ପୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ!

ନୂଆଦିଲ୍ଳୀ: ଫୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ । ଏହାର ପ୍ରଭାବ ଏତେ ଶକ୍ତିଶାଳୀ ଯେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଧ୍ବଂସ ହେବା ନେଇ ଆଶଙ୍କା ବଢିଛି । ଏପରି ଖବର ଦେଇଛନ୍ତି ବିଶ୍ବର କିଛି ଅନେକ ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସି । ଏ ସମ୍ପର୍କରେ ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସିଙ୍କ କହିବାନୁଯାୟୀ, ଆଜିକୁ ପାଖାପାଖି ୭ ବର୍ଷ ପରେ ମହାକାଶରୁ ପୃଥିବୀ ପ୍ରତି ଏକ ବଡ଼ ବିପଦ ଆସିବାର ସମ୍ଭାବନା ରହିଛି । ବିଶ୍ବରେ ଥିବା ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସିମାନେ ଏହି ବିପଦର ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ନାସା ହେଉ କି ଚୀନ୍; ଏହି ବିପଦକୁ ମୁକାବିଲା କରିବା ପାଇଁ ସୁରକ୍ଷାବଳଙ୍କୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।
କୁହାଯାଉଛି ୨୦୩୨ରେ ପୃଥିବୀକୁ ଧକ୍କା ଦେବ ଉଲକାପିଣ୍ଡ । ଏପର୍ଯ୍ୟନ୍ତ ଫୃଥିବୀରେ ଉଳକାପିଣ୍ଡ ପଡିବାର ବିପଦ କମ ଅଛି । କିନ୍ତୁ ଯଦି ଏହା ସତ ହୁଏ ତେବେ କ୍ଷତି ବହୁତ ହୋଇପାରେ । ଉଲକାପିଣ୍ଡ ଧକା ଦବାର ସୂଚନା ପ୍ରଥମେ କେଉଁଠାରୁ ସାମ୍ନାକୁ ଆସିଲା ? ଏହାର ବିପଦ କେତେ ସାଙ୍ଘାତକ ? ଯଦି ଉଲକାପିଣ୍ଡ ପୃଥିବୀ କୁ ଧକା ଦିଏ କେଉଁ କେଉଁ ଦେଶରେ ଏହା ବ୍ୟାପକ ଧ୍ବଂସଲିଳା ସୃଷ୍ଟି କରିବ ?
ୱାଇଆର୍୪ ଉଲକାପିଣ୍ଡର ପୂରା ନାମ ୨୦୨୪ରେ ରଖାଯାଇଥିଲା । ଏହି ଉଲକାପିଣ୍ଡକୁ ଅପୋଲୋ-ଟାଇମ୍ ଭାବେ ଚିହ୍ନଟ କରାଯାଇଥିଲା । ଯେତେବେଳ ଆଟଲାସ ଦ୍ବାରା ଏହି ଉଲକାପିଣ୍ଡକୁ ନେଇ ଚେତାବନୀ ଜାରି କରାଗଲା ସେତେବଳେ ସାରା ବିଶ୍ବର ଅନ୍ତରୀକ୍ଷ ଏଜେନ୍ସି ମାନଙ୍କରେ ହଇଚଇ ସୃଷ୍ଟି ହୋଇଥିଲା।



