ଜୀବନଶୈଳୀ

ଆପଣ ଚିନ୍ତାରେ ରହୁଛନ୍ତି କି ଶୀଘ୍ର ଦେଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କେମିତି ରହିବେ ଷ୍ଟ୍ରେସ ଫ୍ରି

ଆଜିକାର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ଚାପରେ ରହୁଛନ୍ତି।ତେବେ ଏହା ଧୀରେ ଧିରେ ଅନେକ ବଡ଼ ସ୍ବାସ୍ଥ୍ୟ ଜନିତ ସମସ୍ୟା ର କାରଣ ପାଲଟିଥାଏ।
ହୋଇପାରେ ଆପଣମାନେ ବି କେତେବେଳେ ଅଜାଣତରେ ଷ୍ଟ୍ରେଶ୍ ରେ ରହି ପାରନ୍ତି।ତେଣୁ ଏହାର ଲକ୍ଷଣ ଆଉ ପ୍ରତିଷେଧକ ବିଷୟରେ ଜାଣିବା ନିହାତି ଆବଶ୍ୟକ।ଷ୍ଟ୍ରେଶ୍ ର ଲକ୍ଷଣ ହେଉଛି ସାଧାରଣ ଜିନିଷ କୁ ନେଇ ନକାରାତ୍ମକ ଚିନ୍ତାଧାରା ଆସିବା।
ଛାତି ଜୋରରେ ଧଡ ଧଡ ହେବ।ବାରମ୍ବାର ପରିସ୍ରା ଲାଗିବ। ନିଶା ସେବନ କରିବ।ସବୁବେଳେ କାନ୍ଦିବା।ନିଦ ହେବନାହିଁ।ଦେହରୁ ଝାଳ ବାହାରିବା। ନିଶ୍ବାସ ଜୋରେ ନେବା।କାମ କରିବାକୁ ଇଛା ହେବ ନାହିଁ।କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରିବେ ନାହିଁ।
ଟିକେ ଟିକେ କାମରେ ଶୀଘ୍ର ଥକି ଯିବା। ଛୋଟ ଜିନିଷରେ ମଧ୍ୟ ନିଜର ଭୁଲ ଅଛି ବୋଲି ଭାବି ଚିନ୍ତା କରିବେ।ଏହିସବୁ ଲକ୍ଷଣ ଦେଖା ଦେଲେ ଆପଣମାନେ ଷ୍ଟ୍ରେଶ୍ ରେ ଅଛନ୍ତି ବୋଲି ଜାଣିବେ।
ଷ୍ଟ୍ରେଶ୍ ରୁ ଆପଣମାନେ ଦୂରେଇ ରହିପାରିବେ।ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖନ୍ତୁ।ପ୍ରତିଦିନ ବ୍ୟାୟାମ କରନ୍ତୁ।ଏବଂ ପୃଷ୍ଟିସାର ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ।
କାରଣ ଖାଇବା ଦ୍ଵାରା ବହୁତ ଅସୁବିଧା ହୋଇଥାଏ।ତାଛଡା କାହାକୁ ସମାଲୋଚନା କରନ୍ତୁ ।ଦୁଃଖରେ ରହିଥିଲେ ନିଜକୁ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ।ରାତିରେ ଖାଦ୍ୟ ଖାଇବା ପରେ ଠିକ୍ ଭାବରେ ଶୋଇବାକୁ ଚେଷ୍ଟା କରନ୍ତୁ।
ଏବଂ ଆବଶ୍ୟକତା ଠାରୁ ଅଧିକ ଶୋଇବେ ନାହିଁ।ଏହାକୁ ଛାଡ଼ି ଆପଣ ଚାହିଁଲେ ଆପଣଙ୍କର ମନ ପସନ୍ଦର ଲୋକଙ୍କ ସହିତ ମିଳାମିଶା କରି ପାରିବେ।କୌଣସି ଅସୁବିଧାର ସାମ୍ନା କରିଲେ ବ୍ୟସ୍ତ ନ ହୋଇ ତାହାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ବିଷୟକୁ ନେଇ ଦ୍ଵନ୍ଦ ରେ ରହିଥିଲେ ବୟସ୍କ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।ସବୁବେଳେ ଏକୁଟିଆ ନ ରହି ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ରୁହନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button