ଏହି ସବୁ ପ୍ରମାଣା ପତ୍ର ନଥିଲେ ମିଳିବନି ସୁଭଦ୍ରା ଟଙ୍କା, ପ୍ରମାଣ ପତ୍ର ନଥିଲେ ୫୦ ହଜାର ହାତରୁ ଯିବ, ଜାଣନ୍ତୁ ଆବଶ୍ୟକ ଥିବା ପ୍ରମାଣ ପତ୍ର

ନୂଆ ସରକାର ଆଣିଛନ୍ତି ନୂଆ ଯୋଜନା । ଏହି ଯୋଜନାରେ ମହିଳା ମାନଙ୍କୁ ମିଳିବ ୫୦,୦୦୦ ଟଙ୍କା । ବିବାହିତା ମହିଳା ମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ । ମହିଳା ମାନଙ୍କୁ ସଶକ୍ତିକରଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ରହିଛି ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସମୟରେ ବିଜେପି ଓଡିଶାରେ ସରକାର ଗଠନ କଲେ ମହିଳା ମାନଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ଘୋଷଣା କରିଥିଲା । ଯାହାକୁ ସେ ବର୍ତ୍ତମାନ କାର୍ଯ୍ୟକାରୀ ମଧ୍ୟ କରିଛି ।
ତେବେ ଜାଣନ୍ତୁ କଣ ରହିଛି ……
ସୁଭଦ୍ରା ଯୋଜନା । ଏହି ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ମିଳିବ ୫୦,୦୦୦ ଟଙ୍କାର ଭାଉଚର୍ । ଯାହାକୁ ସେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରି ପାରିବେ । ଏହି ଯୋଜନା ଆଗାମୀ ୧୦୦ ଦିନ ମଧ୍ୟରେ ଲାଗୁ ହେବାକୁ ଯାଉଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ ଅନେକ ପ୍ରମାଣପତ୍ରର ଆବଶ୍ୟକତା ମଧ୍ୟ ରହିଛି ।
ତେବେ ଜାଣନ୍ତୁ ଏହି ଯୋଜନା ପାଇଁ ଆବଶ୍ୟକ ଥିବା ପ୍ରମାଣପତ୍ର….
* ଆଧାର କାର୍ଡ
* ବ୍ୟାଙ୍କ୍ ପାସବୁକ୍
* ଇନକମ ସାର୍ଟିଫିକେଟ
* ରେସିଡେନ୍ସ ସାର୍ଟିଫିକେଟ
* ମୋବାଇଲ୍ ନମ୍ବର୍
* ପାସବୁକ୍ ଫଟୋ
ତେବେ ଯଦି ଆପଣଙ୍କ ନିକଟରେ ଏଥି ମଧ୍ୟରୁ କୌଣସି ପ୍ରମାଣପତ୍ର ନାହିଁ ଆପଣ ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ବିଶେଷ ବିବରଣୀ ପାଇ ପାରିବେ ।