ରଣବୀର ଆଲ୍ଲାହବାଦିଆଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି: ଗିରଫରୁ ଅନ୍ତରୀଣ ସୁରକ୍ଷା ମିଳିଲା

ନୂଆଦିଲ୍ଲୀ: ୟୁଟ୍ୟୁବର ଏବଂ ପଡକାଷ୍ଟର ରଣବୀର ଆଲ୍ଲାହାବାଦିଆଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ହାସ୍ୟ କଳାକାର ସମୟ ରାଇନାଙ୍କ ‘ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ୍’ ସୋ’ରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ଆଲ୍ଲାହାବାଦିଆଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଏତଲା ରୁଜୁ ହୋଇଥିବାବେଳେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଗିରଫରୁ ଆଶ୍ବସ୍ତି ଦେଇଛନ୍ତି। ତେବେ ତାଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ବର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ସେ ଖୁବ୍ ଲୋକପ୍ରିୟ ହେଲେ ମଧ୍ୟ ତାଙ୍କ ଟିପ୍ପଣୀ ନିନ୍ଦନୀୟ। ଆଲ୍ଲାହାବାଦିଆ ତାଙ୍କ ମୁଣ୍ଡରୁ ବିଷ ଉଗାରିଛନ୍ତି।
ଗିରଫରୁ ଅନ୍ତରୀଣ ସୁରକ୍ଷା ମିଳିଲା
ନୂଆ ସୋ ଏବେ କରିପାରିବେ ନାହିଁ
ଆଲ୍ଲାହାବାଦିଆଙ୍କୁ ଜଷ୍ଟିସ କାନ୍ତ କହିଛନ୍ତି, ଆପଣ ଯେଉଁ ଭାଷା ବ୍ୟବହାର କରିଛନ୍ତି ସେଥିରେ ବାପା ମା’ ଲଜ୍ଜିତ ହେବେ। ଝିଅ ଏବଂ ଭଉଣୀମାନେ ଲଜ୍ଜିତ ହେବେ। ସମଗ୍ର ସମାଜ ପାଇଁ ଏହା ଲଜ୍ଜାଜନକ। କୋର୍ଟ ଆଲ୍ଲାହାବାଦିଆଙ୍କ ଉପରେ କଟକଣା ଲଗାଇ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଆଲ୍ଲାହବାଦିଆ କୌଣସି ପ୍ରକାର ସୋ’ କରିପାରିବେନି ।
ଅନ୍ୟପେଟ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ସମେତ ମହାରାଷ୍ଟ୍ର ଓ ଆସାମ ସରକାରଙ୍କୁ ନୋଟିସ୍ କରିଛନ୍ତି। ଆଲ୍ଲାହାବାଦିଆ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। ଥାନେ ପୁଲିସ ନିକଟରେ ପାସପୋର୍ଟ ଦାଖଲ କରିବେ ଏବଂ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି।