ଜୀବନଶୈଳୀ

ପଟି ପତ୍ନୀଙ୍କ ସମ୍ପର୍କରେ ଏହି ୫ଟି କଥା ପ୍ରତି ଧ୍ୟାନ ରଖିବା ଉଚିତ, ସମ୍ପର୍କ ଗଭୀର ହୋଇଥାଏ

ପ୍ରାୟତଃ ଆମେ ରିଲେସନଶିପ ରେ ବହୁତ କଥା ଭୁଲି ଯାଇଥାଉ ଓ ଏହା ପରେ ସମ୍ପର୍କ ଖରାପ ହୋଇଥାଏ, ଦୁହିଁଙ୍କ ମନରେ ଦୁହିଙ୍କ ପାଇଁ କିଛି ଖରାପ ଆସିଥାଏ ତେବେ ସମ୍ପର୍କ ଖରାପ ହୋଇଥାଏ । ସାଥି ଝଗଡା କରିବା ଆରମ୍ଭ କରନ୍ତି କେହି କାହାକୁ ପସନ୍ଦ କରନ୍ତି ନାହିଁ, ଧୀରେ ଧୀରେ କଥା ଏତେ ବଢି ଯାଇଥାଏ ଯେ ତାଙ୍କ ମଝିରେ ସବୁକିଛି ଖରାପ ହବାକୁ ଲାଗିଯାଏ, ସମ୍ପର୍କ ଭଲ ରଖିବା ପାଇଁ କିଛି କଥା ବହୁତ ମହତ୍ଵପୂର୍ଣ ହୋଇଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ଆହୁରି ଗଭୀର ହୋଇବ ଏବଂ ଯାହାର ଖରାପ ହେଇଛି ସେ ମଧ୍ୟ ନିଜ ସମ୍ପର୍କ ଭଲ କରି ପାରିବେ ।

କଥା ବାର୍ତ୍ତା :

ଯଦି ଆପଙ୍କ ସାଥି ଏବଂ ଆପଣଙ୍କ ମଧ୍ୟରେ କିଛି ଅସୁବିଧା ଚାଲିଛି ତେବେ ଏହାର ଏକମାତ୍ର ଉପାୟ କଥା ଅଟେ ଆପଣ ଦୁହେଁ ବସି କଥା ହୁଅନ୍ତୁ ଅଧା ଜିନିଷ ଆପେ ଆପେ ଭଲ ହୋଇଯିବ । ଦୁହେଁ କଥା ହେଲା ବେଳେ ଦୁହିଙ୍କ ଭାବନା ବୁଝିବା ପାଇଁ ଚେଷ୍ଟା କରନ୍ତୁ ଆପଣଙ୍କ ସମ୍ପର୍କ ଭଲ ହୋଇଯିବ ।

ଭାବନା ବୁଝନ୍ତୁ :

ଯଦି ଆପଣଙ୍କ ସାଥି ଆପଣଙ୍କ ପାଇଁ କିଛି କରୁଛନ୍ତି ତେବେ ଏହାକୁ ବୁଝନ୍ତୁ ଏବଂ ତାଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ମଧ୍ୟରେ ଭଲ ପାଇବା ବଢିବାକୁ ଲାଗିବ, ଯଦି ଆପଣଙ୍କ ସାଥି ଆପଣଙ୍କୁ ଭଲ ପାଇବା ଦବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ତାଙ୍କ ଭାବନା ସମ୍ମାନ କରିବା ଉଚିତ ।

ଦୁହେଁ ଦୁହିଙ୍କୁ ସମ୍ମାନ ଦିଅନ୍ତୁ :

ବିନା ସମ୍ମାନ କୌଣସି ସମ୍ପର୍କ ଚାଲି ପାରିବ ନାହିଁ, ସମ୍ପର୍କ ରେ ଦୁହିଙ୍କୁ ଦୁହିଙ୍କ ଭାବନା ଏବଂ ସବୁ ଜିନିଷ ସମ୍ମାନ କରିବା ଉଚିତ ଅଟେ ସେଥିପାଇଁ ସମ୍ମାନ ଦିଅନ୍ତୁ ଆପଣଙ୍କୁ ମଧ୍ୟ ସମ୍ମାନ ପ୍ରାପ୍ତ ହବ ।

ଭୁଲ କଲେ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ :

ଯଦି ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇଛି ତେବେ କିଛି ନ ଭାବି ନିଜ ଭୁଲ ସ୍ଵୀକାର କରନ୍ତୁ ଏହା ଦ୍ଵାରା ଝଗଡା ସମାପ୍ତ ହୋଇଥାଏ ଏବଂ ଆପଣଙ୍କ ସମ୍ପର୍କ ଗଭୀର ହୋଇଥାଏ, ପ୍ରାୟତଃ ଲୋକ ଭୁଲ କଲା ପରେ ମଧ୍ୟ ସ୍ଵୀକାର କରନ୍ତି ନାହିଁ ଓ ଅହଂକାର କରନ୍ତି ଯାହା ଫଳରେ ସମ୍ପର୍କ ଖରାପ ହୋଇଥାଏ । ତେବେ ଆପଣ ଏହି ଭୁଲ କରନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button