ସାବିତ୍ରୀ ବ୍ରତ ର କିଛି ନିୟମ… କେଉଁ ରଙ୍ଗର ବ୍ରତ ପିନ୍ଧିବେ? କେଉଁ ହାତରେ ପିନ୍ଧିବେ?

ବନ୍ଧୁଗଣ ସାବିତ୍ରୀ ବ୍ରତ ୩ ଦିନ ଧରି ପାଳନ କରାଯାଏ । ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀ ମାନେ ନିଜ ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇଁ ପୂଜା କରିଥାନ୍ତି ଆଉ ଉପବାସ କରିଥାନ୍ତି । ଚଳିତ ବର୍ଷ ମେ ୧୯ ତାରିଖ ଶୁକ୍ରବାର ଦିନ ପଡୁଛି । ସାବିତ୍ରୀ ବ୍ରତ ହେଉଛି ଓଡିଆ ଲୋକ ମାନଙ୍କର ବଡ ପର୍ବ । ଯାହାକୁ ପ୍ରତି ବର୍ଷ ସଧବା ନାରୀ ମାନେ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ସାବିତ୍ରୀ ବ୍ରତ ର କିଛି ନିୟମ ବିଷୟରେ ବିସ୍ତାର ଭାବେ ।
ପ୍ରତେକ ବର୍ଷ ସାବିତ୍ରୀ ବ୍ରତ ସଧବା ନାରୀ ମାନେ ନିଜ ସ୍ବାମୀଙ୍କ ଆୟୁଷ ବୃଦ୍ଧି କରିବାକୁ ଓ ତାଙ୍କର ମଙ୍ଗଳ କାମନା କରି କରିଥାନ୍ତି । ଏହି ପୂଜା କୁ ନିଷ୍ଠାର ସହ କରିଲେ ଶୁଭ ଫଳ ମିଳିଥାଏ । ଏହି ଦିନ ଉପବାସ ରହିବା ସହ ମା ସାବିତ୍ରୀ ଙ୍କର ନିଷ୍ଠା ଭାବେ ପୂଜା କରିଲେ ମା ପ୍ରସନ୍ନ ହୋଇଥାନ୍ତି । ଗର୍ଭବତୀ ମହିଳା ମାନେ ସାବିତ୍ରୀ ବ୍ରତରେ ବ୍ରତ କରିବା ସହ ବ୍ରତ ଧାରଣ କରିପାରିବେ ।
କିନ୍ତୁ ଗର୍ଭବତୀ ମହିଳା ଏହି ଦିନ ଉପବାସ କରିବା ଅନୁଚିତ । ଏହି ଦିନ ବିନା ପିଆଜ, ରସୁଣ, ଆମିଷ ଖାଇବା ଅନୁଚିତ । ଏହି ଦିନ ଦହି, ଛେନା, ଭୋଗ ଖାଇ ପାରିବେ । ସାବିତ୍ରୀ ବ୍ରତ ଦିନ ସାବିତ୍ରୀ ବ୍ରତ ପ୍ରତେକ ମହିଳା ମାନେ ଧାରଣ କରିଥାନ୍ତି । ବ୍ରତ ରେ ୭ଟି ଗଣ୍ଠି ପଡିଥାଏ ଯାହାକୁ ନାରୀ ମାନେ ଧାରଣ କରିଥାନ୍ତି । ବ୍ରତକୁ ହଳଦୀ ରେ ବୁଡାଇ ବା ହଳଦିଆ ରଙ୍ଗର ବ୍ରତ ଧାରଣ କରିବା ଉଚିତ ।
ନାଲି ରଙ୍ଗର ବ୍ରତ ମଧ୍ୟ ପୂଜା କରି ହେବ । କଥା ଅନୁଯାୟୀ ସତ୍ୟବାନ ଙ୍କ ସ୍ତ୍ରୀ ମା ସାବିତ୍ରୀ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ବ୍ରତ କରିଥିଲେ । ସେ ବ୍ରତରେ ୭ଟି ଗଣ୍ଠି ପକାଇ ଥିଲେ । ସଧବା ନାରୀ ମାନେ ଚୁଡି ପିନ୍ଧୁ ଥିବା ଜାଗା ରେ ପିନ୍ଧିବା ଅନୁଚିତ । ବ୍ରତ କୁ ସବୁବେଳେ ବାହୁ ରେ ପିନ୍ଧିବା ଉଚିତ ନାରୀ ମାନେ । ସାବିତ୍ରୀ ବ୍ରତ ପୂଜା ସାରିବା ପରେ ତା ପର ଦିନ ବ୍ରତ ଓଲହାଇ ପାରିବେ ।
ସେହି ବ୍ରତକୁ ଜଳ ବା ମାଟି ରେ ବିସର୍ଜନ କରି ପାରିବେ । ଏହି ଦିନ ସାତ୍ଵିକ ଆହାର ଖାଇବା ଉଚିତ । ଗର୍ଭବତୀ ମହିଳା ମାନେ ଏହି ଦିନ ଉପବାସ ନ ରହି ପୁରୀ, ପରଟା ଆଦି ଖାଇ ପାରିବେ । ଏହି ଦିନ ନାଲି ଓ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ । ଏହା ମା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।