ଦେଶ ବିଦେଶ

ଗୁରୁବାର ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ଗୁରୁବାର  ଅପରାହ୍ନ ୪.୩୦‌‌ରେ ଶପଥ ନେବେ। ଦଳୀୟ ସୂତ୍ରରୁ ଏହା ଜଣାପଡ଼ିଛି। କିନ୍ତୁ ବିଜେପି ଏଯାବତ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ କରିନାହିଁ।  ଶପଥ ଗ୍ରହଣ କାର୍ଯ୍ୟସ୍ଥଳ ଘୋଷଣା ହୋଇନଥିଲେ ସୁଦ୍ଧା ଜବାହରଲାଲ ନେହରୁ ଷ୍ଟାଡିୟମରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି। ସେହିପରି ୪୮ ନବ ନିର୍ବାଚିତ ବିଧାୟକ ବୁଧବାର  ବୈଠକ କରି ସେମାନଙ୍କ ନେତା ବାଛିବେ ବୋଲି କୁହାଯାଉଛି।  ଉଲ୍ଲେଖଯୋଗ୍ୟ, ବିଜେପି ଦୀର୍ଘ  ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି।  ଦଶନ୍ଧି ଧରି ଦିଲ୍ଲୀରେ ଶାସନ କରିଥିବା ଆପ୍ ଚଳିତ ନିର୍ବାଚନରେ ମାତ୍ର ୨୨ଟି ଆସନରେ ଜିତିଛି। ଅନ୍ୟପକ୍ଷେ କଂଗ୍ରେସ ଚଳିତ ନିର୍ବାଚନରେ ଖାତା ଖୋଲିପାରିନି। ମିଳିଥିବା ସୂଚନାନୁଯାୟୀ,  ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ ଉତ୍ସବ ନେଇ ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ସହ ବୈଠକ କରିପାରନ୍ତି।

ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ମଧ୍ୟ କିଛି ନାଁକୁ ନେଇ ଚର୍ଚ୍ଚା ହେଉଛି। ଆପ୍‌  ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପୂର୍ବତନ ସାଂସଦ ପରବେଶ ବର୍ମାଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସେହିପରି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ମଧ୍ୟ ଦୌଡ଼ରେ ଅଛନ୍ତି।  ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ତଥା ପ୍ରଥମ ଥର ସାଂସଦ ହୋଇଥିବା ବାଂସୁରୀ ସ୍ବରାଜ ବି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।  ସେହିପରି ଦିଲ୍ଲୀରେ ବିଜେପିର ବ୍ରାହ୍ମଣ ଚେହେରା ସତୀଶ ଉପାଧ୍ୟାୟଙ୍କୁ ବି ବିଜେପି ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button