ସ୍ୱାସ୍ଥ୍ୟ

ଜାଣନ୍ତୁ ବାଣ ଫୁଟାଇବା ବେଳେ ଆଖିରେ ଆଘାତ ଲାଗିଲେ କ’ଣ କରିବା ଉଚିତ ? – Utkal Mail


ଆମ ଦେଶରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳନ କରାଯାଏ । ଯେପରି ଦୁର୍ଗା ପୂଜା, କାଳୀ ପୂଜା, ରାମ ନବମୀ, ଦୀପାବଳି ଭଳି ଅନେକ ପୂଜା । ହେଲେ ଏତେ ସବୁ ପର୍ବ ମଧ୍ୟରେ ଦୀପାବଳି ଏକ ଭିନ୍ନ ପର୍ବ ଭାବେ ପାଳନ କରାଯାଏ । ତେବେ ଦୀପାବଳି ଖାସ୍‌ ଭାବେ ପୂରା ଦେଶରେ ଆଲୋକର ପର୍ବ ଭାବେ ପାଳନ କରାଯାଏ । ଏହି ପର୍ବରେ ଅନେକ ମିଠା, ରଙ୍ଗୋଲି, ଫ୍ୟାଶନ୍, ଦୀପ ସହ ବାଣ ମଧ୍ୟ ମଳିଥାଏ । ତେବେ ଏ ନେଇ ସାରା ଦେଶରେ ଲୋକମାନେ ନିଜ ଘରକୁ ସୁନ୍ଦର ଭାବେ ସଜାନ୍ତି।

କିନ୍ତୁ ଏହି ସମୟ ମଧ୍ୟରେ ଆମକୁ ମନେ ରଖିବାକୁ ହେବ ଯେ ଯେତେବେଳେ ଆମେ ବାଣ ଫଟାଉଛୁ, ସେତେବେଳେ ଆମକୁ ସତର୍କ ରହିବାକୁ ପଡିବ। ଯେମିତି ବାଣ ଯୋଗୁ ଆମ ଆଖି କିମ୍ବା କୌଣସି ପ୍ରକାରର ଅଙ୍ଗ କ୍ଷତିଗ୍ରସ୍ତ ନହୁଏ । ଦୀପାବଳି ସମୟରେ ଏପରି ଅନେକ ଘଟଣା ଘଟିଥାଏ, କି ବାଣ ଫୁଟାଇବା ସମୟରେ ଅଧିକାଂଶ ଲୋକଙ୍କ ଆଖିରେ ଆଘାତ ଲାଗିଥାଏ । ତେବେ ଏହି ଦୀପାବଳି ଆମେ ଆପଣମାନଙ୍କ ପାଇଁ ଏକ ଖାସ ଟିପ୍ସ ଆଣିଛୁ ଯାହା ମାଧ୍ୟମରେ ଆପଣ ବାଣ ଫୁଟାଇବା ସମୟରେ ଆଖିକୁ ସୁରକ୍ଷିତ ରଖିପାରିବେ । ଯଦି ଦୀପାବଳିରେ ବାଣ ଫୁଟାଇବା ସମୟରେ ଆପଣଙ୍କ ଆଖିରେ ଆଘାତ ଲାଗୁଛି, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ପ୍ରତିକାର ଦ୍ୱାରା ନିଜ ଆଖିକୁ ସୁରକ୍ଷିତ ରଖନ୍ତୁ ।

କିପରି ନିଜ ଆଖିକୁ ସୁରକ୍ଷିତ ରଖିବେ :
ଇକୋ-ଫ୍ରେଣ୍ଡଲି ବାଣ ବାଛିବା, ଆଖିର ପ୍ରତିରକ୍ଷା ଚଷମା ପିନ୍ଧିବା, ସୁରକ୍ଷିତ ଭାବେ ଦୂରତା ରଖିବା ଏବଂ ପିଲାମାନଙ୍କୁ ବାଣର ଅତି ନିକଟରୁ ଯିବାକୁ ଦେବା ନାହିଁ । ତେବେ ଏହିଭଳି ଆଖି ସମ୍ବନ୍ଧୀୟ ଦୁର୍ଘଟଣାରୁ ବଞ୍ଚି ପାରିବେ ।

ବାରୁଦ ଆଖିରେ ଲାଗି ଗଲେ :
ଯଦି ଆପଣ ଦୀପାବଳିରେ ବାଣ ଯୋଗୁ ଆହତ ହେଉଛନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ସେହି ସମୟରେ ଶାନ୍ତ ରହିବା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଅଧିକ ଡରିବା କାରଣରୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ।

