ଦେଶ ବିଦେଶ
ପାଇକାରୀ ମୁଦ୍ରାସ୍ଫୀତି ୨.୩%କୁ ହ୍ରାସ

ନୂଆଦିଲ୍ଲୀ: ଖାଦ୍ୟ ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଜାନୁଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୨.୩%କୁ ବଢ଼ିଥିଲେ ହେଁ ୨୦୨୪ ଡିସେମ୍ବରରେ ଥିବା ୨.୪%ଠାରୁ ସାମାନ୍ୟ ହ୍ରାସ ପାଇଛି। ଡିସେମ୍ବରରେ ଖାଦ୍ୟ ସାମଗ୍ରୀ ଉପରେ ମୁଦ୍ରାସ୍ଫୀତି ୬% ଥିବାବେଳେ ଜାନୁଆରୀରେ ତାହା ୫.୯%କୁ ହ୍ରାସ ପାଇଛି। ଲଗାତାର ବଢ଼ୁଥିବା ପରିବା ଦର ଡିସେମ୍ବରରେ ୨୮.୭% ଥିବାବେଳେ ଜାନୁଆରୀରେ ୮.୪%କୁ ହ୍ରାସ ପାଇଛି।