ଲିଭର, କିଡନି, ହାର୍ଟ: କେମିତି ରହିବ ସୁସ୍ଥ ?
ତେବେ ବନ୍ଧୁଗଣ ଆମେ ମାନେ ଜାଣିଛୁ କି ମଣିଷ ଶରୀର ତାହାର ବିଭିନ୍ନ ପ୍ରକାରର ଅଙ୍ଗ କୁ ନେଇକି ଗଠିତ ହୋଇଥାଏ | ଆଉ ସେହି ସବୁ ଅଙ୍ଗ କୁ ସୁରକ୍ଷିତ ରଖିବା ଓ ତାହାର ଭଲ ଭାବରେ ଯତ୍ନ ନେବାର ଦାୟିତ୍ୱ ମଧ୍ୟ ଆମ ମାନଙ୍କର ଥାଏ |ତେବେ ଆମର ବିଭିନ୍ନ ପ୍ରକାରର ଭୁଲ ଯୋଗୁଁ ଆମକୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ଆଉ ଯାହା ପାଇଁ ଆମେ ଅନେକ ସମୟରେ ଆସିବିଧାର ସମ୍ମୁଖୀନ ହୋଇଥାଉ | କେତେକ ସମୟରେ ରୋଗୀ ଏହି ସବୁ ଭୁଲ ଯୋଗୁଁ ମୃତ୍ୟୁ ମୁଖରେ ମଧ୍ୟ ପଡିଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଲିଭର, କିଡ଼ନୀ ଓ ହାର୍ଟ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇକି କେତେକ ଡାକ୍ତରୀ ଟିପ୍ସ ବିଷୟରେ ଜାଣିବା |
ଲିଭର ସମ୍ବଧୀୟ କେତେକ ତଥ୍ୟ :-
ଲିଭର ଆମ ଶରୀରରେ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ | ତେଣୁ ଲିଭର ର ଯତ୍ନ ନେବା ଆମର ନିହାତି ଆବଶ୍ୟକ ହୋଇଥାଏ | ତେବେ ଆମେ ଲିଭର ଜଣିତ ସମସ୍ୟା ରୁ ସୁରକ୍ଷା ପାଇବା ପାଇକି ଆମର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିବ | ତେଲିଆ ଖାଦ୍ୟ, ମସଲା ଯୁକ୍ତ ଖାଦ୍ୟ ଓ ଫାଷ୍ଟ ଫୁଡ କୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଦେବାକୁ ପଡିବ | ତାହା ଛଡା ନିୟମିତ ପନିପରିବା ଓ ଫଳ ମୂଳ କୁ ଖାଇବା ଦରକାର, ତାହା ସହିତ ମାଛ ଓ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଅଲକହଲ କୁ ସମ୍ପୂର୍ଣ୍ଣ ଭାବରେ ଵନ୍ଦ କରିଲେ ଆମେ ଆମର ଲିଭର ର ଯତ୍ନ ନେଇପାରିବା | ତାହା ସହିତ ରେଗୁଲାର ଏକସେସାଇଜ କରନ୍ତୁ |
ଆପଣଙ୍କର କିଡ଼ନୀ କୁ ସୁସ୍ଥ ରଖିବା ପାଇକି କଣ ସବୁ କରିବେ :-
ଆମ ଶରୀରରେ କିଡ଼ନୀ 2 ଟି ରହିଥାଏ ଗୋଟିଏ ଆଗରେ ଆଉ ଗୋଟିଏ ପଛ ପଟେ | ତେବେ ଏହି କିଡ଼ନୀ ଗୁଡିକ ଆମର ଶରୀରରେ ଫିଲଟର ଭଳି କାମ କରିଥାଏ | ଆମେ ଖାଉଥିବା ଖାଦ୍ୟ ର ରଙ୍ଗ, ଔଷଧ ର ରଙ୍ଗ ଓ ଅଦରକାରୀ ଖାଦ୍ୟକୁ ଛାଣିକି ଝାଡା, ମୂତ୍ର ଓ ଝାଳ ଆକାରରେ ଶରୀରରୁ ବାହାର କରିବାର କାର୍ଯ୍ୟ ଫିଲଟର କରିଥାଏ | ତେବେ ଆମେ ଆମର କିଡ଼ନୀ କୁ ସୁସ୍ଥ ରଖିବା ପାଇକି ଜଙ୍ଗ ଫୁଡ ନ ଖାଇକି ଫ୍ରେସ ଖାଇବା ଖାଇବା ଓ ଦିନକୁ 3-4 ଲିଟର ପାଣି ପିଇବା ଓ ନିୟମିତ ଏକସେସାଇଜ କରିବା | ତାହେଲେ ଯାଇ ଆମର କିଡ଼ନୀ ସୁସ୍ଥ ରହିବ |
ହାର୍ଟ ଜନିତ ସମସ୍ୟାରୁ ମୁକ୍ତି ପାଇବାର କଣ ସବୁ ଉପାୟ ରହିଛି :-
ହାର୍ଟ ଆମ ଶରୀରର ଗୋଟିଏ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ, ତେବେ ଆମର ଡେଲି ଲାଇଫ ଷ୍ଟାଇଲ ଓ ତାହା ସହିତ ଆମର ଖାଦ୍ୟ ଆଉ ପେୟ ର ଅସାବଧାନତା ଯୋଗୁଁ ଅନେକ ସମୟରେ ଆମେ ମନେ ହାର୍ଟ ଜନିତ ସମସ୍ୟା ରେ ପଡିଥାଉ | ତାହା ବ୍ୟତିତ ଅଧିକ ତେଲ ର ବ୍ୟବହାର, ଷ୍ଟ୍ରେସ ଅଧିକ ନେବା ଯୋଗୁଁ ଓ ଶାରୀରିକ କାର୍ଯ୍ୟ ନ କରିବା ଯୋଗୁଁ ଅନେକ ସମୟରେ କମ ବୟସରୁ ହାର୍ଟ ଆଟାକ ଭଳି ସମସ୍ୟା ଉପୁଜି ଥାଏ | ତେଣୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତେବେ ଏହା ଥିଲା ଲିଭର, କିଡ଼ନୀ ଓ ହାର୍ଟ ସମ୍ବଧୀୟ କିଛି ସୂଚନା ଯାହାକୁ ଜାଣି ରଖିବା ଭଲ ହୋଇଥାଏ |