ଜୀବନଶୈଳୀ

ସଚ୍ଚା ପ୍ରେମ କରୁଥିବା ସାଥି ବିଷୟରେ ଜାଣନ୍ତୁ କିଛି ଖାସ କଥା, ଏଇଠି ପଢନ୍ତୁ

ଆଜିକାଲି ଦୁନିଆ ରେ ସମସ୍ତଙ୍କ ପାଖରେ ଟଙ୍କା, ପଇସା, ଚାକିରି ସବୁ ଅଛି ହେଲେ ମଣିଷ ପୁଣି ବି କିଛି ନା କିଛି ଜିନିଷ ର ଅଭାବ ଅନୁଭବ କରନ୍ତି ଓ ତା ହେଲା ଭଲପାଇବା, ପ୍ରେମ । ସତ ପ୍ରେମ ଭାଗ୍ୟରେ ଥିଲେ କଷ୍ଟ ରେ ମିଳେ । ଏମିତି ରେ ଦେଖାଗଲେ ସବୁ ମଣିଷ ର ଜୀବନ ରେ ସମୟ ସହ କୌଣସି ନା କୌଣସି ମଣିଷ ଆସି ଯାଇଥାଏ ।

ଯାହାକୁ ଆମେ ବହୁତ ମହତ୍ତ୍ବ ଦେଇଥାଉ ଏମିତି କହିବା ଯେ, ସେ ମଣିଷଆ ଆମର ଜୀବନ ର ଏକ ବହୁତ ମୂଲ୍ୟବାନ ଅଂଶ ହୋଇଯାଏ, ଯାହାକୁ ଆମେ ପ୍ରଥମେ ବନ୍ଧୁ, ପରେ ଗାର୍ଲଫ୍ରେଣ୍ଡ୍ ଓ ପୁଣି ଜୀବନସାଥି ର ନାମରେ ଜାଣିଥାଉ ।

ହେଲେ ସବୁଠୁ ବେଶୀ ମହତ୍ତ୍ବପୂର୍ଣ୍ଣ ଯେ କି କ’ଣ ଆପଣଙ୍କ ସାଥୀ ଆପଣଙ୍କ ପାଇଁ ସଂପୂର୍ଣ୍ଣ ରୂପେ ସମର୍ପିତ, ଆଉ ସେ କି ଆପଣଙ୍କୁ ହୃଦୟରୁ ପ୍ରେମ କରୁଛନ୍ତି ନା କେବଳ ନିଜ ଆବଶ୍ୟକତା ପାଇଁ ଆପଣଙ୍କ ସାଥିରେ ରହିଛି ଏବଂ ସମୟ ଆସିଲେ ସେ ଆପଣଙ୍କଠୁ ଅଲଗା ହୋଇଯାଇପାରେ । ଯଦି ସତ ପ୍ରେମ କଥା କହିବା ଜାଣିରଖନ୍ତୁ ଏ ସାରା ସଂସାର ରେ ସମସ୍ତେ ନିଜ ଜୀବନ ରେ ଥରେ ହେଲେ ପ୍ରେମ କରିଥିବେ, ତାହା ସ୍କୁଲ କି କଲେଜରେ ହେଉ ବା ବିବାହ ପରେ ହେଉ । କେବେ କେବେ ତ ବିବାହ ପରେ କିଛି ଲୋକ ଙ୍କୁ ପ୍ରେମ ହୋଇଯାଇଥାଏ, ଯେମିତି କି ଆପଣ ଜାଣନ୍ତି ଯେ ପ୍ରେମ କରିବା ପାଇଁ କିଛି ବୟସ ସୀମା ନଥାଏ ।

ହେଲେ ବିବାହ ପରେ କାହାକୁ ଭଲପାଇବା ଠିକ୍ ହୋଇନଥାଏ । ପ୍ରେମ ଏକ ଅନୁଭବ ଅଟେ, ସହଜରେ ହୋଇଯାଏ ହେଲେ କେବେ କିଛି କଥା ଘଟିଲେ ଭୁଲିବାକୁ ବହୁତ ବର୍ଷ ଲାଗିଯାଏ । ଯଦି ଆପଣଙ୍କ ପ୍ରେମ ସତ ତାହେଲେ ସେ ଜୀବନସାରା ହୃଦୟ ରେ କୌଣସି ନା କୌଣସି କୋଣ ରେ ରହିଯାଏ । ସବୁ ସାଥୀ ମାନଙ୍କର ଡର ଥାଏ ତାଙ୍କ ସାଥୀ ତାଙ୍କ ପାଇଁ ଠିକ୍ ନା ତାଙ୍କୁ ଧୋକା ଦେଉଛି । କିନ୍ତୁ ଯଦି ଆପଣଙ୍କ ସାଥୀ ଆପଣଙ୍କୁ ସତ ପ୍ରେମ କରୁଥାଏ ତ ନିଶ୍ଚିତ ଭାବେ ତା ଭିତରେ କିଛି ଅଲଗା ଦେଖିବେ ଓ ଆଜି ଆମେ ସେଇ କଥା ଜାଣିବା ।

ଯଦି ଆପଣଙ୍କ ସାଥି ସକାଳୁ ଉଠି ଆଗ କଲ୍ କି ମେସେଜ କରିବ ତ ବୁଝି ନେବ ସେ ଆପଣଙ୍କୁ ହୃଦୟରୁ ପ୍ରେମ କରୁଛି । ଏହାପରେ ଯଦି ଆପଣଙ୍କ ପାଖରେ ସମୟ ନଥାଏ ମଧ୍ୟ ସେ କିଛି ସମୟ କଥା ହେଲେ ବି ରହିବ ବା ସବୁବେଳେ ନିଜ ସାଙ୍ଗ ଙ୍କ ଆଗରେ ତୁମ ପ୍ରଶଂସା କରୁଥିବ ତ ସେ ତୁମକୁ ମନ ଦେଇ ସତ ପ୍ରେମ କରୁଛି । ତେବେ ଦେଖିବେ ସେ ଆପଣଙ୍କୁ ସବୁବେଳେ ନିଜ ଠାରୁ ବି ଅଧିକ ଭରସା କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button