ନୀତି

Vastu Tips – ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ, ମା ଲକ୍ଷ୍ମୀ ଘରକୁ ଆସିବାର ସଙ୍କେତ

ବର୍ତ୍ତମାନ ସମୟ ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଧନ । ବିନା ଧନ ରେ ଏଠି କେହି କାହାର ନୁହଁନ୍ତୁ । ଯାହା ପାଖେ ଧନ ଥାଏ ତାହା ପାଖେ ସବୁ ସୁବିଧା ମାନ ରହି ଥାଏ । ତେବେ କଥା ରେ ଅଛି ଧନ ରେ ସମ୍ପର୍କ ବା ଖୁସି କେବେବି କିଣି ହୋଇ ନ ଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ଭଲ ଜୀବନ ଯାପନ ପାଇଁ ଧନ ହିଁ ଆବଶ୍ୟକ । ତେବେ ଆମ ହିନ୍ଦୁ ଧର୍ମ ରେ ଧନ ର ଦେବୀ ବୋଲି ମାତା ଲଷ୍ମୀଙ୍କୁ କୁହାଯାଏ ।

ଭଗବାନ ବା ଦେବାଦେବୀ ଯେତେ ବେଳେ ବି ଆମ ଉପରେ ପ୍ରସନ୍ନ ବା କ୍ରୋଧ କରିଥାନ୍ତି ଏହା ର ଆଗରୁ ସେମାନେ ଆମ କୁ କୌଣସି ସଙ୍କେତ ମାଧ୍ୟମ ରେ ଜଣାଇ ଥାନ୍ତି । ତେବେ କିଛି ସଙ୍କେତ ଏପରି ଅଛି ଯାହା ଆପଣଙ୍କୁ ମିଳିବା ଦ୍ୱାରା ଆପଣ ଜାଣି ଯିବେ ଯେ ଆପଣଙ୍କ ଘରକୁ ମା ଲଷ୍ମୀଙ୍କ ଆଗମନ ହେବାର ଅଛି ।

ତେବେ ଏହି ସଙ୍କେତ ଗୁଡିକ ସମ୍ପର୍କରେ ଆଜି ଆମେ ଆପଣଂକୁ ଜଣାଇବୁ । ତେବେ ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଦେଖା ଯାଏ ତେବେ ଏହା କୁ ଆପଣ ନଷ୍ଟ କରନ୍ତୁ ନାହିଁ । କାରଣ ଶାସ୍ତ୍ର ରେ କଳା ପିମ୍ପୁଡି କୁ ମା ଲଷ୍ମୀଙ୍କର ପ୍ରତୀକ କୁହା ଯାଏ ।

ତେଣୁ ଏହାର ଆଗମନ ଆପଣଙ୍କ ଘରକୁ ଧନ ଆସିବାର ସଙ୍କେତ ଦେଇ ଥାଏ । ତେଣୁ କଳା ପିମ୍ପୁଡି ଦେଖିବା ମାତ୍ରେ ଆପଣ ସେଥିରେ କୁଂକୁମ ଓ ସିନ୍ଦୁର ପକାଇ ଦିଅନ୍ତୁ । ଯଦି ଆପଣଙ୍କ ଘରେ ଝିଟିପିଟି ଦେଖା ଦେଇ ଥାଏ ତେବେ ଜାଣିବେ ମା ଲଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

କାରଣ ଶାସ୍ତ୍ର ରେ ଝିଟିପିଟି କୁ ମା ଲଷ୍ମୀଙ୍କର ଆଗମନ ର ପ୍ରତୀକ କୁହାଯାଏ । ତେବେ ଯଦି ଦୀପାବଳି ଦିନ ଚଉରା ମୂଳରେ ଝିଟିପିଟି ଦେଖା ଦିଏ ତେବେ ଏହା ଅନେକ ଶୁଭ ହୋଇ ଥାଏ । ଭବିଷ୍ୟତରେ ଆସିବା ଧନ ର ସୂଚନା ଦେଇ ଥାଏ।

ସକାଳେ ବା ସନ୍ଧ୍ୟା ରେ ଯଦି ଆପଣଙ୍କୁ’ ସର୍ବଦା ଶଙ୍ଖ ର ଧ୍ଵନି ସୁଭି ଥାଏ ତେବେ ଆପଣ ଜାଣିବେ କି ଆପଣଙ୍କ ର ଆଗକୁ ଧନ ଲାଭ ର ଯୋଗ ରହି ଅଛି । କୌଣସି ପକ୍ଷୀ ଯଦି ଆପଣଙ୍କ ଘରେ ଆସି ବସା ବାନ୍ଧି ରହିଥାଏ ତେବେ ତାହାକୁ ଭାଙ୍ଗି ଦିଅନ୍ତୁ ନାହିଁ । ଏହା ଆପଣଙ୍କ ଘରକୁ ମାତା ଲଷ୍ମୀଙ୍କ ଆଗମନର ସୂଚନା ଦେଇ ଥାଏ । ଯଦି ପେଚା ଦେଖନ୍ତି ତେବେ ଏହା ଅନେକ ଶୁଭ ହୋଇଥାଏ । କିନ୍ତୁ କାଉ ବା ଶାଗୁଣା ର ଆଗମନ ଅଶୁଭ ହୋଇ ଥାଏ । ଯଦି ଆପଣଙ୍କ ର ଡାହାଣ ହାତ କୁଣ୍ଡାଇ ହୋଉ ଥାଏ ତେବେ ଏହା ଆଗକୁ ଆପଣଙ୍କ ହାତକୁ ଧନ ଆସିବାର ସୂଚନା ଦେଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button