ଆଖିକୁ ମକଚନ୍ତୁ ନାହିଁ :
ଆଘାତ ଲାଗିଥିବା ଆଖିକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ କିମ୍ବା ଘଷନ୍ତୁ ବା ମକଚନ୍ତୁ ନାହିଁ । କାରଣ ବାରମ୍ବାର ସ୍ପର୍ଶ କରିବା ଦ୍ୱାରା ଆଖିର ଅବସ୍ଥା ଅଧିକ ଖରାପ ହୋଇପାରେ ।

ଥଣ୍ଡା ଏବଂ ପରିଷ୍କାର ପାଣିରେ ଆଖିକୁ ଧୁଅନ୍ତୁ :
ଯଦି ଆଖିରେ କୌଣସି ବାହାର ଧୁଳି କିମ୍ବା ମଇଳା ଦେଖାଯାଏ, ତେବେ ଏହାକୁ ସଫା ପାଣିରେ ଧୀରେ ଧୀରେ ଧୋଇ ଦିଅନ୍ତୁ । ସେହି ସମୟରେ ଟ୍ୟାପ୍ ପାଣି ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହି ପାଣିରେ ମଇଳା ରହିପାରେ ଯାହା ଦ୍ୱାରା ଆଖି ଅଧିକ କ୍ଷତିଗ୍ରସ୍ତ ହୋଇପାରେ ।

ଆଘାତ ହୋଇଥିବା ଆଖିକୁ କଭର କରିନିଅନ୍ତୁ :
ଆଘାତ ଲାଗିଥିବା ଆଖିକୁ ସଠିକ୍ ଭାବରେ ଘୋଡାଇ ଦିଅନ୍ତୁ । ଯାହାଦ୍ୱାରା ଏହା ଅଧିକ ଖରାପ ହେବ ନାହିଁ ଏବଂ ଠିକ୍‌ ରହିବ ।

ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ :
ଆଘାତ ଲାଗିବା ମାତ୍ରେ ତୁରନ୍ତ ଚିକିତ୍ସା କରିବା ଉଚିତ । ଏପରି କି ଯଦି ସାମାନ୍ୟ ଆଘାତ ଲାଗୁଛି, ତାହେଲେ ସେହି ସମୟରେ ଚିକିତ୍ସା କରନ୍ତୁ, ନଚେତ ଦୃଷ୍ଟି ଶକ୍ତି ଉପରେ ଖରାପ ପ୍ରଭାବ ପଡିପାରେ । ସେହି ସମୟରେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ, ଯେ ଆଖିରେ ଆଘାତ ଲାଗିଲେ କଣ କରିବେ ନାହିଁ ।

ଆଘାତକୁ ଅଣଦେଖା କରନ୍ତୁ ନାହିଁ :
ଆଖି ଆଘାତକୁ ଅଣଦେଖା କରନ୍ତୁ ନାହିଁ । ସେହି ସମୟରେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ ଯାହ ଦ୍ୱାରା ଆଖିରେ କିଛି କ୍ଷତି ହେବ ନାହିଁ ।

ନିଜର ଭଲ ଭାବେ ଚିକିତ୍ସା କରନ୍ତୁ :
ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ମେଡିସିନ୍‌ ବ୍ୟବହାର କରନ୍ତୁ ନାହିଁ । ସେହି ମେଡିସିନ୍‌ ଗୁଡିକ ବେଳେବେଳେ ପରିସ୍ଥିତିକୁ ଆହୁରି ଖରାପ କରିପାରେ । ଯଦି କିଛି ଜିନିଷ ଆଖିରେ ପ୍ରବେଶ କରିଛି ବାହାରକୁ ବାହାରୁ ନାହିଁ, ତେବେ ଏହାକୁ ନିଜେ ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ଦ୍ୱାରା ଆହୁରି ଅଧିକ କ୍ଷତି ହୋଇପାରେ । ସେହି ସମୟରେ ନ ଡରି ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଅନ୍ତୁ ଏବଂ ଚିକିତ୍ସା କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ଆଖି ଠିକ୍‌ ରହିବ ଏବଂ କିଛି କ୍ଷତି ମଧ୍ୟ ହେବ ନାହିଁ ।


Related Articles

Leave a Reply

Your email address will not be published. Required fields are marked *

Back to top button