ରାଜନୀତି

ନର୍ଲା ନିର୍ବାଚନମଣ୍ଡଳୀ ପାଲଟିଛି ରାଜନୈତିକ ହଟ୍‌ସ୍ପଟ୍‌ – Utkal Mail


ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ: ଭୂପିନ୍ଦର

କେସିଙ୍ଗା: ନର୍ଲା ନିର୍ବାଚନମଣ୍ଡଳୀକୁ ନେଇ ବର୍ତ୍ତମାନ ବହୁ ବାଦାନୁବାଦ ଚାଲିଛି। ଏଭଳି ସମୟରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଆସନରୁ ଲଢ଼ିବା ପାଇଁ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ କହିବା ରାଜନୈତିକ ଚର୍ଚ୍ଚାକୁ ସରଗରମ କରିଛି। ଭୂପିନ୍ଦର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରି ମାଷ୍ଟରଷ୍ଟ୍ରୋକ୍‌ ଖେଳିଛନ୍ତି। ଏହାକୁ ନେଇ ସେ କିଛି ଗଣମାଧ୍ୟମରେ ନିଜର ମତ ରଖିଛନ୍ତି। ଶୁକ୍ରବାର ଏହି ନିର୍ବାଚନମଣ୍ଡଳୀ ଜୋରାଡୋବ୍ରା ଶାନ୍ତିବନରେ କୋଣଠେସା କର୍ମୀଙ୍କ ବନ୍ଧୁମିଳନ ନାଁରେ ସମାବେଶ ଅନୁଷ୍ଠିତ ହୋଇଥିଲା। ବିଜେଡି ଜିଲ୍ଲା ଉପ ସଭାପତି ଶାରଦା ପ୍ରସାଦ ସ୍ୱାଇଁ (ବାବୁଲି)ଙ୍କ ସପକ୍ଷରେ ଉପସ୍ଥିତ କର୍ମୀ ଟିକେଟ ଦେବା ପାଇଁ ଦୃଢ଼ ଦାବି କରିଥିଲେ। ଏହା ପରେ ବିଧାୟକ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନର୍ଲାରୁ ଛିଡ଼ାହେବାକୁ ଆମନ୍ତ୍ରଣ କରିଥିଲେ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ: ଭୂପିନ୍ଦର
ବିଜେଡିକୁ ଘାରିଲାଣି ହାରିବା ଭୟ: ବସନ୍ତ

ପ୍ରକାଶଯୋଗ୍ୟ ଯେ, ବିଜେଡି ହାଇକମାଣ୍ଡଙ୍କ ପକ୍ଷରୁ କିଛିମାସ ତଳେ ଏହି ନିର୍ବାଚନମଣ୍ଡଳୀରେ ଆଶାୟୀ କୌଣସି ସଂଗଠନ ନକରିବାକୁ ତାଗିଦ କରାଯାଇଥିଲା। ନିୟମ ଅନୁଯାୟୀ ବିଧାୟକ ଭୂପିନ୍ଦର ସିଂହ କେବଳ ଦଳୀୟ କାର୍ଯ୍ୟକ୍ରମ କରୁଥିଲେ। ମଝିରେ ପୁଣି କିଛି ଆଶାୟୀ ସଂଗଠନ କରିବା ନେଇ ହାଇକମାଣ୍ଡଙ୍କ ପାଖରେ ଖବର ପହଞ୍ଚିବା ପରେ ପୁଣି ତାଗିଦ ହୋଇଥିଲା। ବହୁ ଦିନରୁ ମୁଖ୍ୟମନ୍ତ୍ରୀ ଏଠୁ ଛିଡ଼ା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଶନିବାର ବିଧାୟକ ଭୂପିନ୍ଦରଙ୍କ ଏପରି ବୟାନ ପରେ ଏହା ଆହୁରି ଚର୍ଚ୍ଚା ହୋଇଛି। ଅନ୍ୟପଟେ ଗତ କିଛିଦିନ ହେଲା ଦଳ ପୁଣି ସବୁଜ ସଙ୍କେତ ଦେଇଥିବାରୁ ଆଶାୟୀ ସଂଗଠନ କରୁଥିବା ଦେଖାଯାଇଥିଲା। ତେବେ ବିଧାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ ତାଙ୍କ ସୁରକ୍ଷା ପାଇଁ କି ଆଶାୟୀଙ୍କୁ ଚେକ୍‌ମେଟ୍‌ ଦେବା ପାଇଁ ବୋଲି ଆଲୋଚନା ହେଉଛି। ବିଧାୟକ ଶ୍ରୀ ସିଂହ ଜିଲ୍ଲାରେ ଶିକ୍ଷାଠାରୁ ଆରମ୍ଭ କରି କୃଷି, ଜଳସେଚନରେ ବହୁତ ବିକାଶ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନର୍ଲାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କ ବୟାନରେ କହିଛନ୍ତି। ଏହା ଶୁଣିବା ପରେ ବିରୋଧୀ ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ, ନର୍ଲାରେ ବିଜେଡିକୁ ପରାଜୟ ଭୟ ଘାରିଲାଣି। ସେଥିପାଇଁ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଛିଡ଼ା କରାଉଛି। ମୁଖ୍ୟମନ୍ତ୍ରୀ ଲଢ଼ିଲେ ସବୁ ପ୍ରଶାସନିକ କଳ ତାଙ୍କ ପାଇଁ କାର୍ଯ୍ୟ କରିବ। ଜିଲ୍ଲାରେ କଣ ବିକାଶ ହୋଇଛି ଲୋକେ ଜାଣିଛନ୍ତି ବୋଲି ସେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button