ଓଡିଶା

ଝାରସୁଗୁଡ଼ା-ରାୟପୁର ବିମାନ ସେବା ଆରମ୍ଭ

ଝାରସୁଗୁଡ଼‌ା: ଝାରସୁଗୁଡ଼ା ବିମାନବନ୍ଦରରୁ ତୃତୀୟ ରୁଟ୍‌ ଭାବେ ରାୟପୁରକୁ ରବିବାର ବିମାନ ସେବା ଆରମ୍ଭ କରିଛି ଷ୍ଟାର୍‌ ଏୟାର୍‌। ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଷ୍ଟାର୍‌ ଏୟାର୍‌ର ଷ୍ଟେସନ୍‌ ମ୍ୟାନେଜର ଓ ବିମାନବନ୍ଦର କର୍ମଚାରୀମାନେ ଉପସ୍ଥିତ ଥିଲେ। ଦୀପ ପ୍ରଜ୍ବଳନ, କେକ୍‌ କାଟିବା ପରେ ପ୍ରଥମ ଯାତ୍ରୀଙ୍କୁ ବୋର୍ଡିଂ କାର୍ଡ ପ୍ରଦାନ କରାଯାଇଥିଲା। ପ୍ରଥମ ଦିନରେ ରାୟପୁରକୁ ୪୯ ଜଣ ଯାତ୍ରା କରିଥିବା ଜଣାପଡ଼ିଛି।

ଝାରସୁଗୁଡ଼ା-ରାୟପୁର-ଝାରସୁଗୁଡ଼ା ରୁଟ୍‌ରେ ଏହି ବିମାନ ସେବା ସପ୍ତାହକୁ ୩ ଦିନ ସୋମବାର, ବୁଧବାର ଓ ରବିବାର ଚଳାଚଳ କରିବ। ସନ୍ଧ୍ୟା ୬ଟା୫ରେ ଏହି ବିମାନ ହାଇଦ୍ରାବାଦରୁ ଆସି ଝାରସୁଗୁଡ଼ାରେ ଅବତରଣ କରିବା ପରେ ୬ଟା ୩୫ରେ ରାୟପୁର ଅଭିମୁଖେ ଯାତ୍ରା କରିବ। ସନ୍ଧ୍ୟା ୭ଟା ୨୫ରେ ରାୟପୁରରେ ଅବତରଣ କରି ପୁଣି ସେଠାରୁ ସନ୍ଧ୍ୟା ୭ଟା ୫୫ ମିନିଟରେ ବାହାରି ସନ୍ଧ୍ୟା ୮ଟା ୪୫ରେ ଝାରସୁଗୁଡ଼ାରେ ଅବତରଣ କରିବ ବୋଲି ସୂଚନା ଦିଆଯାଇଛି। ଗତକାଲି ଝାରସୁଗୁଡ଼ାରୁ ଲକ୍ଷ୍ନୌ ଅଭିମୁଖେ ଷ୍ଟାର୍‌ ଏୟାର୍‌ ନିଜର ସେବା ଆରମ୍ଭ କରିଛି। ଏହା ପୂର୍ବରୁ ଝାରସୁଗୁଡ଼ାରୁ ହାଇଦ୍ରାବାଦ ରୁଟ୍‌ରେ ଏହି ସଂସ୍ଥା ବିମାନ ସେବା ଆରମ୍ଭ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button