ଜୀବନଶୈଳୀ

ମୃତ ବ୍ୟକ୍ତିକୁ ଜୀବିତ କରୁଥିବା ଗଛ । ଏହାର ଚମତ୍କାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ତେବେ ଆଜିକାର ଏହି ଲେଖାରେ ଆମେ ବ୍ରହ୍ମୀର ଲାଭକାରୀ ଗୁଣ ବିଷୟରେ କହିବୁ । ଏହାକୁ ସାଧରଣତଃ ତରକାରୀ ହିସାବରେ ସେବନ କରାଯାଏ । ମାତ୍ର ପ୍ରାଚୀନ ରଚନା ମାନଙ୍କରେ ଏହା ବର୍ଣ୍ଣିତ ହୋଇଛି ଯେ ଏହି ଗଛର ସେବନ ଦ୍ୱାରା ପୁନର୍ଜନ୍ମ ହୋଇଥାଏ । ଦେବଦେବୀ ଏହାର ରସ ନିଜର ବଳ ଏବଂ ବୟସକୁ ବଢ଼ାଇବା ପାଇଁ କରୁଥିଲେ । ଚୋରକ ସଂହିତାରେ ଏହି ବିଷୟରେ ବର୍ଣ୍ଣିତ ହୋଇଛି । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁଯାୟୀ ଏହାର ନାମ ବ୍ରହ୍ମୀ ହୋଇଛି ।

ଏଭଳି ମାନା ଯାଇଛି ଯେ ଏହା ମଧ୍ୟରେ ବ୍ରହ୍ମାଙ୍କ ଭଳି ଗୁଣ ରହିଛି । ଅନେକ ବର୍ଷ ପୂର୍ବରୁ ଏହାର ପ୍ରୟୋଗ ଆୟୁର୍ବେଦରେ କରାଯାଇ ଆସୁଛି । ଜଡ଼ିବୁଟିରେ ଏହାର ଫୁଲକୁ ଅଧିକ ବ୍ୟବହାର କରାଯାଏ । ଏହା ମସ୍ତିଷ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାକୁ ବ୍ରେନ ବୁସ୍ଟର ବୋଲି ମଧ୍ୟ କୁହାଯାଏ । ଅର୍ଥାତ ଏହା ବ୍ରେନକୁ ବଢ଼ାଇବା କାମ କରିଥାଏ ।

ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଜଣା ଯାଇଥାଏ । ସାଧରଣତଃ ପୁରା କାଳରେ ଲୋକେ ଏହି ସବୁ ଜଡ଼ିବୁଟିର ପ୍ରୟୋଗ ଦ୍ୱାରା ନିରୋଗ ଏବଂ ଆୟୁଷ ବୃଦ୍ଧି କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଜ୍ଞାନର ଅଭାବ କାରଣରୁ ଲୋକେ ମେଡ଼ିସିନ ଦିଗରେ ଯାଉଛନ୍ତି । ଯେଉଁ କାରଣରୁ ନାନା ପ୍ରକାରର ଗମ୍ଭୀର ରୋଗ ଦେଖା ଯାଉଛି ।

 

ଏଭଳି ମାନ୍ୟତା ରହିଛି ଯେ ବ୍ରହ୍ମୀକୁ ପାଉଡର କରି ଯଦି କ୍ଷୀର ସହିତ ସେବନ କରାଯାଏ ତେବେ ବ୍ୟକ୍ତିକୁ ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣିବାର ଜ୍ଞାନ ପ୍ରାପ୍ତ ହୋଇଥାଏ । ବ୍ରହ୍ମୀ ହୃଦ ଜନିତ ସମସ୍ୟାକୁ ଦୂର କରିଥାଏ । ଏହା ହୃତପିଣ୍ଡ ପାଇଁ ଅତ୍ୟନ୍ତ ଉତ୍ତମ ହୋଇଥାଏ । ବ୍ରହ୍ମୀରେ ଏଣ୍ଟି ଅକ୍ସିଡେଣ୍ଟ ଏବଂ ଏଣ୍ଟି ଇନଫ୍ଲାମେଟୋରୀ ଗୁଣ ମିଳିଥାଏ । ଯେଉଁ କାରଣରୁ ହୃଦଘାତ ଜନିତ ସମସ୍ୟା ଦୂର ହୋଇଯାଏ । ତେଣୁ ହୃଦ ଜନିତ ସମସ୍ୟା ଥିଲେ ଅନ୍ୟ ମେଡ଼ିସିନ ସହିତ ପ୍ରତ୍ୟେକ ଦିନ ଅଧା ଚାମଚ ବ୍ରହ୍ମୀ ସେବନ କରନ୍ତୁ ।

