ୍ପକକୁ ଅଧିକ ମଜଭୂତ କରିବା ଦିଗରେ ମୋଦୀଙ୍କ ଏଥରକ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି।

ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବେଶୀ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାହା ହେଉଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ଚାକିରିର ସ୍ଥାନ ନେଇପାରିବ କି?

ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଇତିହାସ ଦର୍ଶାଉଛି ଯେ ଟେକ୍ନୋଲୋଜି ଯୋଗୁଁ କାମ ଲୋପ ପାଉନାହିଁ। ଏହାର ପ୍ରକୃତି ବଦଳିଯାଏ ଏବଂ ନୂତନ ପ୍ରକାର ନିଯୁକ୍ତି ସୃଷ୍ଟି ହୁଏ। ଏଆଇ ଭିତ୍ତିକ ଭବିଷ୍ୟତ ପାଇଁ ଆମ ଲୋକଙ୍କୁ ଦକ୍ଷ କରିବା ଲାଗି ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏଆଇ ଲକ୍ଷ ଲକ୍ଷ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିପାରିବ। ଶିକ୍ଷା, କୃଷି ଓ ଆହୁରି ଅନେକ କିଛି। ଏହା ଏପରି ଏକ ବିଶ୍ୱ ସୃଷ୍ଟି କରିବାରେ ସହାୟକ ହୋଇପାରିବ ଯେଉଁଠାରେ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ଯାତ୍ରା ଦ୍ରୁତ ହେବ। ମୋଦୀ କହିଛନ୍ତି,  ଏଆଇ ରାଜନୀତି, ଅର୍ଥନୀତି, ନିରାପତ୍ତା ଓ ସମାଜକୁ ପରିବର୍ତ୍ତନ କରୁଛି। ଆମର ମିଳିତ ମୂଲ୍ୟବୋଧକୁ ବଜାୟ ରଖିବା ଓ ବିପଦର ସମାଧାନ କରିବା ପାଇଁ ସାମୂହିକ ବୈଶ୍ୱିକ ପ୍ରୟାସର ଆବଶ୍ୟକତା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button