ବିଚାର

ଜାଣନ୍ତୁ ହନୁମାନ ଚାଳିଶା ପାଠ କରିବାର ସମ୍ପୂର୍ଣ୍ଣ ନିୟମ , ଦୂର ହେବ ସମସ୍ତ ଦୁଃଖ ଏବଂ ପୂରଣ ହେବ ମନସ୍କାମନା :-

ହିନ୍ଦୁ ଧର୍ମରେ ଦେବଦେବୀଙ୍କୁ ପୂଜା କରିବାର ଏକ ବିଶେଷ ନିୟମ ରହିଛି । ତେବେ ହିନ୍ଦୁ ଧର୍ମ ଅନୁଯାୟୀ ହନୁମାନଙ୍କୁ ପୂଜା କରିବାର ବାର ହେଉଛି ମଙ୍ଗଳବାର ଏବଂ ଶନିବାର ।ଯଦି ଏହି ଦିନ ମନୁଷ୍ୟ ହନୁମାନଙ୍କୁ ପୂଜା କରି ଉଚିତ ନିୟମରେ ହନୁମାନ ଚାଳିଶା ପାଠ କରେ ତେବେ ହନୁମାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ହନୁମାନ ଚାଳିଶାକୁ ନିୟମିତ ପାଠ କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୁଅନ୍ତି ଏବଂ ନିଜ ଭକ୍ତମାନଙ୍କୁ ଆଶୀର୍ବାଦ ମଧ୍ୟ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ମଙ୍ଗଳବାର ଦିନ ହନୁମାନ ଚଲିସା ପାଠ କରିବା ସମୟରେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବୁ ।

ଲୋକମାନେ ନିଜ ନିଜର ସଂକଳ୍ପ ଅନୁଯାୟୀ ହନୁମାନ ଚାଳିଶା ପାଠ କରିଥାନ୍ତି । ତେବେ ତାହାକୁ କିଛି ଲୋକ ନିୟମିତ ପାଠ କରୁଥିବା ବେଳେ , ଆଉ କିଛି ଲୋକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚଲିସା ପାଠ କରିବାକୁ ପସନ୍ଦ କରନ୍ତି । ଏପରି ବିଶ୍ୱାସ କରାଯାଏ ଯେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କେବଳ ମାନସିକ ଶାନ୍ତି ନୁହେଁ ବରଂ ସବୁ ପ୍ରକାରର ସଙ୍କଟ ମଧ୍ୟ ଦୂର ହୋଇଥାଏ । ତେବେ ସେଥିପାଇଁ ସମ୍ପୂର୍ଣ୍ଣ ନିୟମକୁ ଜାଣି ରଖିବା ଉଚିତ ।

ହନୁମାନ ଚଲିସା ପାଠ କରିବାର ନିୟମ ।

୧ . ହନୁମାନ ଚାଳିଶା ପାଠ ସମୟରେ ମନ ସମ୍ପୂର୍ଣ୍ଣ ଶାନ୍ତ ରହିବା ଉଚିତ୍ । ସେହି ସମୟ ମଧ୍ୟରେ ମନରେ କେବଳ ହନୁମାନଙ୍କ ପାଦକୁ ସ୍ମରଣ କରିବା ଉଚିତ ।

୨ . ହନୁମାନ ଚାଳିଶା କରିବା ସମୟରେ ସେହି ସ୍ଥାନ ପରିଷ୍କାର ରହିବା ଉଚିତ୍ । ଏମିତିକି ବସିବା ସ୍ଥାନକୁ ମଧ୍ୟ ସଫା ଏବଂ ପବିତ୍ର କରିବା ଉଚିତ ।

୩ . ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହନୁମାନ ଚାଳିଶାପାଠ ଗୋଟିଏ ସ୍ଥାନରେ ବସି କରାଯାଇଥାଏ । ମନ୍ଦିର , ଘର କିମ୍ବା କୌଣସି ତୀର୍ଥସ୍ଥାନରେ ହନୁମାନ ଚାଳିଶା ପାଠ କରାଯାଇପାରେ ।

୪ . ଏପରି ନିୟମ ରହିଛି ଯେ ହନୁମାନ ସବୁଦିନ ଏକ ନିର୍ଦ୍ଦିଷ୍ଟ ସମୟରେ କରାଯିବା ଉଚିତ୍ । ତେବେ ତାହା ସକାଳ ହେଉ କିମ୍ବା ସନ୍ଧ୍ୟା ।

୫ . ହନୁମାନ ଚାଳିଶା ପାଠ ସମୟରେ ନାଲି ରଙ୍ଗର ଫୁଲର ବ୍ୟବହାର କରାଯିବା ଉଚିତ ।

୬ . ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ହନୁମାନ ଚାଳିଶା ପାଠ ଆରମ୍ଭ କରିବା ପୂର୍ବରୁ ଏକ ଦୀପ ନିଶ୍ଚିତ ଜଳାନ୍ତୁ । ଦୀପର ବତୀ ମଧ୍ୟ ନାଲି ସୂତାରେ ହେବା ଉଚିତ୍ । ଏହାବ୍ୟତୀତ ଦୀପ ଶୁଦ୍ଧ ଘିଅରେ ଜଳାନ୍ତୁ ।

୭ . ହନୁମାନ ଚାଳିଶା ପାଠ କରିବା ସମାପ୍ତ ହେବା ପରେ, ବଜରଙ୍ଗବାଲିକୁ ଗୁଡ଼ ଏବଂ ଚଣା ଭୋଗ ଅର୍ପଣ କରନ୍ତୁ । ଏହା ବ୍ୟତୀତ କେଶର ବୁନ୍ଦୀ ,ବେସନ ଲଡୁ , ଚୁର୍ମା ଇତ୍ୟାଦି ମଧ୍ୟ ଭୋଗ ଲଗା ଯାଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button