ସ୍ୱାସ୍ଥ୍ୟ
ମୋବାଇଲ ବିଗାଡୁଛି ମାନସିକ ସ୍ଥିତି ଦେଖନ୍ତୁ କେମିତି ଜାଣନ୍ତୁ ସତ ରୁହନ୍ତୁ ସତର୍କ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ମୋବାଇଲ୍ ସମସ୍ତେ ବ୍ୟବହାର କରିଛନ୍ତି। ମୋବାଇଲ୍ ବିନା ମଧ୍ଯ ଆମ ସମାଜରେ ବଞ୍ଚିବା ଅସମ୍ଭବ ହୋଇ ପଡୁଛି।
ତେବେ ଆପଣ ମାନେ ଜାଣିଥିବେ କି ଏହି ମୋବାଇଲ୍ ଆମକୁ ଯେତିକି ସାହାଯ୍ୟ କରିଥାଏ ସେତିକି ମଧ୍ଯ ଏହା ଆମ ଉପରେ କୁପ୍ରଭାବ ପକାଇ ଥାଏ। ଏବଂ ଏହି ମୋବାଇଲ୍ ଏବେ ବେଶ ପ୍ରଭାଵ ପକାଇଛି ଶିଶୁ ମାନଙ୍କ ଉପରେ।
ସେମାନେ ସମସ୍ତେ ମୋବାଇଲ ପାଇଁ ଏତେ ମାତ୍ରାରେ ପାଗଳ ଯେ ତାଙ୍କୁ ମୋବାଇଲ୍ ବିନା ଅନ୍ୟ କୌଣସି ଜିନିଷ ଦେଖା ଯାଇ ନଥାଏ।
ଏବେ ମୋବାଇଲ ଶିଶୁ ମାନଙ୍କର ଅନେକ ରୋଗର କାରଣ ମଧ୍ୟ ସାଜିଛି ପ୍ରାୟତଃ ଶିଶୁ ମାନେ ଏହି ଫୋନ ଦେଖିବା ଦ୍ବାରା ଅନେକ ଦିନ ପର୍ଯ୍ୟନ୍ତ କଥା କହି ପାରୁ ନାହାଁନ୍ତି ଅର୍ଥାତ୍ ସେମାନେ ବିଳମ୍ବ ରେ କଥା କହୁଛନ୍ତି। ଏବଂ ସେମାନଙ୍କର ମସ୍ତିଷ୍କ ର ମଧ୍ୟ ବିକାଶ ଘଟି ପାରୁ ନାହିଁ।
କେବଳ ସେତିକି ନୁହେଁ ଆଜ୍ଞା ପିଲାଟି ପରିବାର ଲୋକ ମାନଙ୍କ ଠାରୁ ଅଧିକା କାର୍ଟୁନ୍ ଚରିତ୍ର ସହ ଅଧିକା ସମ୍ପର୍କ ରଖୁଛି। ଫଳରେ ଶିଶୁ ମାନଙ୍କର ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ସଙ୍କଟରେ ପଡ଼ିବାରେ ଲାଗିଛି।
ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି କି ଖାଇବା ସମୟରେ ମାଆ ଓ ବାପା ମାନେ ପିଲା ମାନଙ୍କୁ ଯେଉଁ ମୋବାଇଲ ଧରାଇ ଦିଅନ୍ତି ତାହା ଦ୍ଵାରା ପିଲା ମାନେ ଖାଇବାର ସ୍ଵାଦ ଜାଣି ପାରନ୍ତି ନାହିଁ।
ଏବଂ ତାଙ୍କ ଖାଇବାର ଆଗ୍ରହ ମଧ୍ୟ କମିଯାଇ ଥାଏ। କିଛି ଦିନ ପରେ ମଧ୍ୟ ପିଲା ମାନେ ଖାଇବା ବନ୍ଦ କରି ଦେଇ ଥାଆନ୍ତି।
ମୋବାଇଲ ବ୍ୟବହାର କରିବା ଦ୍ବାରା ପିଲା ମାନଙ୍କର କଥା ବାର୍ତ୍ତା କମି ଯାଇଥାଏ ଏବଂ ସେମାନେ ରୁମ୍ ରେ ଚୁପ୍ ଚାପ୍ ରହିବାକୁ ବେଶ ପଶନ୍ଦ କରନ୍ତି। କାହା ସହ ମିଶିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଏହି ମୋବାଇଲ ଏବେ ପିଲାଙ୍କ ଉପରେ ଅନେକ କୁପ୍ରଭାବ ପକାଉଛି।ଯାହାକି ଆପଣ ଏହି ଭିଡ଼ିଓ କୁ ଦେଖିଲେ ଜାଣି ପାରିବେ।