ଧର୍ମ

ମଣିଷ ସହ ଦେବୀଙ୍କର ବିବାହ, କାହିଁ କେଉଁ କାଳରୁ ଚଳିଆସୁଛି ଏପରି ଏକ ପରମ୍ପରା

ଜଣେ ମଣିଷ ସହ ଦେବୀଙ୍କର ବିବାହ । କଥାଟି ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ସତ । କେନ୍ଦ୍ରାପଡା ଜିଲ୍ଲା ବଜରପୁର ଗାଁର ଆରାଧ୍ୟ ଦେବୀ ମା ବାସୁଳିଙ୍କ ବାହାଘର ଅନୁଷ୍ଠିତ ହେଉଛି ରିଘାଗଡ଼ ଗାଁର କୁମ୍ଭାର ରାଜା ବଳିଙ୍କ ସହିତ ଦେବୀ ମାନବ ବିବାହର ଏ ଏକ ନିଆରା ନିଦର୍ଶନ । କେନ୍ଦ୍ରପଡା ଜିଲ୍ଲା ରାଜକନିକା ନିକଟସ୍ତ ବଜରପୁର ଗାଁ ରେ କାହିଁ କେଉଁ କାଳରୁ ଏପରି ଏକ ପରମ୍ପରା ଚଳିଆସୁଛି । ଏହି ନିଆରା ବାହାଘରକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା ।

କିମ୍ବଦନ୍ତୀର ଏହି ପୁରୁଣା କାହାଣୀ ଆନୁଯାଇ ପ୍ରତି ବର୍ଷ ଅଗ୍ନୀ ଉତ୍ସବ ପୁର୍ଣିମାରେ ବଜରପୁର ଗାଁ ରେ ଆୟେଜିତ ହୋଇଥାଏ ମା ବାସୁଳିଙ୍କ ବାହାଘର । କୁମ୍ଭାର ରାଜା ବଳି ର ବଂଶଧରମାନେ ବଳି ଓ ବାସୁଳିର ପ୍ରତିମୂର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିଥାନ୍ତି । କନ୍ୟା ପକ୍ଷରୁ ସ୍ବାଗତ କରାଯିବା ପରେ ପୂଜକ ମା ବାସୁଳାଇଙ୍କ ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି । ଏହି ଉତ୍ସବ ପୁର୍ଣିମା ଠାରୁ ୭ ଦିନ ଯାଏ ୨୨ଟି ମୌଉଜର ଲୋକେ ପାଳନ କରିଥାନ୍ତି ।

ବଜରପୁର ଗାଁର ଏହି ପରମ୍ପରା ସ୍ଵତନ୍ତ୍ର । ଏହା କେବଳ ଯେ ଆଧ୍ୟାତ୍ମିକ ଭାବଧାରାରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ ତା ନୁହେଁ ବରଙ୍ଗ ଭାଇଚାର ଓ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଆଣିଥାଏ ଏକ ସୁଯୋଗ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button