ଜାଦୁ କେମିତି ଭଲ ହେବ ? ଜାଣନ୍ତୁ ଏହାର କାରଣ ଓ ନିରାକରଣ

। ସୂଚନା ଅନୁସାରେ ଶରୀରରେ ଅନେକ ପ୍ରକାର ଚର୍ମ ରୋଗ ହୋଇଥାଏ । ଯାହାକୁ ଆମେ ସାଧାରଣତଃ ଜାଦୁ, କାଛୁ ଓ କୁଣ୍ଡିଆ ଏହିପରି ନାମରେ ଜାଣିଥଉ । ଏହା ହେବା ପାଇଁ ଅନେକ କାରକ ସାହାଜ୍ଯ କରିଥାଏ । ଚର୍ମ ରୋଗ ସୃଷ୍ଟି କରୁଥିବା ଜୀବାଣୁ ବା ଭୂତାଣୁ ଶରୀରରେ ପ୍ରବେଶ କରିବା ମାତ୍ରେ ଏହା ଶରୀରର କୌଣସି ଜାଗା ଆୟତ୍ତ କରି ସେଇଠି ଜାଦୁ ସୃଷ୍ଟି କରିଥାଏ । ଆଗ ସମୟରେ ଫଙ୍ଗସ ଦ୍ଵାରା ଯେଉଁ ଜାଦୁ ସୃଷ୍ଟି ହେଉଥିଲା ।
ତାହା ଯାଦୁକୁ ବ୍ୟାପିବାରେ ଅଧିକ ସମୟ ଲାଗୁଥିଲା । ବର୍ତ୍ତମାନ ସମୟରେ ସେହି ଫାଙ୍ଗସ ସଂକ୍ରମଣ ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଜାଦୁ ସୃଷ୍ଟି କରୁଥିବା ଫଙ୍ଗସ ରୋଗୀର ବ୍ୟବହୃତ ଜିନିଷରେ ମଧ୍ୟ ରହିଜାଇଥାଏ । ତେଣୁ ଜାଦୁ କାଛୁ ହୋଇଥିବା ବ୍ୟକ୍ତିର ଜିନିଷ ବ୍ୟବହାର କରିବା ଦ୍ଵାରା ମଧ୍ୟ ଅନ୍ୟ ଜଣଙ୍କୁ ଜାଦୁ ବ୍ୟାପିବାର ସମ୍ଭାବନା ଅଧିକ ରହୁଛି ।
ସେଥିପାଇଁ ଜାଦୁ ହୋଇଥିବା ବ୍ଯକ୍ତିର ଜିନିଷ ବ୍ୟବହାର କରିବା ପାଇଁ ବାରଣ ରହିଥାଏ । ଜାଦୁ ଭଲ କରିବା ଆଣ୍ଟିଫାଙ୍ଗଲ ମଲମ ବା ମେଡ଼ିସିନ ଯାହା ମଧ୍ୟ ଦିଆଯାଇଥାଏ । ତାହା ଏବେ ମଧ୍ୟ ଦିଆ ଯାଉଛି । ଏହା ସହିତ କିଛି ନୂତନ ଧରଣର ଅଳ୍ପ ମେଡିସିନ ମଧ୍ୟ ମାର୍କେଟକୁ ଲଞ୍ଚ କରିଛି ।
ଯେଉଁ ଫଙ୍ଗଲ ଜାଦୁ ସୃଷ୍ଟି କରିବାରେ କିଛି ବର୍ଷ ପୂର୍ବରୁ ସାହାଜ୍ଯ କରୁଥିଲା । ସେହି ଫଙ୍ଗଲ ଏବେ ମଧ୍ୟ ଜାଦୁର କାରଣ ହେଉଛି କିନ୍ତୁ କିଛି ମାତ୍ରାରେ ଫଙ୍ଗଲର ଭର୍ଶନ ହାଇ ହୋଇଛି । ଯାହା ଦ୍ଵାରା ଜାଦୁ ବହୁତ ଶୀଘ୍ର ବୃଦ୍ଧି ପାଇବାରେ ଲାଗୁଛି । ବହୁତ ଲୋକ ଏପରି ମଧ୍ୟ ଅଛନ୍ତି । ଯେଉଁ ମାନେ ଜାଦୁ ହେବା ମାତ୍ରେ ବିନା ଡାକ୍ତରଙ୍କର ପରାମର୍ଶରେ ମନକୁ ମନ ମେଡ଼ିସିନର ଅପ ବ୍ୟବହାର କରୁଛନ୍ତି ।
ଜାଦୁ ଭଲ କରିବା ପାଇଁ ଯେକୌଣସି ମେଡ଼ିସିନର ବ୍ୟବହାରକରିବା ପୂର୍ବରୁ ତାହା ଡାକ୍ତରଙ୍କ ପରାମର୍ଶ କରି ଲଗେଇବା ଉଚିତ । ଯାଦୁକୁ ଭଲ କରିବା ପାଇଁ ସୂତା ବସ୍ତ୍ର ପିନ୍ଧିବା ଉଚିତ । କୃତିମ ତନ୍ତୁ ଯେପରି ଶିନ୍ଥେଟିକ ଭଳି ବସ୍ତ୍ର ପିନ୍ଧିବା ଅଧିକ ପରିମାଣରେ ଉଚିତ ନୁହେଁ । ଜାଦୁ ହୋଇଥିବା ସମୟରେ ଟାଇଟ୍ କପଡାକୁ ନପିନ୍ଧି ଢିଲା ପୋଷାକ ପିନ୍ଧିବା ଉଚିତ ।
ଦେହକୁ ଠିକ ଉତ୍ତାପରେ ରଖିବା ଆବଶ୍ୟକ ହୋଇଥାଏ । ବେଶୀ ଉତ୍ତାପରେ ରହିବା ଉଚିତ ହୋଇନଥାଏ । ବ୍ୟବହାର କରୁଥିବା ବସ୍ତ୍ରକୁ ଥରେ ବ୍ୟବହାର କରିସାରିଲା ପରେ ଅନ୍ୟ ଥରେ ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ସଫା କରି ଗରମ ପାଣିରେ ଧୋଇ ବ୍ୟବହାର କରିବା ଉଚିତ । ଯାହା ଦ୍ଵାରା ସଂକ୍ରମଣର ଆଶଙ୍କା ରହିନଥାଏ ।