କ୍ରାଇମ

ଛାତ୍ରୀ ମୃତ୍ୟୁ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର

ଡେସ୍କ: ସମ୍ପ୍ରତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ସମୟର ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି ଘଟଣାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀ ରାଜ୍ୟ ଭିତରୁ ହୁଅନ୍ତୁ କି ବାହାର ଦେଶରୁ, ସେମାନେ ଯେହେତୁ ଅତିଥି ଛାତ୍ରଛାତ୍ରୀ, ସେମାନଙ୍କ ସୁରକ୍ଷା ପ୍ରତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅଧିକ ଯତ୍ନବାନ ହେବାର ଆବଶ୍ୟକ ଥିଲା। ଶ୍ରୀ ସୁରଜ ଉତ୍କର୍ଷ ଓଡିଶା ଓ ପ୍ରବାସୀ ଭାରତୀୟ ଦିବସ ଉଦାହରଣ ଦେଇ କହିଛନ୍ତି ଯେ ଆମେ ସେସବୁ କାର୍ଯ୍ୟକ୍ରମରେ ବିଶ୍ୱରୁ ପ୍ରଶଂସା ପାଇଥିବା ବେଳେ ଏଭଳି ଘଟଣା ଆଦୌ ଗ୍ରହଣୀୟ ନୁହେଁ।

ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଆଜି ସକାଳେ କିଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଗୃହ ବିଭାଗ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଜବାବ ସୁଆଲ କରିଥିଲେ। ଏଥିରୁ ମିଳିଥିବା ତଥ୍ୟ ଓ ସୂଚନା ଉପରେ ଅଧିକ ଅନୁସନ୍ଧାନ ଓ ତର୍ଜମା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button