ଉନ୍ମୋଚିତ ହେଲା ପୁସ୍ତକ ‘ବ୍ଲକବ୍ଲଷ୍ଟର ଟୁ ବାଲେଟ ବକ୍ସ’, ଜାଗୃତି ଲେଖିଲେ ଅନୁଭବ ମହାନ୍ତିଙ୍କ ଜୀବନ କାହାଣୀ

ଭୁବନେଶ୍ୱର : ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି । ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି । ‘ଅନୁଭବ ମହାନ୍ତି’ ଜୀବନୀ ପୁସ୍ତକ ରଚନା କରିଛନ୍ତି ବିଶିଷ୍ଟ ସାମ୍ବାଦିକା ତଥା ଲେଖିକା ଜାଗୃତି ଶୁକ୍ଳା । ଭୁବନେଶ୍ୱରର ହୋଟେଲ ସ୍ୟାଣ୍ଡିସ୍ ଟାୱାରଠାରେ ଆୟୋଜିତ ଏହି ଲଂଚ ଇଭେଂଟରେ ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା ଏବଂ ଏହି ଅବସରରେ ଅନୁଭବ ମହାନ୍ତିଙ୍କ ଉଲ୍ଲେଖନୀୟ ଜୀବନ ଓ କ୍ୟାରିୟରକୁ ପ୍ରଶଂସା କରାଯାଇଥିଲା। ଏହି ବାୟୋଗ୍ରାଫି ଅନୁଭବ ମହାନ୍ତିଙ୍କ ପ୍ରେରଣାଦାୟୀ ଯାତ୍ରା ଉପରେ ଗଭୀର ଦୃଷ୍ଟିକୋଣ ପ୍ରଦାନ କରିଛି । ଏହି ପୁସ୍ତକ ଅନୁଭବ ମହାନ୍ତିଙ୍କ ସ୍ୱର୍ଗୀୟ ପିତା ପ୍ରଫେସର ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି।
ସେହିପରି ହିନ୍ଦୀରେ ରଚିତ ଏହି ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି ବିଶିଷ୍ଟ ସିନେଲେଖକ ମାନସ ପଢ଼ିଆରୀ । ଏଥିରେ ରହିଛି ଅନେକ ରୋଚକ ଘଟଣା, ଆକର୍ଷଣୀୟ ତଥ୍ୟ ଓ ଚିତ୍ର। ‘ଟାଇମ୍ପାସ୍’ ଦ୍ଵାରା ପ୍ରକାଶିତ ଏହି ପୁସ୍ତକଟି ଏକ ଭବ୍ୟ ସମାରୋହରେ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟଙ୍କ ଦ୍ଵାରା ଲେଖିକା ଜାଗୃତି ଶୁକ୍ଳା, ଅନୁବାଦକ ମାନସ ପଢ଼ିଆରୀ, ପ୍ରକାଶକ ସରୋଜ ବଳ, ଅନୁଭବ ମହାନ୍ତି ଏବଂ ତାଙ୍କର ମା ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଯାଇଛି ।
କାର୍ଯ୍ୟକ୍ରମ ଅବସରରେ ନିଜର କୃତଜ୍ଞତା ଜଣାଇ ଅନୁଭବ ମହାନ୍ତି କହିଥିଲେ, “ଏହି ପୁସ୍ତକ ମୋର ଖୁବ୍ ବ୍ୟକ୍ତିଗତ ଅଟେ । ଏହା କେବଳ ମୋର ଯାତ୍ରା ନୁହେଁ ବରଂ ମୋ ପିତାଙ୍କ ଶିକ୍ଷା, ମୋର ସଂଘର୍ଷ ଓ ଓଡିଶା ପାଇଁ ମୋର ଦୃଢ ଭଲ ପାଇବାର ଏକ ପ୍ରତିଫଳନ। ମୁଁ ଆଶା କରୁଛି ପାଠକମାନେ ଏହି ପୁସ୍ତକର ପୃଷ୍ଠାଗୁଡିକରୁ ପ୍ରେରଣା ପାଇବେ ।”
ଏହି ବାୟୋଗ୍ରାଫି ଏବେ ପ୍ରମୁଖ ବୁକଷ୍ଟୋର ଓ ଅନଲାଇନ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି । ପାଠକମାନେ ଏହି ପୁସ୍ତକରୁ ସ୍ଥିରତା, ସଫଳତା ଏବଂ ସେବା ପ୍ରତି ନିରନ୍ତର ପ୍ରତିବଦ୍ଧତାର ଏକ ପ୍ରେରଣାଦାୟକ କାହାଣୀ ସମ୍ପର୍କରେ ଜାଣିପାରିବେ । ଯାହା ଏହାକୁ ପ୍ରଶଂସକ ଓ ଆଶାୟୀ ନେତାମାନଙ୍କ ପାଇଁ ଏକ ପଠନଯୋଗ୍ୟ ପୁସ୍ତକରେ ପରିଣତ କରୁଛି ।