ଧୀରେ ଧୀରେ ଏହାର ମାତ୍ରା ବୃଦ୍ଧି କରନ୍ତୁ । ଏହାବ୍ୟତୀତ ବ୍ରହ୍ମୀର ସେବନ ଦ୍ୱାରା ମଧୁମେହ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଥିବା ତତ୍ତ୍ୱ ସୁଗର ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ । ରକ୍ତରେ ଇନସୁଲିନ ମାତ୍ରାକୁ ଏହା ନିୟନ୍ତ୍ରଣ ରଖିଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ସାଧାରଣ ପାଣିରେ ଏକ ଚାମଚ ମିଶାଇ ୩ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହାଦ୍ବାରା ଇନସୁଲୀନ ମାତ୍ରା ଧୀରେ ଧୀରେ ହ୍ରାସ ହୋଇଥାଏ ।

ଯଦି ତିନି ମାସ ମଧ୍ୟରେ ଏହି ସମସ୍ୟା ଠିକ ନହେଉଛି ତେବେ ଏହାର ଅବଧି ୫ ମାସ କରି ଦିଅନ୍ତୁ । ଧୀରେ ଧୀରେ ଆପଣଙ୍କ ସମସ୍ୟା ମୂଳରୁ ଯିବ । ଏହାବ୍ୟତୀତ ଏହା ମିରିଗି ସମସ୍ୟାକୁ ମଧ୍ୟ ଠିକ କରିଥାଏ । ସ୍ନାୟୁ ତନ୍ତ୍ର ସମ୍ବନ୍ଧୀୟ ରୋଗକୁ ଏହା ଠିକ କରିଥାଏ । ସକାଳ ସନ୍ଧ୍ୟା ଏକ ଗ୍ଲାସ ପାଣିରେ ଅଧା ଚାମଚ ଲେଖାଏଁ ମିଶାଇ ସେବନ କଲେ ସ୍ନାୟୁ ତନ୍ତ୍ର ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

 

ଏସବୁ ବ୍ୟତୀତ ଏହା ବୁଦ୍ଧି ବୁସ୍ଟ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ତେବେ ଶରୀରରେ ଶକ୍ତି ଏବଂ ସାମ୍ୟର୍ଥ ବଢ଼ାଇବା ପାଇଁ କିମ୍ବା ଆୟୁଷ ବୃଦ୍ଧି ପାଇଁ ଏକରୁ ଦେଢ଼ ଚାମଚ ମହୁ ନେଇ ଅଧା ଚାମଚ ବ୍ରହ୍ମୀ ପାଉଡର ନେଇ ମିଶାଇ ଦିଅନ୍ତୁ ଏବଂ ଦିନରେ କୌଣସି ଗୋଟିଏ ସମୟ ଖାଲି ପେଟରେ ସେହି ମିଶ୍ରଣକୁ ସେବନ କରନ୍ତୁ । ଏକ ମାସ ପର୍ଯ୍ୟନ୍ତ ଏହାର ସେବନ କଲେ ଶରୀର ହୃଷ୍ଟପୃଷ୍ଟ ହୋଇଥାଏ ।

ଏହାର ସେବନ ଦ୍ୱାରା ଶକ୍ତି ସାମ୍ୟର୍ଥ ନଥିବା ଶରୀରକୁ ବଳ ମିଳିଥାଏ । ଦୁଇ ମାସ ପର୍ଯ୍ୟନ୍ତ ଏହାକୁ ସେବନ କଲେ ବ୍ରେନ ବଢ଼ିଥାଏ । ତିନି ମାସ ପର୍ଯ୍ୟନ୍ତ ଏହାର ସେବନ କଲେ ଆୟୁଷ ବଢ଼ିଥାଏ । ମାତ୍ର ଧୀରେ ଧୀରେ ଏହାର ସେବନର ମାତ୍ରା ବୃଦ୍ଧି କରନ୍ତୁ । ମାତ୍ର ଚାରି ମାସ ପର୍ଯ୍ୟନ୍ତ ଏହାର ସେବନ ଦ୍ୱାରା ଦୂର ଦର୍ଶୀ ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହାର ପାଞ୍ଚ ମାସର ସେବନ ଦ୍ୱାରା ଶରୀର କଠୋର ହୋଇଥାଏ ଏବଂ ଦେବତାଙ୍କ ତୁଲ୍ୟ ବଳ ପ୍ରାପ୍ତି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button