ଆଜି ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ମଧ୍ୟ କରିବେ, ଆଜିର ଭାଗ୍ୟଫଳ

ମେଷ : ଆଜି ଅର୍ଥ ସଙ୍କଟ, ସ୍ବାସ୍ଥ୍ୟ ସମସ୍ୟା, କାର୍ଯ୍ୟରେ ବିଳମ୍ବଜନିତ ମାନସିକ ଅଶାନ୍ତି ଅନୁଭବ କରିବେ । ଟଙ୍କା ପଇସାର ଅଭାବ ରହିବ ନାହିଁ । ଯାତ୍ରା ସ୍ଥଗିତ ରହିଯାଇପାରେ । ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ସମୟ ଲାଗିପାରେ । ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ ।
ବୃଷ : ଆଜି କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବାରେ ସମର୍ଥ ହେବେ । ଭୁଲ୍ ବୁଝାମଣା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ ହେବ । ସାଧାରଣ ଘଟଣା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ଈର୍ଷାପରାୟଣ ବ୍ୟକ୍ତିମାନେ ଅସହିଷ୍ଣୁ ମନୋଭାବ ନେଇ ପରୋକ୍ଷ ଶତ୍ରୁତା ଆଚରଣ କରିବେ ।
ମିଥୁନ : ସାମାନ୍ୟ ଅସୁବିଧା ହେଲେ ମଧ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସ୍ବାସ୍ଥ୍ୟରେ ଉନ୍ନତି ନ ଘଟିବାରୁ ଚିନ୍ତିତ ରହିପାରନ୍ତି । ସାଧାରଣ କଥାରେ ବନ୍ଧୁ ମୁହଁ ଫଣ ଫଣ କରିପାରନ୍ତି । ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାତ୍ମିକ ଆଲୋଚନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ।
କର୍କଟ : ଦରକାରୀ କାଗଜପତ୍ର କିମ୍ବା ସୁନା ଜିନିଷ ହଜି ଯିବାର ସମ୍ଭାବନା ରହିଛି । ଯେଉଁ କାମରେ ଆଜି ହାତ ଦେବେ ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ । ଆନୁଷ୍ଠାନିକ କାମ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ । ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିପାରେ ।
ସିଂହ : ସକାଳୁ ସକାଳୁ ସାମାନ୍ୟ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନାନ୍ତର ଯୋଗୁ ସୁଖ ରହିବ ନାହିଁ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚିନ୍ତା ବଢିପାରେ । ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସମସ୍ୟା ସମାଧାନ ହୋଇଯିବ ।
କନ୍ୟା : କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କର ଖୁସି ହେବେ । ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରୁ ଉପକୃତ ହେବେ । ସାମୟିକ ଭାବରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି । ପରିବାରରେ କିମ୍ବା କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ ।
ତୁଳା : ଅତୀତ ସ୍ମୃତିଚାରଣ କରି ମାନସିକ ସ୍ତରରେ ବିଚଳିତବୋଧ କରିବେ । ଅଧିକ ସମୟ ପରିସ୍ଥିତିକୁ ନଜର ରଖି ନୀରବ ରହିବାକୁ ପସନ୍ଦ କରିପାରନ୍ତି । ଆଜିର ଯାତ୍ରାକାଳୀନ ଫେରନ୍ତା ବାଟରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି । ରକ୍ତଚାପ କିମ୍ବା ଡାଇବେଟିସ୍ଜନିତ ରୋଗରେ ପୀଡା ବୃଦ୍ଧି ପାଇପାରେ ।
ବିଛା : ଆଜି ବନ୍ଧୁଙ୍କ ଜରିଆରେ କୌଣସି ଶୁଭ ଖବର ପାଇ ସକାଳ ସମୟଟି ଭଲରେ ଅତିବାହିତ ହେବ । ବିଭିନ୍ନ ଯୋଜନାର କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ । ସନ୍ତାନଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗିରହିବ ।
ଧନୁ : ଅନ୍ୟମାନଙ୍କ ପ୍ରରୋଚନାରେ ପଡି ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି । ପାରିବାରିିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପଦ ହେବ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ହେବ ନାହିଁ କିନ୍ତୁ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ହେବ ନାହିଁ ।
ମକର : ସମ୍ପର୍କୀୟଙ୍କ ବେଖାତିର ମନୋଭାବ ସାଙ୍ଗକୁ ମର୍ମଭେଦୀ ବାକ୍ୟବାଣରେ ଅତିଷ୍ଠ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଧସ୍ତନଙ୍କୁ ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ଆଣ୍ଠୁଗଣ୍ଠି ବାତଜନିତ କଷ୍ଟ ପାଇବେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।
କୁମ୍ଭ : ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ କଳହ ଦେଖାଦେଇ ପାରେ । ପରିସ୍ଥିତିରେ ପଡି ବନ୍ଧୁଙ୍କ ଆଗରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ । ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାପୂର୍ବରୁ ସମସ୍ୟା ଆସିପାରେ । ବନ୍ଧୁ ପରିଜନଙ୍କ ସହିତ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରିବେ ।
ମୀନ : ଆପଣଙ୍କ ଓଜନଦାର କଥାର ପ୍ରଭାବରେ ଆଜିର କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବାରୁ ଆନନ୍ଦିତ ରହିବେ । ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଦୀର୍ଘ ସମୟ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।